ଆଦିବାସୀ ଯୁବକଙ୍କୁ ପିଟିଲା ପୋଲିସ

ସମ୍ବଲପୁର, ୭ା୭ (ପ୍ରମୋଦ ବହିଦାର)ପୋଲିସ ବର୍ବରତାର ଆଉ ଏକ କାହାଣୀ ଲୋକଲୋଚନକୁ ଆସିଛି। ବ୍ୟାଟେରି ଚୋରି ସନ୍ଦେହରେ ଜଣେ ଆଦିବାସୀ ଯୁବକଙ୍କୁ ଗାଁ ଲୋକଙ୍କ ଉପସ୍ଥିତିରେ ପୋଲିସ ମାଡ଼ ମାରିଛି। ଏପରି କି ସେତିକିରେ ମନ ବୁଝି ନ ଥିଲା ଯେ ଫାଣ୍ଡିକୁ ନେଇ ମଧ୍ୟ ନିସ୍ତୁକ ପିଟିଛି। ପରେ ଯୁବକଙ୍କ ଚୋରିରେ ସମ୍ପୃକ୍ତ ନ ଥିବା ଜାଣିବା ପରେ ପୋଲିସ ତାଙ୍କୁ ଛାଡ଼ି ଦେଇଛି। ସମ୍ବଲପୁର ଜିଲା ବୁର୍ଲା ଥାନା ଅଧୀନ ଚିପିଲିମା ଫାଣ୍ଡି ଅଞ୍ଚଳରେ ଏହି ଘଟଣା ଘଟିଛି। ଯୁବକ ଜଣକ ହେଉଛନ୍ତି ରାଜେଶ ମିର୍ଦ୍ଧା। ଏହାକୁ ନେଇ ସମ୍ପୃକ୍ତ ଯୁବକଙ୍କ ମା’ ସୁବାସିନୀ ମିର୍ଦ୍ଧା ଶନିବାର ସମ୍ବଲପୁର ଏସ୍‌ପି ଓ ମଙ୍ଗଳ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି। ଅପରପକ୍ଷରେ ପୋଲିସ ବିରୋଧରେ ହୋଇଥିବା ଅଭିଯୋଗ ସତ୍ୟ ହୋଇଥିଲେ, କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି କହିଛନ୍ତି।
ସୁବାସିନୀଙ୍କ ଅଭିଯୋଗ ଅନୁସାରେ ଗତ ୩ ତାରିଖ ସକାଳ ପ୍ରାୟ ସାଢେ ୭ଟାରେ ବୁର୍ଲା ଥାନା ଅଧୀନ ଚିପିଲିମା ଫାଣ୍ଡିର ୨ଜଣ ପୋଲିସ କର୍ମଚାରୀ ସାହାଜବାହାଲ ଗ୍ରାମକୁ ଆସି ତାଙ୍କ ପୁଅ ରାଜେଶଙ୍କୁ ଏକ ବ୍ୟାଟେରି ଚୋରି ସନ୍ଦେହରେ ଘରୁ ଉଠାଇ ନେଇଥିଲେ। ଏହାପରେ ଗାଁ ଦାଣ୍ଡ ମନ୍ଦିର ସମ୍ମୁଖରେ ରାଜେଶଙ୍କୁ ଗ୍ରାମବାସୀଙ୍କ ସମ୍ମୁଖରେ ଚୋରି ସମ୍ପର୍କରେ ପଚରାଉଚରା କରିବା ସହ ମାଡ଼ ମାରିବା ପରେ ତାଙ୍କୁ ଫାଣ୍ଡିକୁ ନେଇ ପୋଲିସ ନିସ୍ତୁକ ପିଟିଥିଲା। ଏପରି କି ମାଡ଼ ମାରିବା ବେଳେ ପୋଲିସ ରାଜେଶଙ୍କୁ ଜାତିଆଣ ଆକ୍ଷେପ କରିଥିଲା ବୋଲି ସୁବାସିନୀ ଅଭିଯୋଗରେ ଦର୍ଶାଇଛନ୍ତି। ପରେ ଚୋରିରେ ତାଙ୍କର ସମ୍ପୃକ୍ତି ନ ଥିବା ଅନୁଭବ କରି ଫାଣ୍ଡିରେ ଏକ ସାଦା କାଗଜରେ ରାଜେଶଙ୍କ ଦସ୍ତଖତ କରାଇ ଅପରାହ୍ନରେ ଆଣି ତାଙ୍କୁ ଘରେ ଛାଡ଼ିଥିଲା। ରାଜେଶଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଚିକିତ୍ସା ପାଇଁ ବୁର୍ଲା ଭିମ୍‌ସାରକୁ ନେଇଥିଲେ। ତେବେ ନିଜ ଦୋଷ ଲୁଚାଇବାକୁ

କେତେଜଣ ପୋଲିସ କର୍ମଚାରୀ ତାଙ୍କ ଘରକୁ ଆସି ଏନେଇ କେସ୍‌ ନ କରିବାକୁ ତାଙ୍କୁ ଧମକ ଚମକ ଦେଇଥିବା ସୁବାସିନୀ ଅଭିଯୋଗ କରିଛନ୍ତି। ତାଙ୍କ ପୁଅ ବ୍ୟାଟେରି ଚୋରିରେ ସମ୍ପୃକ୍ତ ନାହିଁ ବୋଲି ଯେତେ ନେହୁରା ହେଲେ ମଧ୍ୟ ପୋଲିସ ତାଙ୍କୁ ମାଡ଼ ମାରିବାରୁ ନିବୃତ୍ତ ହୋଇ ନ ଥିଲା। ଖାଲି ସେତିକି ନୁହେଁ, ଯଦି ତାଙ୍କ ପୁଅ ଅଭିଯୁକ୍ତ ତା’ହେଲେ ତାଙ୍କୁ କୋର୍ଟ ଚାଲାଣ ନ କରି ପୋଲିସ ଘରେ ଆଣି କାହିଁକି ଛାଡ଼ିଲା ବୋଲି ସୁବାସିନୀ ପ୍ରଶ୍ନ କରିଛନ୍ତି। ରାଜେଶ ସୁସ୍ଥ ହୋଇ ଘରକୁ ଫେରିବାପରେ ସୁବାସିନୀ ଜିଲା ମଙ୍ଗଳ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ ତାଙ୍କ ପୁଅ ପାଇଁ ସୁରକ୍ଷା ମାଗିଛନ୍ତି। ଏ ସମ୍ପର୍କରେ ଜିଲା ମଙ୍ଗଳ ଅଧିକାରୀ ଭାଗୀରଥି ପଟେଲ କହିଛନ୍ତି, ଅଭିଯୋଗର ତଦନ୍ତ ତଥା ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ବଲପୁର ଆରକ୍ଷୀ ଅଧୀକ୍ଷକଙ୍କ ନିକଟକୁ ଅଭିଯୋଗପତ୍ର ପଠାଯାଇଛି। ଉକ୍ତ ଘଟଣାକୁ ନେଇ ଜିଲା ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ କହିଛନ୍ତି, ଘଟଣାର ତଦନ୍ତ ପାଇଁ ବୁର୍ଲା ଏସ୍‌ଡିପିଓଙ୍କୁ ଦାୟିତ୍ୱ ଦିଆଯାଇଛି। ତଦନ୍ତ ରିପୋର୍ଟରେ ଦୋଷୀ ସାବ୍ୟସ୍ତ ହେଲେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri