ତ୍ରିଲୋଚନପୁର ସରପଞ୍ଚ ଅଯୋଗ୍ୟ ଘୋଷିତ: ଜାଣନ୍ତୁ କିଏ ହେଲେ ନୂଆ ସରପଞ୍ଚ

ଲାଞ୍ଜିଗଡ଼,୧୦।୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅନ୍ତର୍ଗତ ତ୍ରିଲୋଚନପୁର ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ ମାଝୀଙ୍କୁ ଅଦାଲତ ଅଯୋଗ୍ୟ ଘୋଷଣା କରିଛନ୍ତି।୨୦୨୨ରେ ସରପଞ୍ଚ ନିର୍ବାଚନରେ ତ୍ରିଲୋଚନପୁର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ସରପଞ୍ଚଙ୍କୁ କୋର୍ଟ ବିଧିବଦ୍ଧ ଭାବରେ ଅଯୋଗ୍ୟ ଘୋଷଣା କରିଛନ୍ତି। ନିର୍ବାଚନ ପରେ ସରପଞ୍ଚ ମାଝୀଙ୍କ ବିରୋଧରେ ବେଲାଙ୍ଗବୁନ୍ଦେଲ ଗାଁର ସୁନାଲି ମାଝୀ ମାନ୍ୟବର ଦଓ୍ବୋନି ବିଚାରପତି (କନିଷ୍ଠ ବିଭାଗ) ଓ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ( ପ୍ରଥମ ଶ୍ରେଣୀ) ଭବାନୀପାଟଣାଙ୍କ ଦ୍ବାରସ୍ତ ହୋଇଥିଲେ। ସେ ଓଡ଼ିଆ ଲେଖି, ପଢି ଜାଣି ନ ଥିବା ଅଭିଯୋଗ ନେଇ ଅଦାଲତର ଦ୍ବାରସ୍ତ ହେବାପରେ ଏହାକୁ ତଦନ୍ତ କରି ବିଚାର ପୂର୍ବକ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି।

କଳାହାଣ୍ଡିଙ୍କ ଜିଲାପାଳଙ୍କ ଆଦେଶ ପତ୍ର ସଂଖ୍ୟା ୩୪ ତା-୯/୧/୨୦୨୫ ଅନୁଯାୟୀ ଅଦାଲତ ଏହି ରାୟ ଦେଇଛନ୍ତି । ନିର୍ବାଚନ ମିସ କେସ ନମ୍ବର ୨/୨୦୨୨କୁ ନେଇ ଗତ ୧୨/୩/୨୦୨୪ରେ ଅଭିଯୋଗର ବିଧିବଦ୍ଧ ଶୁଣାଣି କରି ଏହାର ସତ୍ୟତା ଥିବା କୋର୍ଟ ଜାଣିବାକୁ ପାଇଥିଲେ। ଓଡ଼ିଶା ପଞ୍ଚାୟତ ଆଇନ ୧୯୬୪ ଧାରା ୧୧(ଖ),୩୯(୧) ଅନୁଯାୟୀ ଦଓ୍ବୋନି ବିଚାରପତି (କନିଷ୍ଠ ବିଭାଗ) ଓ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ) ସରପଞ୍ଚ ଲକ୍ଷ୍ମୀ ମାଝୀଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି।

ଏହା ସହିତ ଅଭିଯୋଗକାରୀ ସୁନାଲି ମାଝୀଙ୍କୁ ନିକଟତମ ସଂଖ୍ୟାଧିକ ଭୋଟ ପାଇଥିବା ଦର୍ଶାଇ ତାଙ୍କୁ ସରପଞ୍ଚ ଦାୟିତ୍ୱ ପ୍ରଦାନ କରିବାକୁ ନୋଟିସ ଜାରୀ କରିଛନ୍ତି । ଏନେଇ ଲାଞ୍ଜିଗଡ଼ ବଡିଓ ଶଶାଙ୍କ ପାତ୍ର ବିଜ୍ଞପ୍ତି ସଂଖ୍ୟା ୧୬୨ ତା ୧୦/୧/୨୦୨୫ରେ ଲକ୍ଷ୍ମୀ ମାଝୀଙ୍କୁ ଅବଗତ କରାଇବା ସହ ସୋନାଲି ମାଝୀଙ୍କୁ ବିଧିବଦ୍ଧ ଭାବେ ତ୍ରିଲୋଚନପୁର ସରପଞ୍ଚ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri