ଆଦିବାସୀ ଜନଜାତି ନୁହେଁ, ଏ ଜାତିର ପ୍ରକୃତ ମାଲିକ: ତଥାଗତ

ଭୁବନେଶ୍ୱର,୨୦ା୧୦(ସୌମ୍ୟରଞ୍ଜନ ରାଉତ): ଅନେକ ସ୍ଥାନରେ ଲୋକମାନେ ଆଦିବାସୀଙ୍କୁ ଭିନ୍ନ ଦୃଷ୍ଟିରେ ଦେଖିଥାନ୍ତି। କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସେବାରେ ଆଦିବାସୀମାନଙ୍କୁ ୧ମାସ ସେବା କରିବାକୁ ଯେଉଁ ସୁଯୋଗ ମିଳିଥାଏ, ତାହା ବଡ଼ ଗର୍ବର ବିଷୟ। ବର୍ତ୍ତମାନ ସମୟରେ ଆଦିବାସୀ ସମ୍ପ୍ରଦାୟର ଲୋକେ ବା ଯୁବକମାନେ ସହରମୁହାଁ ହୋଇ ନିଜର ଭାଷା, ନୃତ୍ୟ ତଥା ପରମ୍ପରାକୁ ଭୁଲିଯାଉଛନ୍ତି। ସେମାନଙ୍କୁ ଆଦିବାସୀ ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଅବଗତ କରିବା ଦିଗରେ ଅନେକ ସଙ୍ଗଠନ ଏବେ କାମ କରିବା ଆରମ୍ଭ କଲେଣି ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମ କହିଛନ୍ତି। ସ୍ଥାନୀୟ ୟୁନିଟ୍‌-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଶା ପରିଚୟ ଫାଉଣ୍ଡେଶନ୍‌ ପକ୍ଷରୁ ଆୟୋଜିତ ୧୨ତମ ଆଦିବାସୀ ମହୋତ୍ସବ ‘ପରିଚୟ: ଦ ନ୍ୟାଶନାଲ ଟ୍ରାଇବାଲ୍‌ କାର୍ନିଭାଲ୍‌’ର ରବିବାର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଜୁଏଲ୍‌ ଏହା କହିଛନ୍ତି।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ସମ୍ପାଦକ ତଥାଗତ ସତପଥୀ କହିଛନ୍ତି, ସମସ୍ତେ କୁହନ୍ତି ଏ ମାଟି ପାଇଁ ଆମେ ଗର୍ବିତ। ସତରେ କ’ଣ ଗର୍ବ କରିବାର ଆମ ଅଧିକାର ଅଛି। ଆମେ କିଛି ଦେଇଛେ ଏ ମାଟିକୁ ନା, ଖାଲି ଏ ମାଟିରୁ ଆମେ ଶୋଷଣ କରିଛେ। ଗର୍ବ ପରିବର୍ତ୍ତେ ଆମେ ଯଦି ଆମ ମାଟି ପାଇଁ କୃତଜ୍ଞତା ଆଣିବା ଯେ ଏ ମାଟି ଆମକୁ ଏତେ ଦେଉଛି, ତାହେଲେ ବାସ୍ତବରେ ଆଦିବାସୀର ଅର୍ଥ କ’ଣ ଆମେ ବୁଝିପାରନ୍ତେ। ଏପର୍ଯ୍ୟନ୍ତ ଆମେ ଆଦିବାସୀର ପ୍ରକୃତ ଅର୍ଥ ବୁଝିପାରିନାହାନ୍ତି। ଆମେ ସମସ୍ତେ ଭାବୁ ଆଦିବାସୀ ହେଉଛନ୍ତି ଏକ ଜନଜାତି, କିନ୍ତୁ ତାହା ନୁହେଁ। ଆଦିବାସୀ ଜନଜାତି ନୁହେଁ, ସେମାନେ ଏ ଜାତିର ପ୍ରକୃତ ମାଲିକ ବୋଲି ତଥାଗତ ମତ ପ୍ରକାଶ କରିଥିଲେ।

ଅନ୍ୟତମ ଅତିଥି ଭାବେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ କହିଥିଲେ, ରାଜଧାନୀରେ ଆଦିବାସୀଙ୍କ ଭାଷା, ପାରମ୍ପରିକ ଲୋକନୃତ୍ୟର ଆଦାନପ୍ରଦାନ ହେବା ବଡ଼ ଗୌରବର କଥା। ଆଦିବାସୀ ସମ୍ପ୍ରଦାୟର ଲୋକେ କ’ଣ କଲେ ତାଙ୍କର ଭାଷା ବା ପରମ୍ପରା ବଞ୍ଚିତ ରହିପାରିବ, ସେ ବାଟ ତାଙ୍କୁ ଠିକ୍‌ ଜଣା ଅଛି। ସେମାନଙ୍କଠୁ ଅନେକ କିଛି ଶିଖିବାକୁ ମିଳେ ବୋଲି ଆଦ୍ୟାଶା କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ, ବରିଷ୍ଠ ଖବରଦାତା ସତ୍ୟ ପ୍ରକାଶ ନାୟକ, ଭାଜପା ନେତା ପବିତ୍ର ମୋହନ ଦାସ ଓ ରାଣା ପ୍ରତାପ ପାତ୍ର ପ୍ରମୁଖ ଯୋଗଦେଇ ଆଦିବାସୀମାନଙ୍କ ସଂସ୍କୃତି, ଅଧିକାର ଉପରେ ଆଲୋକପାତ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

ବର୍ଷା ବିପତ୍ତି: ରାତ୍ରି ଭୋଜନ କରୁଥିବା ବେଳେ ଘର ଉପରେ ଭାଙ୍ଗିପଡ଼ିଲା ବିରାଟ ପଣସ ଗଛ, ଭୟଙ୍କର ଦୁର୍ଘଟଣାରେ…

ଥୁଆମୂଳ ରାମପୁର, ୧୭।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ ଗୋପୀନାଥପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତଳ ଚୋବରୀ ଗ୍ରାମରେ ଏକ ବଡ଼ ବିପତ୍ତି…

କେରଳରେ ଦାଦନ ଶ୍ରମିକଙ୍କ ମୃତ୍ୟୁ: ମରଶରୀର ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟି ପଡ଼ିଲା ଗାଁ ଦାଣ୍ଡ

ଗୁଡାରି, ୧୭।୭(ପ୍ରମୋଦ କୁମାର ପତି ): ଦାଦନ ଖଟିବାକୁ କେରଳ ଯାଇଥିବା ଗୁଡାରି ବ୍ଲକର ଜଣେ ଓଡ଼ିଆ ଯୁବକଙ୍କର ସେଠାରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି…

ପୁରୀ ଶ୍ରୀକ୍ଷେତ୍ରରୁ ଭଟଲି ଆସିବ ତିନି ରଥର ଚକ; ସ୍ୱାଗତ ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସୁକତା

ବରଗଡ଼,୧୭।୭(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ଶ୍ରୀଶ୍ରୀ ଦଧିବାମନ ଧାମ, ଭଟଲି ପାଇଁ ଏକ ଗୌରବମୟ ତଥା ଐତିହାସିକ ମୁହୂର୍ତ୍ତ ଆସିବାକୁ ଯାଉଛି। ପୁରୀ…

ନିଟ୍-୨୦୨୬ରେ ଚମକିଲେ କୋରାପୁଟର ପୂଜ୍ୟମ ରାଜ, ସର୍ବଭାରତୀୟ ସ୍ତରରେ ରଖିଲେ…

କୋରାପୁଟ, ୧୭।୭ (ଅମିତାଭ ବେହେରା): ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (NEET-2026) ରେ କୋରାପୁଟ ଜିଲା ପାଇଁ ଗୌରବ ଆଣିଛନ୍ତି ସ୍ଥାନୀୟ ଫ୍ୟୁଜନ୍ ୱର୍ଲ୍ଡ ସ୍କୁଲର…

ପୁଣି ଖାକିରେ ଦାଗ: ମହିଳାଙ୍କୁ ପ୍ରତାରଣା-ବଳାତ୍କାର ଅଭିଯୋଗରେ ପୋଲିସ ଓଏଏସଆଇ ଗୌରାଙ୍ଗ ବେହେରା ଗିରଫ

ଛତ୍ରପୁର, ୧୭।୭(ଦିଲ୍ଲୀପ ସାମଲ): ପୁଣି ଥରେ ଖାକି ପୋଷାକରେ ଲାଗିଛି ଦାଗ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଏବଂ ପ୍ରତାରଣା କରିବା…

ଘରେ ଏକୁଟିଆ ଦେଖି ଜବରଦସ୍ତି ଉଠାଇ ନେଇ ୮ ବର୍ଷର ନାବାଳିକାକୁ ବଳାତ୍କାର: ଅଭିଯୁକ୍ତ କୁଶୁନୁ ମୁଣ୍ଡାଙ୍କୁ…

ପାଟଣା,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ନେଇ ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି।…

ଦେଶୀ ମଦ କାରବାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୧୭ା୭ (ମନ୍ମଥ ମିଶ୍ର): ଅଡବା ଥାନା ପୋଲିସ ଗମ୍ଭାରିଗାଁ ଗ୍ରାମରେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି କରିବା ବିରୋଧରେ ଚଢ଼ାଉ କରି ୨ଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri