Posted inଫୁରସତ

ଗଜପତିଙ୍କର ଗୁଣ୍ଠୁଣୀହାତୀ ସୁଦେହିକା ପ୍ରତି ସମ୍ମାନବୋଧ

ଆମେ ମନ୍ଦିର ନିର୍ମାଣବେଳେ ଶଗଡ଼/ଶଗଡ଼ି ବ୍ୟବହାରର କେତେକ ପ୍ରସଙ୍ଗ ଆଲୋଚନା କଲେ। ଭୁବନେଶ୍ୱରରୁ ଶିଳ୍ପୀମାନେ ଶଗଡ଼ରେ ଯିବାଆସିବା କରିବାର ପ୍ରମାଣ ବି ଉଲ୍ଲେଖ ରହିଛି। ଦାମୋଦର ଜେନା ସେମାନଙ୍କ ନବାଆଣିବା ଦାୟିତ୍ୱରେ ଥିଲେ। ସେହିପରି ହାତୀମାନେ ମଧ୍ୟ ଗମନାଗମନ ପାଇଁ ଯେତିକି ବ୍ୟବହାର ହେଉଥିଲେ ତା’ଠାରୁ ଅଧିକ ବ୍ୟବହାର ହେଉଥିଲେ ମନ୍ଦିର ନିର୍ମାଣ କାର୍ଯ୍ୟରେ ଏବଂ ଭଣ୍ଡାର ସମୃଦ୍ଧ କାର୍ଯ୍ୟରେ।
– ହାତୀ ଉପରେ ସାରଙ୍ଗଗଡ଼ କୋଷାଗାରରୁ ଭଣ୍ଡାରନିକାପ ୯୩୭୮ ଅସରପୀ ଆଣି କୋଣାର୍କ ଭଣ୍ଡାରରେ ମଣତି ଦେଇଥିଲେ।
-ଗଜପତିଙ୍କ ଶ୍ୱଶୁରଘରୁ ହାତୀପିଠିରେ ହିଁ ମନ୍ଦିର ନିର୍ମାଣ ସମୟରେ ଅନେକ ଦ୍ରବ୍ୟ ପହଞ୍ଚିଥିଲା। ପାଣ୍ଡ୍ୟରାଜାଙ୍କ ରାଜଧାନୀ ଥିଲା ମଦୁରାଇ। ମଦୁରାଇରୁ ହାତୀ ପିଠିରେ ଲଦି ସାମନ୍ତ ପୁରୋଧା ବିରୁପାକ୍ଷ ଶର୍ମା ଯେଉଁ ଜିନିଷଗୁଡ଼ିକ ଆଣିଥିଲେ କୋଣାର୍କକୁ ତାହା ଆମେ ଜାଣିବା କଥା। ମହାରାଣୀଙ୍କ ବାପଘର ମଧ୍ୟ ଜ୍ୱାଇଁ (ଗଜପତି)ଙ୍କର ସଂକଳ୍ପକୁ ସାକାର କରିବାକୁ ସହଯୋଗର ହାତ ବଢ଼ାଇବାରେ ଊଣା କରି ନ ଥିଲେ। ଗୋଟିଏ ଉଦାହରଣ ଏହି ପ୍ରସଙ୍ଗରେ ଆମେ ଆଲୋଚନା କରିବା। ମହାରାଣୀଙ୍କ ନାମ ଥିଲା କସ୍ତୁରିକା ମୋଦିନୀ ଦେବୀ। ପାଣ୍ଡ୍ୟ ରାଜାଙ୍କ ରାଜନନ୍ଦିନୀ ଥିଲେ ଇୟେ।
ମଦୁରାଇରୁ ଆସି ପହଞ୍ଚିଲା- ଦଶ ଯୋଡ଼ା ଶିଲ୍‌କ ଲୁଗା,ଦଶଯୋଡ଼ା ଶିଲ୍‌କ ସାଲ, ସୁନା ଖଚିତ ଗୋଟିଏ ଗଜଦନ୍ତ ଆସନ। କୋଣାର୍କରେ ଅବସ୍ଥାନ କାଳରେ ଜ୍ୱାଇଁ (ଗଜପତି) ବସିବେ।- ୦୭ଟି ଅକଟା ମାଣିକ୍ୟ। ରକ୍ତବର୍ଣ୍ଣ ମଣି(ଏସବୁ ପଥର ନିର୍ମିତ ପଦ୍ମରେ ଖଞ୍ଜାଯିବା ପାଇଁ)। ପାନବାକ୍ସ ରୁପା ନିର୍ମିତ। ୧୦ଟି ନଡ଼ିଆ ଶଢ଼େଇ (ଘୋଡ଼ଣୀଥିବା)ରେ ସିନ୍ଦୂର। ଗଜପତିଙ୍କ ପାଟରାଣୀଙ୍କୁ ସେହି ସମୟରେ ‘ମହାଦେବୀ’ ଭାବରେ ଚିହ୍ନିତ କରାଯାଉଥିଲା, ତାଙ୍କ ପାଇଁ ୨ଟି ଶିଲ୍‌କ୍‌ ଶାଢ଼ି। ସୂତ୍ରଧର ଶିବେଇ ସାନ୍ତରାଙ୍କ ପାଇଁ ପାଟ-ମକୁଟା ହଳେ। ସ୍ଥପତିମାନଙ୍କ ପାଇଁ ୭ ଯୋଡ଼ା ସୁବର୍ଣ୍ଣ କୁଣ୍ଡଳ ଏବଂ ୭ ଯୋଡ଼ା ସୁବର୍ଣ୍ଣ ଖଡୁ।
ମନ୍ଦିର ନିର୍ମାଣ ବେଳେ ଭଣ୍ଡାରକୁ ସମୃଦ୍ଧ କରିବା ପାଇଁ ହାତୀମାନଙ୍କୁ ବ୍ୟବହାର କରାଯାଇଥିବାର କିଛି ପ୍ରସଙ୍ଗ ଆମେ ଜାଣିଲେ। ମନ୍ଦିର ନିର୍ମାଣ ବେଳେ ପଥର ଉଠାଇବା କାର୍ଯ୍ୟରେ ହାତୀଙ୍କର ଆବଶ୍ୟକତା ଯେଉଁପରି ରହିଥିଲା, ମନ୍ଦିର ଚାରିପଟେ ଥିବା ବାଲିସ୍ତୂପ ଅପସାରଣ ପାଇଁ ହାତୀଙ୍କର ସେହିପରି ଭୂମିକା ରହିଥିଲା। ଅନେକବାର ଗଜପତି ପାଲିଙ୍କିରେ ବିଜେ ନ କରି ହାତୀରେ କୋଣାର୍କରୁ ପୁରୀ ଓ ପୁରୀରୁ କୋଣାର୍କ ଯାଉଥିଲେ। ଏପରିକି ସାରଙ୍ଗଗଡ଼ରେ ଥିବା ହାତୀରେ ଗଜପତି ଓ ରାଜଗୁରୁ ଏକାମ୍ରକ୍ଷେତ୍ରରୁ କୋଣାର୍କକୁ ପଦାର୍ପଣ କରୁଥିଲେ। ସମସ୍ତ ହାତୀଆଳଙ୍କ ନାମ ମଧ୍ୟ ପୋଥିରେ ଦରଜ ହୋଇଛି। ସମସ୍ତେ ଗଜପତିଙ୍କ ଗଜବାହିନୀର ପାଇକ ଥିଲେ। ସଫଳତାର ସହିତ ହାତୀଆଳ ଭାବରେ କାର୍ଯ୍ୟ ନିର୍ବାହ କରୁଥିଲେ।
ଗଜପତି ହାତୀକୁ ମର୍ଯାଦା ଦେବାରେ କେବେ ବି କୁଣ୍ଠାବୋଧ କରି ନ ଥିଲେ। ଏହାର ଉଦାହରଣ ଆମେ କୋଣାର୍କର ଶ୍ରୀପଦ୍ମକେଶର ମନ୍ଦିରର ଉତ୍ତରପଟେ ଦେଖିପାରିବା। ସେହି ହାତୀର ନାମ ‘ସୁଦେହିକା’। ସେ ଥିଲା ଲାଙ୍ଗୁଳା ନରସିଂହଦେବଙ୍କ ଗୁଣ୍ଠୁଣୀ ହାତୀ। ବଙ୍ଗର ଲକ୍ଷ୍ମଣାବତୀଠାରେ ଯୁଦ୍ଧ ସମୟରେ ମୁସଲମାନ ସୈନ୍ୟବାହିନୀର ଘେରାଉ ମଧ୍ୟରେ ଗଜପତି ରହିଯାଇଥିବା ବେଳେ ସୁଦେହିକା ଅମାପ ସାହସରେ ଘେରାବନ୍ଦୀ ଭିତରେ ଧସେଇ ପଶି ଗଜପତିଙ୍କୁ ଶୁଣ୍ଢରେ ଟେକି କାଇଦାରେ ବାହାରକୁ ନେଇଆସିଥିଲା।
ମନ୍ଦିର ନିର୍ମାଣବେଳେ ଶିଳ୍ପୀ ଗଙ୍ଗା ମହାପାତ୍ର ପ୍ରଥମେ ହାତୀଖୋଦେଇ ଆରମ୍ଭ କରିଥିଲେ, ମହାଶ୍ରମ (ଗଜପତି) ନିଜେ ପରିଦର୍ଶନ ବେଳେ ଦେଖିବା ପରେ ଆଦେଶ ଦେଇଥିଲେ- ଇୟେ ହବ ନାହିଁ। ଅବିକଳ ସୁଦେହିକା ପରି ହେବ। ଅଧାକଟା ପଥର ଅପସାରଣ ହେଲା। ଗଜପତି ପୁନଃ ଆଦେଶ କରିଥିଲେ- ମୋର ପ୍ରିୟ ହାତୀ, ଯିଏ ମୋ ଜୀବନ ବଞ୍ଚାଇଛି। ସେ ଯୁଦ୍ଧ ମୁଦ୍ରାରେ ରହିବ, ଯେମିତି ସେ ମୋତେ ଶୁଣ୍ଢରେ ଟେକି ଆଣିଥିଲା। ବାୟାଚକଡ଼ାର ଅଣଚାଳିଶପତ୍ରରୁ ଜଣାଯାଏ ଧର୍ମ ମହାପାତ୍ର (ଯିଏ ଧର୍ମପଦ ନାମରେ ପ୍ରସିଦ୍ଧ) ସାଙ୍ଗରେ ଛୋଟା ଶିବ ମହାପାତ୍ରଙ୍କୁ ନେଇ ଅବିକଳ ଭାବରେ ଗୁଣ୍ଠୁଣୀ ହାତୀ ସୁଦେହିକାକୁ ପଥରରେ ରୂପ ଦେଇଥିଲେ। ଗଜପତି ଧର୍ମପଦକୁ ଦେଇଥିଲେ ଶହେ ପଦ୍ମ ମାଢ଼ ସୁନା। ଧର୍ମପଦ ୧୨ ବର୍ଷରେ ମଲା କେଉଁଠି……!

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri