ସୃଷ୍ଟି ହେବ ବିରଳ ତ୍ରିଗ୍ରହୀ ଯୋଗ; ବଦଳିଯିବ ୩ ରାଶିର ଭାଗ୍ୟ, ପ୍ରଚୁର ଧନ ଲାଭ

ଅକ୍ଟୋବର ମାସରେ ତୁଳା ରାଶିରେ ସୂର୍ଯ୍ୟ, ବୁଧ ଓ ଶୁକ୍ରଙ୍କ ଯୁତି ହେବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ତିନି ଗ୍ରହ ଗୋଟିଏ ରାଶିରେ ରହିବା ଦ୍ୱାରା ତ୍ରିଗ୍ରହୀ ଯୋଗ ଗଠନ ହେବ। ଏହାର ପ୍ରଭାବରେ କିଛି ରାଶିର ଲୋକଙ୍କୁ ଚାକିରି ଓ ବ୍ୟବସାୟରେ ସଫଳତା ମିଳିପାରେ ବୋଲି ଜ୍ୟୋତିଷବିଦ୍‌ମାନେ ମତ ଦିଅନ୍ତି।

ଜ୍ୟୋତିଷ ଗଣନା ଅନୁସାରେ, ୧୭ ଅକ୍ଟୋବର ୨୦୨୬ ଶନିବାର ସନ୍ଧ୍ୟା ୭ଟା ୫୭ ମିନିଟ୍‌ରେ ସୂର୍ଯ୍ୟ ଗୋଚର କରିବେ । ସୂର୍ଯ୍ୟ କନ୍ୟା ରାଶିରୁ ବାହାରି ତୁଳା ରାଶିରେ ପ୍ରବେଶ କରିବେ। ତୁଳାରେ ପୂର୍ବରୁ ବୁଧ ଓ ଶୁକ୍ର ଅବସ୍ଥାନ କରୁଥିବାରୁ ତିନି ଗ୍ରହଙ୍କ ଯୁତି ଗଠନ ହେବ।ସୂର୍ଯ୍ୟ ଓ ବୁଧଙ୍କ ଯୁତିରୁ ବୁଧାଦିତ୍ୟ ରାଜଯୋଗ, ଆଉ ସୂର୍ଯ୍ୟ ଓ ଶୁକ୍ରଙ୍କ ଯୁତିରୁ ଶୁକ୍ରାଦିତ୍ୟ ରାଜଯୋଗ ଗଠନ ହେବ ବୋଲି ଜ୍ୟୋତିଷ ମତ ରହିଛି । ବୁଧଙ୍କୁ ବୁଦ୍ଧି ଓ ବ୍ୟବସାୟର କାରକ ଏବଂ ଶୁକ୍ରଙ୍କୁ ସୁଖ-ସୁବିଧା ଓ ଐଶ୍ୱର୍ଯ୍ୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ସୂର୍ଯ୍ୟଙ୍କ ପ୍ରଭାବରେ ମାନ-ସମ୍ମାନ ବଢ଼ିପାରେ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଏ।

ସିଂହ- ସିଂହ ରାଶିର ସ୍ୱାମୀ ସୂର୍ଯ୍ୟ। ତେଣୁ ତ୍ରିଗ୍ରହୀ ଯୋଗର ପ୍ରଭାବରେ ସିଂହ ରାଶି ପାଇଁ ସମୟ ଅନୁକୂଳ ରହିପାରେ। ଆତ୍ମବିଶ୍ୱାସ ବଢ଼ିବା ସହ ଦୀର୍ଘଦିନ ଧରି ଅଟକି ରହିଥିବା କାମ ସମ୍ପୂର୍ଣ୍ଣ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ସଫଳତା ଯୋଗୁ ଆର୍ଥିକ ଲାଭ ମିଳିପାରେ। ବ୍ୟବସାୟୀମାନେ ବ୍ୟବସାୟ ବିସ୍ତାର ନେଇ ଯୋଜନା କରିପାରନ୍ତି।

ତୁଳା- ସୂର୍ଯ୍ୟ, ବୁଧ ଓ ଶୁକ୍ରଙ୍କ ଯୁତି ତୁଳା ରାଶିରେ ହିଁ ଗଠନ ହେବ। ୧୭ ଅକ୍ଟୋବରରେ ସୂର୍ଯ୍ୟ ଗୋଚର କରିବା ପରେ ତ୍ରିଗ୍ରହୀ ଯୋଗ ସକ୍ରିୟ ହେବ ବୋଲି ଜ୍ୟୋତିଷ ମତ ରହିଛି । ଏହାର ପ୍ରଭାବରେ ତୁଳା ରାଶିର ଲୋକଙ୍କୁ କ୍ୟାରିୟରରେ ସଫଳତା ମିଳିପାରେ। ଚାକିରିଆମାନଙ୍କ ପାଇଁ ସମୟ ଭଲ ରହିପାରେ। ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିବାର ସମ୍ଭାବନା ରହିଛି।

ମକର- ଏହି ରାଶିର ଲୋକଙ୍କ ପାଇଁ କ୍ୟାରିୟର ଦୃଷ୍ଟିରୁ ଏହି ସମୟ ଅନୁକୂଳ ରହିପାରେ। ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ତ୍ରିଗ୍ରହୀ ଯୋଗର ପ୍ରଭାବରେ କାମରେ ସଫଳତା ମିଳିବା ସହ ଅଟକିଥିବା କାର୍ଯ୍ୟ ଶେଷ ହୋଇପାରେ । ଏହାସହ ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିପାରେ ବୋଲି ଜ୍ୟୋତିଷ ଶାସ୍ତ୍ର ଆଧାରିତ ମତ ରହିଛି।

 

Dharitri – Odisha’s No.1 Odia Daily

Share