Posted inଫୁରସତ

ଗଜପତିଙ୍କର ଗୁଣ୍ଠୁଣୀହାତୀ ସୁଦେହିକା ପ୍ରତି ସମ୍ମାନବୋଧ

ଆମେ ମନ୍ଦିର ନିର୍ମାଣବେଳେ ଶଗଡ଼/ଶଗଡ଼ି ବ୍ୟବହାରର କେତେକ ପ୍ରସଙ୍ଗ ଆଲୋଚନା କଲେ। ଭୁବନେଶ୍ୱରରୁ ଶିଳ୍ପୀମାନେ ଶଗଡ଼ରେ ଯିବାଆସିବା କରିବାର ପ୍ରମାଣ ବି ଉଲ୍ଲେଖ ରହିଛି। ଦାମୋଦର ଜେନା ସେମାନଙ୍କ ନବାଆଣିବା ଦାୟିତ୍ୱରେ ଥିଲେ। ସେହିପରି ହାତୀମାନେ ମଧ୍ୟ ଗମନାଗମନ ପାଇଁ ଯେତିକି ବ୍ୟବହାର ହେଉଥିଲେ ତା’ଠାରୁ ଅଧିକ ବ୍ୟବହାର ହେଉଥିଲେ ମନ୍ଦିର ନିର୍ମାଣ କାର୍ଯ୍ୟରେ ଏବଂ ଭଣ୍ଡାର ସମୃଦ୍ଧ କାର୍ଯ୍ୟରେ।
– ହାତୀ ଉପରେ ସାରଙ୍ଗଗଡ଼ କୋଷାଗାରରୁ ଭଣ୍ଡାରନିକାପ ୯୩୭୮ ଅସରପୀ ଆଣି କୋଣାର୍କ ଭଣ୍ଡାରରେ ମଣତି ଦେଇଥିଲେ।
-ଗଜପତିଙ୍କ ଶ୍ୱଶୁରଘରୁ ହାତୀପିଠିରେ ହିଁ ମନ୍ଦିର ନିର୍ମାଣ ସମୟରେ ଅନେକ ଦ୍ରବ୍ୟ ପହଞ୍ଚିଥିଲା। ପାଣ୍ଡ୍ୟରାଜାଙ୍କ ରାଜଧାନୀ ଥିଲା ମଦୁରାଇ। ମଦୁରାଇରୁ ହାତୀ ପିଠିରେ ଲଦି ସାମନ୍ତ ପୁରୋଧା ବିରୁପାକ୍ଷ ଶର୍ମା ଯେଉଁ ଜିନିଷଗୁଡ଼ିକ ଆଣିଥିଲେ କୋଣାର୍କକୁ ତାହା ଆମେ ଜାଣିବା କଥା। ମହାରାଣୀଙ୍କ ବାପଘର ମଧ୍ୟ ଜ୍ୱାଇଁ (ଗଜପତି)ଙ୍କର ସଂକଳ୍ପକୁ ସାକାର କରିବାକୁ ସହଯୋଗର ହାତ ବଢ଼ାଇବାରେ ଊଣା କରି ନ ଥିଲେ। ଗୋଟିଏ ଉଦାହରଣ ଏହି ପ୍ରସଙ୍ଗରେ ଆମେ ଆଲୋଚନା କରିବା। ମହାରାଣୀଙ୍କ ନାମ ଥିଲା କସ୍ତୁରିକା ମୋଦିନୀ ଦେବୀ। ପାଣ୍ଡ୍ୟ ରାଜାଙ୍କ ରାଜନନ୍ଦିନୀ ଥିଲେ ଇୟେ।
ମଦୁରାଇରୁ ଆସି ପହଞ୍ଚିଲା- ଦଶ ଯୋଡ଼ା ଶିଲ୍‌କ ଲୁଗା,ଦଶଯୋଡ଼ା ଶିଲ୍‌କ ସାଲ, ସୁନା ଖଚିତ ଗୋଟିଏ ଗଜଦନ୍ତ ଆସନ। କୋଣାର୍କରେ ଅବସ୍ଥାନ କାଳରେ ଜ୍ୱାଇଁ (ଗଜପତି) ବସିବେ।- ୦୭ଟି ଅକଟା ମାଣିକ୍ୟ। ରକ୍ତବର୍ଣ୍ଣ ମଣି(ଏସବୁ ପଥର ନିର୍ମିତ ପଦ୍ମରେ ଖଞ୍ଜାଯିବା ପାଇଁ)। ପାନବାକ୍ସ ରୁପା ନିର୍ମିତ। ୧୦ଟି ନଡ଼ିଆ ଶଢ଼େଇ (ଘୋଡ଼ଣୀଥିବା)ରେ ସିନ୍ଦୂର। ଗଜପତିଙ୍କ ପାଟରାଣୀଙ୍କୁ ସେହି ସମୟରେ ‘ମହାଦେବୀ’ ଭାବରେ ଚିହ୍ନିତ କରାଯାଉଥିଲା, ତାଙ୍କ ପାଇଁ ୨ଟି ଶିଲ୍‌କ୍‌ ଶାଢ଼ି। ସୂତ୍ରଧର ଶିବେଇ ସାନ୍ତରାଙ୍କ ପାଇଁ ପାଟ-ମକୁଟା ହଳେ। ସ୍ଥପତିମାନଙ୍କ ପାଇଁ ୭ ଯୋଡ଼ା ସୁବର୍ଣ୍ଣ କୁଣ୍ଡଳ ଏବଂ ୭ ଯୋଡ଼ା ସୁବର୍ଣ୍ଣ ଖଡୁ।
ମନ୍ଦିର ନିର୍ମାଣ ବେଳେ ଭଣ୍ଡାରକୁ ସମୃଦ୍ଧ କରିବା ପାଇଁ ହାତୀମାନଙ୍କୁ ବ୍ୟବହାର କରାଯାଇଥିବାର କିଛି ପ୍ରସଙ୍ଗ ଆମେ ଜାଣିଲେ। ମନ୍ଦିର ନିର୍ମାଣ ବେଳେ ପଥର ଉଠାଇବା କାର୍ଯ୍ୟରେ ହାତୀଙ୍କର ଆବଶ୍ୟକତା ଯେଉଁପରି ରହିଥିଲା, ମନ୍ଦିର ଚାରିପଟେ ଥିବା ବାଲିସ୍ତୂପ ଅପସାରଣ ପାଇଁ ହାତୀଙ୍କର ସେହିପରି ଭୂମିକା ରହିଥିଲା। ଅନେକବାର ଗଜପତି ପାଲିଙ୍କିରେ ବିଜେ ନ କରି ହାତୀରେ କୋଣାର୍କରୁ ପୁରୀ ଓ ପୁରୀରୁ କୋଣାର୍କ ଯାଉଥିଲେ। ଏପରିକି ସାରଙ୍ଗଗଡ଼ରେ ଥିବା ହାତୀରେ ଗଜପତି ଓ ରାଜଗୁରୁ ଏକାମ୍ରକ୍ଷେତ୍ରରୁ କୋଣାର୍କକୁ ପଦାର୍ପଣ କରୁଥିଲେ। ସମସ୍ତ ହାତୀଆଳଙ୍କ ନାମ ମଧ୍ୟ ପୋଥିରେ ଦରଜ ହୋଇଛି। ସମସ୍ତେ ଗଜପତିଙ୍କ ଗଜବାହିନୀର ପାଇକ ଥିଲେ। ସଫଳତାର ସହିତ ହାତୀଆଳ ଭାବରେ କାର୍ଯ୍ୟ ନିର୍ବାହ କରୁଥିଲେ।
ଗଜପତି ହାତୀକୁ ମର୍ଯାଦା ଦେବାରେ କେବେ ବି କୁଣ୍ଠାବୋଧ କରି ନ ଥିଲେ। ଏହାର ଉଦାହରଣ ଆମେ କୋଣାର୍କର ଶ୍ରୀପଦ୍ମକେଶର ମନ୍ଦିରର ଉତ୍ତରପଟେ ଦେଖିପାରିବା। ସେହି ହାତୀର ନାମ ‘ସୁଦେହିକା’। ସେ ଥିଲା ଲାଙ୍ଗୁଳା ନରସିଂହଦେବଙ୍କ ଗୁଣ୍ଠୁଣୀ ହାତୀ। ବଙ୍ଗର ଲକ୍ଷ୍ମଣାବତୀଠାରେ ଯୁଦ୍ଧ ସମୟରେ ମୁସଲମାନ ସୈନ୍ୟବାହିନୀର ଘେରାଉ ମଧ୍ୟରେ ଗଜପତି ରହିଯାଇଥିବା ବେଳେ ସୁଦେହିକା ଅମାପ ସାହସରେ ଘେରାବନ୍ଦୀ ଭିତରେ ଧସେଇ ପଶି ଗଜପତିଙ୍କୁ ଶୁଣ୍ଢରେ ଟେକି କାଇଦାରେ ବାହାରକୁ ନେଇଆସିଥିଲା।
ମନ୍ଦିର ନିର୍ମାଣବେଳେ ଶିଳ୍ପୀ ଗଙ୍ଗା ମହାପାତ୍ର ପ୍ରଥମେ ହାତୀଖୋଦେଇ ଆରମ୍ଭ କରିଥିଲେ, ମହାଶ୍ରମ (ଗଜପତି) ନିଜେ ପରିଦର୍ଶନ ବେଳେ ଦେଖିବା ପରେ ଆଦେଶ ଦେଇଥିଲେ- ଇୟେ ହବ ନାହିଁ। ଅବିକଳ ସୁଦେହିକା ପରି ହେବ। ଅଧାକଟା ପଥର ଅପସାରଣ ହେଲା। ଗଜପତି ପୁନଃ ଆଦେଶ କରିଥିଲେ- ମୋର ପ୍ରିୟ ହାତୀ, ଯିଏ ମୋ ଜୀବନ ବଞ୍ଚାଇଛି। ସେ ଯୁଦ୍ଧ ମୁଦ୍ରାରେ ରହିବ, ଯେମିତି ସେ ମୋତେ ଶୁଣ୍ଢରେ ଟେକି ଆଣିଥିଲା। ବାୟାଚକଡ଼ାର ଅଣଚାଳିଶପତ୍ରରୁ ଜଣାଯାଏ ଧର୍ମ ମହାପାତ୍ର (ଯିଏ ଧର୍ମପଦ ନାମରେ ପ୍ରସିଦ୍ଧ) ସାଙ୍ଗରେ ଛୋଟା ଶିବ ମହାପାତ୍ରଙ୍କୁ ନେଇ ଅବିକଳ ଭାବରେ ଗୁଣ୍ଠୁଣୀ ହାତୀ ସୁଦେହିକାକୁ ପଥରରେ ରୂପ ଦେଇଥିଲେ। ଗଜପତି ଧର୍ମପଦକୁ ଦେଇଥିଲେ ଶହେ ପଦ୍ମ ମାଢ଼ ସୁନା। ଧର୍ମପଦ ୧୨ ବର୍ଷରେ ମଲା କେଉଁଠି……!

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଧାନରେ ଇନ୍‌ପୁଟ୍‌ ଆସିଷ୍ଟାଣ୍ଟ ହ୍ରାସ, ବଢ଼ିଲା ଅସନ୍ତୋଷ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ୨ଦିନ ପରେ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ସପ୍ତାହ ପୂରିବ। ଅଥଚ ଏପର୍ଯ୍ୟନ୍ତ...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri