Posted inଜାତୀୟ

ଅର୍ଥ, ବାହୁବଳ ବ୍ୟବହାର କରୁଛି ଭାଜପା: ୟେଚୁରୀ

ଅଗରତାଲା,୧୧।୨: ଆସନ୍ତା ୧୬ ତାରିଖରେ ହେବାକୁ ଥିବା ତ୍ରିପୁରା ବିଧାନସଭା ନିର୍ବାଚନ ଜିତିବାକୁ ଶାସକ ଭାଜପା ଅର୍ଥ ଓ ବାହୁବଳର ବ୍ୟବହାର କରୁଥିବା ସିପିଆଇ(ଏମ୍‌) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଶୁକ୍ରବାର କହିଛନ୍ତି। ଅଗରତାଲାରେ ଗଣମାଧ୍ୟମକୁ ସମ୍ବୋଧନ କରି ସେ କହିଥିଲେ, ଲୋକେ ନିରାଶ ହୋଇ ଭୋଟ ବଳରେ ଭାଜପାକୁ କ୍ଷମତାରୁ ହଟାଇବାକୁ ଚାହୁଁଥିବା ଗୈରିକ ଦଳ ଅନୁଭବ କରିଛି। ସେଥିପାଇଁ ଏହି ଦଳ ଭିନ୍ନ କୌଶଳ ଆପଣାଇ ଆସୁଛି। ଭାଜପା, କେନ୍ଦ୍ର ଏବଂ ରାଜ୍ୟ ସରକାର ପୋଲିସ ଓ ଅନ୍ୟ ଅଧିକାରୀମାନଙ୍କ ସହ ମିଶି ନିର୍ବାଚନ ଜିତିବା ପାଇଁ ଗମ୍ଭୀର ଷଡ଼ଯନ୍ତ୍ର ରଚନା କରିଛି। ନିର୍ବାଚନର ୩ ଦିନ ପୂର୍ବରୁ ରାଜ୍ୟରେ ଗୁରୁତର ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ହୋଇପାରେ ବୋଲି ୟେଚୁରୀ କହିଛନ୍ତି। ନିର୍ବାଚନରେ କିଏ ଜିତିବ କିମ୍ବା ହାରିବ, ତାହା ପ୍ରଶ୍ନ ନୁହେଁ, ବଡ଼ କଥା ହେଉଛି ଗଣତନ୍ତ୍ର ଓ ଆଇନର ଶାସନ ବଜାୟ ରହିବା। ତ୍ରିପୁରାରେ ଭାଜପା ସରକାର ଗଢ଼ିବା ପରେ ଆତଙ୍କବାଦ ଓ ଦୁର୍ନୀତିର ଚେର ବହୁ ଗଭୀରକୁ ଚାଲିଯାଇଛି ବୋଲି ୟେଚୁରୀ କହିଥିଲେ। ବିରୋଧୀଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ ଭାଜପା ଏବଂ ତା’ର ଗୁଣ୍ଡାମାନେ ଧମକ ଦେବା ଓ ଭୟଭୀତ କରାଇବା ଆରମ୍ଭ କରିଦେଲେଣି। ତେଣୁ ଭୋଟରମାନଙ୍କୁ ଘରୁ ଭୋଟ କେନ୍ଦ୍ର ପର୍ଯ୍ୟନ୍ତ ସୁରକ୍ଷା ଯୋଗାଇଦେବାକୁ ସିପିଆଇ(ଏମ୍‌) ନେତା ଦାବି କରିଛନ୍ତି। ଏନେଇ ସିପିଆଇ(ଏମ୍‌) ପ୍ରତିନିଧି ଦଳ ଶୁକ୍ରବାର ନିର୍ବାଚନ କମିଶନଙ୍କ ଭେଟି ତ୍ରିପୁରା ସ୍ଥିତି ସମ୍ପର୍କରେ ଅବଗତ କରାଇବା ସହ ଭୋଟରମାନେ ଯେପରି ନିର୍ଭୟରେ ମତଦାନ କରିପାରିବେ ସେ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ଯାଇଥିବା ୟେଚୁରୀ କହିଥିଲେ, ଭାଜପା ପ୍ରଶାସନର ଦୁରୁପଯୋଗ କରିବା ସହ ଗଣତାନ୍ତ୍ରିକ ଅଧିକାରର ଉଲ୍ଲଂଘନ କରୁଛି। ଏହା ବନ୍ଦ ହେବା ସହ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ତତ୍ତ୍ୱାବଧାନରେ ମତଦାନ କରାଇବାକୁ ସିପିଆଇଏମ୍‌ ନେତା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri