ଚାଇନାକୁ ତିନିପଟୁ ଘେରିବା ଯୋଜନା: ଆମେରିକା-ବ୍ରିଟେନ-ଅଷ୍ଟ୍ରେଲିଆ ବୁଡ଼ା ଜାହାଜ ଚୁକ୍ତି…

ଓ୍ବାଶିଂଟନ,୧୪।୩ : ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚାଇନାର ଆକ୍ରମଣାତ୍ମକ ମନୋଭାବ ଦେଖି ଆମେରିକା ଏହାକୁ ନିୟନ୍ତ୍ରଣ କରିବା ପାଇଁ ଯୋଜନା କରିଛି। ଚାଇନାକୁ ତିନିପଟୁ ଘେରି ରହିବାକୁ ଆମେରିକା, ଅଷ୍ଟ୍ରେଲିଆ ଏବଂ ବ୍ରିଟେନ ଆଣବିକ ଚାଳିତ ବୁଡ଼ାଜାହାଜ ପାଇଁ ଏକ ପ୍ରମୁଖ ଚୁକ୍ତି ଘୋଷଣା କରିଛନ୍ତି। ସାନ ଡିଏଗୋରେ ଏକ ଶିଖର ବୈଠକରେ ତିନି ଦେଶର ମୁଖ୍ୟମାନେ ଅଂଶଗ୍ରହଣ କରିବା ପରେ ଏହି ଘୋଷଣା କରାଯାଇଛି।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସାନ ଡିଏଗୋରେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନେ ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ଏହି ଚୁକ୍ତି ସ୍ବାକ୍ଷର କରି କହିଛନ୍ତି ଯେ ଆମେ ଅଷ୍ଟ୍ରେଲିଆକୁ ମଜବୁତ କରିବୁ ଏବଂ ଏହି ଚୁକ୍ତିନାମା ଅନୁଯାୟୀ ଅଷ୍ଟ୍ରେଲୀୟ କର୍ମଚାରୀଙ୍କୁ ତାଲିମ ଦେବୁ। ଏହି ଚୁକ୍ତି ପରେ ଏହି ତିନି ନେତା କହିଛନ୍ତି ଯେ ଭାରତ-ପ୍ରଶାନ୍ତ ଅଞ୍ଚଳକୁ ମୁକ୍ତ ଏବଂ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚାଇନାର ପ୍ରାଧାନ୍ୟ ହ୍ରାସ କରିବାକୁ ଅଷ୍ଟ୍ରେଲିଆ ଆମେରିକାଠାରୁ ଅନେକ ପରମାଣୁ ଚାଳିତ ବୁଡ଼ାଜାହାଜ କିଣିବ। ଏହା ସହିତ, ଔକସ(ଏୟୁକେୟୁଏସ) ଚୁକ୍ତି ଅନୁଯାୟୀ ଅଷ୍ଟ୍ରେଲିଆ ବ୍ରିଟେନ ସହିତ ମିଶି ବୁଡ଼ାଜାହାଜ ନିର୍ମାଣ କରିବ ଯାହା ନୂତନ ଟେକ୍ନୋଲୋଜି ସହିତ ବିକଶିତ ହେବ। ଏହି ଚୁକ୍ତି ଅନୁଯାୟୀ, ଆମେରିକା ୨୦୩୦ ଦଶକ ପୂର୍ବରୁ ଅଷ୍ଟ୍ରେଲିଆକୁ ତିନୋଟି ଭର୍ଜିନିଆ ଶ୍ରେଣୀର ବୁଡ଼ାଜାହାଜକୁ ୫୦ ବିଲିୟନ ଡଲାରରେ ବିକ୍ରି କରିବ। ଯଦି ଆବଶ୍ୟକ ହୁଏ, ଅଷ୍ଟ୍ରେଲିଆ ୫୮ ବିଲିୟନ ଡଲାରରେ ଆଉ ଦୁଇଟି ବୁଡ଼ାଜାହାଜ କିଣିପାରେ ।

ଚାଇନାର ମୁକାବିଲା ପାଇଁ ଆମେରିକା ଏବଂ ବ୍ରିଟେନ ଅଷ୍ଟ୍ରେଲିଆକୁ ଏହି ଚୁକ୍ତି ଅନୁଯାୟୀ ସୁରକ୍ଷା କଭର ଯୋଗାଇ ଦେବେ। ଏହା ଅଧୀନରେ ତିନି ଦେଶ ମଧ୍ୟ ନିଜର ଜ୍ଞାନକୌଶଳ ଆଦାନପ୍ରଦାନ କରିବେ। ଆଣବିକ ଚାଳିତ ବୁଡ଼ାଜାହାଜ ହାସଲ କରି ଅଷ୍ଟ୍ରେଲିଆ ଭାରତ ମହାସାଗର ଏବଂ ଦକ୍ଷିଣ ଚାଇନା ସାଗରରେ ଏକ ଶକ୍ତିଶାଳୀ ଦେଶ ଭାବେ ଉଭା ହେବ।

ଏହି ଚୁକ୍ତି ଅନୁଯାୟୀ ଅଷ୍ଟ୍ରେଲିଆ ଏବଂ ବ୍ରିଟେନ ମଧ୍ୟ ଏକ ଭିନ୍ନ ପ୍ରକାରର ବୁଡ଼ାଜାହାଜ ନିର୍ମାଣ କରିବେ। ଏସଏସଏନ ଔକସ ନାମକ ଏହି ବୁଡ଼ାଜାହାଜ ଉଭୟ ଦେଶର ନୌସେନାରେ ଅନ୍ତର୍ଭୁକ୍ତ ହେବ। ଆଣବିକ ରିଆକ୍ଟର ଏବଂ ଅସ୍ତ୍ର ପ୍ରଣାଳୀ କ୍ଷମତା ସହିତ ଏହି ବୁଡ଼ାଜାହାଜ ଆମେରିକାର ଟେକ୍ନୋଲୋଜି ଏବଂ ୟୁକେ ଡିଜାଇନ ଉପରେ ଆଧାରିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri