ଦଲାଲଙ୍କ କବ୍‌ଜାରେ ଆଦିବାସୀଙ୍କ ମହୁଲ ଫୁଲ: ନା ଅଛି ବଜାର ବ୍ୟବସ୍ଥା, ନା ଧାର୍ଯ୍ୟ କରାଯାଉଛି ସହାୟକ ମୂଲ୍ୟ

ଭବାନୀପାଟଣା,୧୭ା୩(ଉତ୍ତମ କୁମାର ଦାଶ):  କଳାହାଣ୍ଡି ଜିଲାରେ ଆଦିବାସୀମାନେ ସଂଗ୍ରହ କରୁଥିବା ମହୁଲ ଫୁଲ ଏବେ ଦଲାଲଙ୍କ କବ୍‌ଜାରେ। ଏହାର ସର୍ବନିମ୍ନ ମୂଲ୍ୟ କେଜି ପିଛା ୨୫ ଟଙ୍କା ଥିବାବେଳେ ଅଧା ଦାମ୍‌ରେ ସେମାନେ ଦଲାଲଙ୍କ ହାତରେ ଟେକିଦେଉଛନ୍ତି। ଏହା ଦ୍ୱାରା ସେମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଜିଲା ପ୍ରଶାସନ କିମ୍ବା ସରକାର ଏ ନେଇ କୌଣସି ପଦକ୍ଷେପ ନ ନେବାରୁ ଏହି ଲଘୁବନଜାତ ଦ୍ରବ୍ୟ ସଂଗ୍ରହ କରୁଥିବା ଲୋକେ ଶାଗମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।
ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ ୭୨ଟି ଲଘୁବନଜାତ ଦ୍ରବ୍ୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରାଯାଇଛି। ଏହା ମଧ୍ୟରେ ମହୁଲଫୁଲ ମଧ୍ୟ ସାମିଲ ହୋଇଛି। ପଞ୍ଚାୟତ ପକ୍ଷରୁ ମହୁଲ ଫୁଲର ସର୍ବନିମ୍ନ ସହାୟକ ମୂଲ୍ୟ କେଜି ପିଛା ୨୫ ଟଙ୍କା ଧାର୍ଯ୍ୟ କରାଯାଇଛି। କିନ୍ତୁ କଳାହାଣ୍ଡି ଜିଲାରେ ବଜାର ଅଭାବରୁ ୧୦ରୁ ୧୫ ଟଙ୍କାରେ ବିକ୍ରି ହେଉଛି। ପର୍ଯ୍ୟାପ୍ତ ଗୋଦାମ ଓ ଆବଶ୍ୟକ ଭିତ୍ତିଭୂମିର ଅଭାବ ଯୋଗୁଁ ଲୋକେ ମହୁଲକୁ ମହଜୁଦ ରଖିବାରେ ସକ୍ଷମ ହୋଇ ପାରୁନାହାନ୍ତି। ସରକାରଙ୍କ ନିୟମ ଅନୁଯାୟୀ ମହିଳା ଏସ୍‌ଏଚ୍‌ଜିଙ୍କୁ ଏହାର କ୍ରୟ ଦାୟିତ୍ୱ ଦେବାକୁ ଥିଲେ ମଧ୍ୟ ଏହା କରାଯାଉ ନାହିଁ। ଦଲାଲଙ୍କ ଗୋଦାମରେ ଅବକାରୀ ବିଭାଗର ପକ୍ଷରୁ ଚଢ଼ାଉ କରା ନ ଯିବା ନେଇ କ୍ଷୋଭ ପ୍ରକାଶ ପାଇଛି। ଗରିବ ଲୋକଙ୍କ ପାଇଁ ମହୁଲ ସଂଗ୍ରହ ଜୀବିକା ପାଲଟିଥିବା ବେଳେ ଦଲାଲ ଯୋଗୁ ଉପଯୁକ୍ତ ମୂଲ୍ୟ ନ ପାଇ ସେମାନେ ଅଭାବ ଅନଟନରେ ଦିନ କାଟୁଛନ୍ତି ।
କଳାହାଣ୍ଡି ଜିଲାରେ ଦିନକୁ ଦିନ ମଦଭାଟି ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସରକାର ମଦରୁ କୋଟି କୋଟି ଟଙ୍କା ରାଜସ୍ବ ଆଦାୟ କରୁଛନ୍ତି। ମଦରେ ରାଜସ୍ବ ଆଦାୟ କରିବାରେ କଳାହାଣ୍ଡି ଜିଲା ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଛି। ଜିଲାର ଜୁନାଗଡ଼, ଗୋଲାମୁଣ୍ଡା, ଥୁଆମୂଳ ରାମପୁର, ମଦନପୁର ରାମପୁର, କୋକସରା, ଜୟପାଟଣା, ଲାଞ୍ଜିଗଡ଼, କଲମପୁର, ନର୍ଲା ବ୍ଲକ ସମେତ ପାହାଡ଼ି ଇଲାକରେ ଥିବା ଗାଁଗୁଡିକରେ ଶହ ଶହ ଆଦିବାସୀ ମହୁଲ ସଂଗ୍ରହ କରିଥାନ୍ତ। ବର୍ଷକରେ ୩ ମାସ ଜୀବିକା ନିର୍ବାହ କରୁଥିବା ବେଳେ ଅଭାବି ବିକ୍ରି ତାଙ୍କ ପେଟପାଟଣା ପାଇଁ ପ୍ରତିବନ୍ଧକ ସାଜିଛି। ଗ୍ରାମାଞ୍ଚଳରେ ମଦଭାଟି ମାଲିକମାନେ କିଛି ଲୋକଙ୍କୁ ରଖି ଆଗୁଆ କମ ଦରରେ ମହୁଲ କିଣି ଗଚ୍ଛିତ ରଖୁଛନ୍ତି। ପରବର୍ତ୍ତୀ ଅବସ୍ଥାରେ ସରକାରୀ ଦପ୍ତରରେ ଲୋକ ଦେଖାଣିଆ ଭାବେ କାଗଜକଲମରେ ଦେଖାଉଛନ୍ତି ।
ବର୍ଷତମାମ ମହୁଲକୁ ସଂଗ୍ରହ କରି ରଖୁଥିବା ବେଳେ ଭାଟିରୁ ତିଆରି ମଦରେ ମହୁଲିର ଅସଲି ଗନ୍ଧ ରହୁନାହିଁ। ମହୁଲ କ୍ରୟ ଓ ବିକ୍ରୟ ଉପରେ ଜିଲାର ସମସ୍ତ ପଞ୍ଚାୟତର ଜନ ପ୍ରତିନିଧି ଓ କିଛି ସରକାରୀ କର୍ମଚାରୀଙ୍କୁ ନେଇ କମିଟି ହେବା କଥା। ସେହି କମିଟିରେ ମୂଲ୍ୟ ଧାର୍ଯ୍ୟ ନିଷ୍ପତ୍ତି ହେବା ପରେ ନିର୍ଦ୍ଦେଶନାମା ଜାରି କରିବା ସହିତ କ୍ରେତାମାନଙ୍କୁ ଲାଇସେନ୍ସ ପ୍ରଦାନ କରିବା କଥା। କିନ୍ତୁ ଏସବୁରେ ବ୍ୟତିକ୍ରମ ଦେଖାଦେଇଛି। ତୁରନ୍ତ ରାଜ୍ୟ ସରକାର ଏେ ନଇ ପଦକ୍ଷେପ ନେଲେ ଆଦିବାସୀମାନେ ଉପକୃତ ହୋଇପାରିବେ ବୋଲି ମହୁଲ ଗୋଟାଳି ପ୍ରତାପ ବିଶ୍ୱାଳ, ସାମାଜିକ କର୍ମୀ ସାଉଲ ମଙ୍ଗରାଜ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

ଗୋଲାପଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁର ଘର ଲୋକେ: ପୋଲିସ ନେଲା…

ଆନନ୍ଦପୁର, ୩୦।୧(ସୁଶାନ୍ତ କୁମାର ସାହୁ): ବୋହୂଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ କଲେ ଶ୍ୱଶୁର ଘର ଲୋକେ। ଏଭଳି ଏକ ସମ୍ବେଦନଶୀଳ ଘଟଣା…

୪ ମନ୍ଦିରରୁ ଏକାବେଳକେ ଚୋରି କଲେ ଦୁର୍ବୃତ୍ତ: ନେଇଗଲେ …

ଆନନ୍ଦପୁର,୩୦।୧(ସୁଶାନ୍ତ କୁମାର ସାହୁ): ଏକ ସାଙ୍ଗରେ ଚାରୋଟି ମନ୍ଦିରର ଚୋରି। ମନ୍ଦିର ତାଲା ଭାଙ୍ଗି ଲୁଟିନେଲେ ଦେବା ଦେବୀଙ୍କ ସୁନା ରୁପା ଅଳଙ୍କାର। ସହ ଦାନ ବାକ୍ସ।…

୧, ୨ କି ୩ ନୁହେଁ, ୯ଟି ଶୁଭ ସଂଯୋଗରେ ଆସିବ ଏଥର ବଜେଟ୍‌

ନୂଆଦିଲ୍ଲୀ,୩୦।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ବଜେଟ ଦିବସ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଗୁରୁତ୍ୱପୂର୍ଣ୍ଣ…

ଧାର ଟଙ୍କା ମାଗିବାରୁ ଗୁଳିମାଡ଼, ନଷ୍ଟ ହେଲା ବ୍ୟକ୍ତିଙ୍କ ଆଖି

ଭୁବନ,୩୦ା୧(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ବାରୁଆ (ଖ) ଗ୍ରାମର ପଞ୍ଚାନନ ରାଉତ ଧାନ କିଣିବା ପାଇଁ ଦେଇଥିବା ଟଙ୍କା ମାଗିବାରୁ ଗୁରୁବାର ରାତି…

ବିନା ଗ୍ରାମସଭାରେ ‘ଇଡକୋ’କୁ ଜମି ହସ୍ତାନ୍ତର ଅଭିଯୋଗ: ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଥୁଆମୁଳ ରାମପୁର,୩୦।୧(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକରେ ଜମି ଅଧିକାରକୁ ନେଇ ପୁଣିଥରେ ସ୍ବର ତୀବ୍ର ହୋଇଛି। ଗୁଣପୁର ପଞ୍ଚାୟତର ପୁଲିଙ୍ଗପଦର ଗ୍ରାମବାସୀ ନିଜର ସାମ୍ବିଧାନିକ…

T20 ବିଶ୍ୱକପ ପୂର୍ବରୁ ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର: ଖୋଲିଗଲା ପାକିସ୍ତାନର ପୋଲ୍‌

ଇସଲାମାବାଦ୍‌,୩୦।୧: ଭାରତରେ ଫେବୃଆରୀ ୭ରୁ ଆରମ୍ଭ ହେଉଥିବା T20 ବିଶ୍ୱକପ ପୂର୍ବରୁ ପଡ଼ୋଶୀ ପାକିସ୍ତାନ ନିପା ଭାଇରସ ସମ୍ପର୍କରେ ଭାରତ ବିରୋଧରେ ଏକ ନକଲି ଅଭିଯାନ ଚଳାଇଛି।…

ଭାଜପା ଏମ୍‌ପିଙ୍କ ବଡ଼ ବୟାନ, ‘ଯଦି ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ଦିଆଯାଏ, ତା’ହେଲେ…’

ନୂଆଦିଲ୍ଲୀ,୩୦।୧: ଅଜିତ ପାୱାରଙ୍କ ଦେହାନ୍ତ ପରେ ଦୁଇ ଏନସିପି ଗୋଷ୍ଠୀ ଏକାଠି ହେବାର ଆଲୋଚନା ହୋଉଛି। ଏହି ସମୟରେ, ଭାଜପା ରାଜ୍ୟ ସଭା ଏମ୍‌ପି ଧନଞ୍ଜୟ ମହାଦିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri