Posted inଖେଳ

ଆଇଡବ୍ଲ୍ୟୁଏଲ୍‌ ଟାଇଟଲ ଲକ୍ଷ୍ୟରେ ଶ୍ରଦ୍ଧାଞ୍ଜଳି

ଦୃଢ଼ ଇଚ୍ଛା ଓ ଅଧ୍ୟବସାୟ ବଳରେ ସବୁକିଛି ସମ୍ଭବ ବୋଲି ପ୍ରମାଣିତ କରିଛନ୍ତି ଶ୍ରଦ୍ଧାଞ୍ଜଳି ପଣ୍ଡା। କେନ୍ଦ୍ରାପଡ଼ା ଆଳିରୁ ଆସିଥିବା ଏହି ୨୪ ବର୍ଷୀୟା ମହିଳା ଫୁଟ୍‌ବଲର ଅନେକ ବାଧାବିଘ୍ନ ଅତିକ୍ରମ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

ପ୍ର-ଫୁଟ୍‌ବଲ ପ୍ରତି କିଭଳି ଆକର୍ଷିତ ହେଲେ?
ଉ: ସ୍କୁଲରେ ପଢ଼ିବା ସମୟରୁ ଖେଳକୁଦ ଭଲ ଲାଗୁଥିଲା। ନବମ ଶ୍ରେଣୀ ପର୍ଯ୍ୟନ୍ତ ଫୁଟ୍‌ବଲ ସମ୍ପର୍କରେ କୌଣସି ଜ୍ଞାନ ନ ଥିଲା। ତେବେ ସାଙ୍ଗମାନଙ୍କୁ ଦେଖି ଫୁଟ୍‌ବଲ ଖେଳିବା ଆରମ୍ଭ କରିଥିଲି।
ପ୍ର-ନିଜ ସମ୍ପର୍କରେ କିଛି କୁହନ୍ତୁ?
ଉ:ମୁଁ କେନ୍ଦ୍ରାପଡ଼ା ଆଳିର ବାସିନ୍ଦା। ପିତା କରୁଣାକର ପଣ୍ଡା ଜଣେ ରୋଷେୟା ଏବଂ ମା’ ପ୍ରମିଳା ପଣ୍ଡା ଗୃହିଣୀ। ନବମ ଶ୍ରେଣୀରୁ ଫୁଟ୍‌ବଲ ଖେଳିବା ଆରମ୍ଭ କରିଥିଲି। ୨୦୧୫ରେ ଆନ୍ତଃସ୍କୁଲ ଜାତୀୟ ଫୁଟ୍‌ବଲ ପାଇଁ ଓଡ଼ିଶା ଦଳ ପକ୍ଷରୁ ମନୋନୀତ ହୋଇଥିଲି। ଏହା ପରଠାରୁ ଆଉ ପଛକୁ ଫେରି ଚାହିଁନି।
ପ୍ର-ଫୁଟ୍‌ବଲ ଆରମ୍ଭରେ କିଛି ଅସୁବିଧା ରହିଥିଲା କି?
ଉ:ହଁ, ଏକ ସାଧାରଣ ପରିବାରରୁ ଆସିଥିବା ଜଣେ ଝିଅକୁ ଫୁଟ୍‌ବଲ ଖେଳିବାକୁ ଆରମ୍ଭରୁ ବିରୋଧ କରାଯାଇଥିଲା। ଫୁଟ୍‌ବଲ ପ୍ରତି ଥିବା ଭଲପାଇବା କାରଣରୁ ପ୍ରଥମେ ଲୁଚି ଲୁଚି ଖେଳୁଥିଲି। ତେବେ ପ୍ରଥମଥର ପାଇଁ ଓଡ଼ିଶା ଦଳ ଟ୍ରାଏଲରେ ସିଲେକ୍ସନ ହେବା ପରେ ପରିବାର ଲୋକଙ୍କ ଧାରଣା ବଦଳି ଯାଇଥିଲା।
ପ୍ର-ଫୁଟ୍‌ବଲର ଭାବେ ଆପଣଙ୍କ ଆଦର୍ଶ କିଏ?
ଉ:ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଏବଂ ପ୍ୟାରୀ ଖାଖାଙ୍କୁ ମୁଁ ମୋର ଆଦର୍ଶ ଭାବରେ ମାନି ଫୁଟ୍‌ବଲର ଯାତ୍ରା ଆରମ୍ଭ କରିଥିଲି। ସୌଭାଗ୍ୟବଶତଃ ଉଭୟଙ୍କ ସହିତ ଖେଳିବାର ସୁଯୋଗ ମଧ୍ୟ ମିଳିଛି। ନନ୍ଦକିଶୋର ସାର୍‌ଙ୍କ ଏକାଡେମୀରେ ଅଭ୍ୟାସ କରିବା ସମୟରେ ଶ୍ରଦ୍ଧାଞ୍ଜଳି ମାଡାମ ଆମର କୋଚ୍‌ ଥିଲେ। ସେହିପରି ଓଡ଼ିଶା ଏଫ୍‌ସିରେ ପ୍ୟାରୀ ଖାଖାଙ୍କ ନେତୃତ୍ୱରେ ଖେଳିବାର ସୁଯୋଗ ମିଳିଛି।
ପ୍ର-ଚଳିତ ସିଜନରେ ବାଲା ଦେବୀ ଓଏଫ୍‌ସିରେ ଯୋଗଦେଉଛନ୍ତି, ତାଙ୍କଠାରୁ କ’ଣ ଆଶା ରଖିଛନ୍ତି?
ଉ:ଭାରତୀୟ ମହିଳା ଦଳର ଅଧିନାୟିକା ଭାବେ ସେ ଆମ ପାଇଁ ପ୍ରେରଣା। ଜଣେ ଫରଓ୍ବାର୍ଡ ଖେଳାଳି ଭାବରେ ବାଲା ଦେବୀ ବେଶ୍‌ ପ୍ରସିଦ୍ଧ। ତାଙ୍କ ନିକଟରେ ରହିଥିବା ଅଭିଜ୍ଞତାରୁ ଫାଇଦା ନେବାକୁ ପ୍ରୟାସ କରିବି। ସେ ପ୍ରତିପକ୍ଷ ଡିଫେନ୍ସ ଭେଦ କରିବାକୁ କିଭଳି ଯୋଜନା କରନ୍ତି ତାହା ଜାଣିବାକୁ ଚେଷ୍ଟା କରିବି। ମୁଁ ଜଣେ ଡିଫେଣ୍ଡର ହୋଇଥିବାରୁ ଏହା ସହାୟକ ହେବ।
ପ୍ର-ଓଏଫ୍‌ସିରେ ଆପଣଙ୍କ ଅଭିଜ୍ଞତା କିଭଳି ରହିଛି?
ଉ:ଓଏଫ୍‌ସିରେ ମୁଁ ନଭେମ୍ବର ୯, ୨୦୨୨ରେ ଯୋଗଦେଇଥିଲି। ଏହି ଦଳରେ ପ୍ୟାରୀ ଖାଖା ଓ ଜୁଲି କିଶାନଙ୍କ ପରି ଅନ୍ତର୍ଜାତୀୟ ଅଭିଜ୍ଞତା ରଖିଥିବା ଖେଳାଳି ଅଛନ୍ତି। କ୍ରିସ୍ପିନ୍‌ ଛେତ୍ରୀ ମୁଖ୍ୟ କୋଚ୍‌ ଭାବେ ରହିଥିବା ବେଳେ ଗାୟତ୍ରୀ ମଲ୍ଲିକ ସହକାରୀ କୋଚ୍‌। କୋଚିଂ ଷ୍ଟାଫ୍‌ ଓ ସପୋର୍ଟ ଷ୍ଟାଫ୍‌ଙ୍କ ପକ୍ଷରୁ ସହଯୋଗ ମିଳୁଥିବାରୁ ଦଳର ମାହୋଲ ବେଶ୍‌ ବଢ଼ିଆ ରହିଛି।
ପ୍ର-ଓଏଫ୍‌ସି ଓଡ଼ିଶା ଓମେନ୍ସ ଲିଗ୍‌ ବିଜୟୀ ହୋଇଥିବା ବେଳେ ଇଣ୍ଡିଆନ ଓମେନ୍ସ ଲିଗ୍‌ ପାଇଁ କ’ଣ ଯୋଜନା ରହିଛି?
ଉ:ଅପରାଜେୟ ଭାବେ ଆମେ ଇଣ୍ଡିଆନ ଓମେନ୍ସ ଲିଗ୍‌ ପାଇଁ ଯୋଗ୍ୟତା ହାସଲ କରିଛୁ। ବାଲା ଦେବୀଙ୍କ ଟିମ୍‌ରେ ଯୋଗଦେଇଥିବାରୁ ଆମେ ଅଧିକ ଶକ୍ତିଶାଳୀ ହୋଇଛୁ। ତେଣୁ ଓଏଫ୍‌ସି ଚାମ୍ପିୟନ ହେବାର ଲକ୍ଷ୍ୟ ରହିଛି।
ପ୍ର-ଏହା ଆପଣଙ୍କର ତୃତୀୟ ଓମେନ୍ସ ଲିଗ୍‌। ଏ ସମ୍ପର୍କରେ କିଛି କୁହନ୍ତୁ?
ଉ:୨୦୧୮ରେ ରାଇଜିଂ ଷ୍ଟୁଡେଣ୍ଟ ଏବଂ ୨୦୨୧ରେ ଅହମ୍ମଦାବାଦର ଆରା ଏଫ୍‌ସି ପାଇଁ ଦୁଇ ଦୁଇଥର ଖେଳିସାରିଛି। ତୃତୀୟଥର ଓଏଫ୍‌ସିର ପ୍ରତିନିଧିତ୍ୱ କରୁଥିବାରୁ ବେଶ୍‌ ଖୁସି ଲାଗୁଛି।
ପ୍ର-କେନ୍ଦ୍ରାପଡ଼ା ଆଳିରୁ ଓଡ଼ିଶା ଏଫ୍‌ସି ପର୍ଯ୍ୟନ୍ତ ଆପଣଙ୍କର ଯାତ୍ରା ସମ୍ପର୍କରେ କିଛି କୁହନ୍ତୁ?
ଉ:କେନ୍ଦ୍ରାପଡ଼ାର ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମ। ଫୁଟ୍‌ବଲରେ କ୍ୟାରିୟର ଆରମ୍ଭ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା। ୨୦୧୫-୧୭ ଯାଏ ସ୍ପୋର୍ଟସ ହଷ୍ଟେଲ ଏବଂ ୨୦୧୮ରେ ରାଇଜିଂ ଷ୍ଟୁଡେଣ୍ଟ ପକ୍ଷରୁ ଖେଳିଥିଲି। ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ନନ୍ଦକିଶୋର ପଟ୍ଟନାୟକଙ୍କ ଏକାଡେମୀରେ ପ୍ରଶିକ୍ଷଣ ନେଇଥିଲି। ଏହି ସମୟରେ ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ଅଧୀନରେ ଅଭ୍ୟାସ କରିବାର ସୁଯୋଗ ମଧ୍ୟ ମିଳିଥିଲା। ୨୦୨୧ରେ ଆରା ଏଫ୍‌ସି ପାଇଁ ୩ ମାସ ଓ କେରଳର ଲର୍ଡସ୍‌ ଏଫ୍‌ସି ପାଇଁ ୨ ମାସ ଖେଳିଛି। କ୍ୟାରିୟରର ଉତ୍ଥାନରେ ଅନେକ ସଂଘର୍ଷ ରହିଥିଲେ ମଧ୍ୟ କୋଚ୍‌ମାନଙ୍କ ସହଯୋଗ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇଛି।
ପ୍ର-ଆଗାମୀ ଦିନ ପାଇଁ କ’ଣ ଯୋଜନା ରହିଛି?
ଉ:ରାଜ୍ୟ ତଥା ଦେଶ ପାଇଁ ପଦକ ଜିତିବା ମୋର ଏକମାତ୍ର ଲକ୍ଷ୍ୟ। ଆଗାମୀ ଦିନରେ ଓଡ଼ିଶା ଲାଗି ପଦକ ଜିତିବା ସହ ପ୍ୟାରୀଦିଦିଙ୍କ ପରି ଜାତୀୟ ଦଳରେ ସ୍ଥାନ ହାସଲ କରିବା ମୋର ଅଭିଳାଷ ରହିଛି।
-ପ୍ରସ୍ତୁତି: ସରୋଜ କୁମାର ଜେନା


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri