ଗାଁ, ସହରରେ ନିୟମ କଡ଼ାକଡ଼ି କର

ଭୁବନେଶ୍ୱର,୨୭।୨(ବ୍ୟୁରୋ): ରାଜ୍ୟରେ ସମ୍ଭାବ୍ୟ ୨ୟ ପର୍ଯ୍ୟାୟ କରୋନା ସଂକ୍ରମଣ ରୋକିବା ଲାଗି ଉଭୟ ଗ୍ରାମ ଓ ସହରାଞ୍ଚଳରେ କୋଭିଡ୍‌ ନିୟମ ପ୍ରବର୍ତ୍ତନ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲାପାଳ ଏବଂ ଜିଲା ଆରକ୍ଷୀ ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ଲୋକସେବା ଭବନରୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ବିଭିନ୍ନ ଜିଲାର ସ୍ଥିତି ସମୀକ୍ଷା କରି ଏହି ନିର୍ଦ୍ଦେଶ ଦିଆଯାଇଛିି।
ଏହି ଅବସରରେ ମୁଖ୍ୟ ଶାସନ ସଚିବ କହିଛନ୍ତି, ସଂକ୍ରମଣ ପ୍ରତିରୋଧର ଏକ ଗୁରୁତ୍ୱପୂର୍ଣ୍ଣ ଉପାୟ ହେଉଛି ସଂକ୍ରମିତ ଲୋକଙ୍କୁ ପ୍ରଥମରୁ ଚିହ୍ନଟକରି ଚିକିତ୍ସା ଓ ପୃଥକ୍‌ ବାସ ଲାଗି ଆବଶ୍ୟକ ପରାମର୍ଶ ଦେବା। ଏହାଛଡା ଅଧିକ ଲୋକ ଯାତାୟାତ ସ୍ଥାନ, ହାଟ, ବଜାର, ସହର ଓ ଗ୍ରାମଗୁଡିକରେ ମାସ୍କ ପିନ୍ଧିବା ଓ ପରସ୍ପରଠାରୁ ଦୂରତା ରକ୍ଷା କରିବା ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ଏକାନ୍ତ ଆବଶ୍ୟକ। ପ୍ରଥମ ପର୍ଯ୍ୟାୟ ସଂକ୍ରମଣ ପରିଚାଳନାରେ ଜିଲା ଓ ପ଼ଞ୍ଚାୟତଗୁଡିକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି, ଯେଉଁଥିଲାଗି ଓଡ଼ିଶା ଅପେକ୍ଷାକୃତ ଭାବେ ଭଲ ସ୍ଥିତିରେ ରହିଛି। ସମ୍ଭାବ୍ୟ ୨ୟ ପର୍ଯ୍ୟାୟ ସଂକ୍ରମଣ ରୋକିବା ନିମନ୍ତେ ଅଧିକ ଦକ୍ଷତାର ସହ ଟିମ୍‌ ମନୋଭାବରେ କାର୍ଯ୍ୟ କରିବା ଲାଗି ଜିଲାପାଳ, ସରପଞ୍ଚ, ଓ୍ବାର୍ଡମେମ୍ବର ଏବଂ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଅବସରରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି, ସରପଞ୍ଚ ଓ ଓ୍ବାର୍ଡମେମ୍ବରମାନଙ୍କ ବୈଠକ ଡାକି କୋଭିଡ୍‌ ସଂକ୍ରମଣ, ନିରାକରଣ, ସଂକ୍ରମିତ ଲୋକଙ୍କ ଚିହ୍ନଟ, ସ୍ବଗୃହରେ ପୃଥକ୍‌ ବାସ ଓ ଚିକିତ୍ସା ଆଦି ବିଷୟରେ ସବିଶେଷ ଆଲୋଚନା କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ଗାଁ ଓ ସହରରେ ମାଇକ ମାଧ୍ୟମରେ ପ୍ରଚାର ସହ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ନିୟମ ଉଲଙ୍ଘନକାରୀଙ୍କ ଠାରୁ ଜରିମାନା ଆଦାୟ ଆରମ୍ଭ କରିବାକୁ କୁହାଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, ଅନ୍ୟ ରାଜ୍ୟ ଓ ବିଦେଶରୁ ଆସୁଥିବା ବ୍ୟକ୍ତିମାନଙ୍କ ଆର୍‌ଟି-ପିସିଆର୍‌ ଟେଷ୍ଟ ଏବଂ ନିଜ ଗୃହରେ ପୃଥକ୍‌ ବାସ ଉପରେ ଗୁରୁତ୍ୱାରୋପ କରିଛନ୍ତି। କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ପଞ୍ଜାବ ଆଦି ରାଜ୍ୟରେ ଦେଖାଦେଇଥିବା ୨ୟ ପର୍ଯ୍ୟାୟ ଭୂତାଣୁ ଅଧିକ କ୍ଷତିକାରକ ବୋଲି ପ୍ରଦୀପ୍ତ ସତର୍କ କରାଇ ଦେଇଛନ୍ତି। ପ୍ରତି ଜିଲାରେ ଅଧିକରୁ ଅଧିକ ଆର୍‌ଟି-ପିସିଆର୍‌ ଟେଷ୍ଟ କରାଇବା ନେଇ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ଚିହ୍ନଟ, ପରୀକ୍ଷା ଓ ସ୍ବଗୃହରେ ପୃଥକ୍‌ ବାସ ଆଦି କାର୍ଯ୍ୟରେ ସରପଞ୍ଚ, ଓ୍ବାର୍ଡମେମ୍ବର, ଜନପ୍ରତିନିଧି ଏବଂ ସ୍ବେଚ୍ଛାସେବୀମାନଙ୍କୁ ସକ୍ରିୟଭାବେ ସାମିଲ କରିବାକୁ ପରାମର୍ଶ ଦିଆଯାଇଛି। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର, ଝାରସୁଗୁଡ଼ା ବିମାନବନ୍ଦର ଏବଂ ଓଡ଼ିଶାର ବିଭିନ୍ନ ରେଳ ଷ୍ଟେଶନରେ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଥର୍ମାଲ ସ୍କ୍ରିନିଂ ସହ ଆବଶ୍ୟକ ମନେହେଲେ ଆର୍‌ଟି-ପିସିଆର୍‌ ଟେଷ୍ଟକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ପୌରାଞ୍ଚଳ କମିଶନର ଏବଂ ପୂର୍ବତଟ ରେଳପଥ ମହାନିର୍ଦ୍ଦେଶକଙ୍କୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri