ଦଳିତ, ଆଦିବାସୀଙ୍କୁ ମିଳୁନି ଘରଡିହ ପଟ୍ଟା

ନୟାଗଡ଼ ଅଫିସ,୨୦।୧୧: ସରକାର ଦଳିତ ଓ ଆଦିବାସୀଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ହେଲେ ଏହା ସେମାନଙ୍କ ପାଇଁ ଅପହଞ୍ଚ ହୋଇରହିଛି। ରଣପୁର ତହସିଲର ବିଭିନ୍ନ ପଞ୍ଚାୟତରେ ୫୦୦ରୁ ଊର୍ଦ୍ଧ୍ୱ ଦଳିତ ଓ ଆଦିବାସୀ ପରିବାର ସରକାରୀ ଜମିରେ କାହିଁ କେଉଁ ଅମଳରୁ ରହିଆସୁଥିଲେ ମଧ୍ୟ ପଟ୍ଟା ପାଇପାରୁ ନାହାନ୍ତି। ତହସିଲ ପକ୍ଷରୁ ସେମାନଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ଉଠିଛି। ବାସସ୍ଥାନ ପ୍ରମାଣପତ୍ର ପାଇ ନ ଥିବାରୁ ସରକାରୀ ସୁବିଧା ହାସଲ କରିପାରୁ ନାହାନ୍ତି। ଏହି ସମସ୍ୟା ନେଇ ସେମାନେ ବିଭିନ୍ନ ସମୟରେ ତହସିଲଦାର, ବିଡିଓ, ଉପଜିଲାପାଳ, ଜିଲାପାଳଙ୍କୁ ଭେଟିଥିଲେ ମଧ୍ୟ ସୁଫଳ ମିଳୁନି। ଏପରିସ୍ଥଳେ ଏହି ଭୂମିହୀନ ପରିବାର ଗୁରୁବାର ଭାରତ ରତ୍ନ ଡକ୍ଟର ବି. ଆର୍‌. ଆମ୍ବେଡକର ସୋସିଆଲ ୱେଲ୍‌ଫେୟାର ଅର୍ଗାନାଇଜେଶନ ସହଯୋଗରେ ଜିଲାପାଳଙ୍କୁ ଭେଟି ନିଜ ସମସ୍ୟା ଜଣାଇବା ସହ ଲିଖିତ ଭାବେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ ରଣପୁର ତହସିଲ ରାଜସୁନାଖଳା ପଞ୍ଚାୟତ କୋଟଗଡ଼ ଆଦିବାସୀ ସାହିର ୧୫, କୋଟଗଡ଼ ନୂଆସାହିର ୭, ଗୋଡ଼ିସାହିର ୫ ପରିବାର ୨୦ରୁ ଊର୍ଦ୍ଧ୍ୱ ବର୍ଷ ହେଲା ସରକାରୀ ଜମିରେ ରହି ଆସୁଛନ୍ତି। ସେହିଭଳି କୁଳାସର ପଞ୍ଚାୟତ ନିରାକାରପୁରର ୨ ପରିବାର, ଗୋପାଳପୁର ପଞ୍ଚାୟତ ୧୬ ନଂ. ୱାର୍ଡ ହରିଜନ ସାହିର ୧୨୫, ଚାନ୍ଦପୁର ପଞ୍ଚାୟତ ଚାନ୍ଦପୁର ଭୋଇସାହିର ୧୫ ପରିବାର ଭୂମିହୀନ। ଅନୁରୂପ ଭାବେ ବଜ୍ରକୋଟ ପଞ୍ଚାୟତର ୩୦, ଦର୍ପନାରାୟଣପୁରର ୧୦୦, ଖତିଆ ପଞ୍ଚାୟତ ଦଳିତସାହିର ୧୦, ରଙ୍କଦେଉଳି ପଞ୍ଚାୟତ ଗୋଡିମଡା ଦଳିତସାହିର ୩୦ ପରିବାର ପଟ୍ଟା ପାଇପାରି ନାହାନ୍ତି। ଏ ନେଇ ରଣପୁର କୋଡିଏ କାହାଣିଆ ଗଁାର ଗଙ୍ଗାଧର ନାୟକ, ଦୀନବନ୍ଧୁ ନାୟକ, ଚାନ୍ଦପୁରର ତନୁଲତା ଭୋଇ କୁହନ୍ତି, ଦଳିତ ଓ ଆଦିବାସୀ ଲୋକ ଘରବାରି ପଟ୍ଟା ନ ପାଇବାରୁ ସରକାରୀ ସୁବିଧା ସୁଯୋଗ ନେଇପାରୁ ନାହାନ୍ତି। ପଟ୍ଟା ପାଇବା ପାଇଁ ବିଭିନ୍ନ ସମୟରେ ଆବେଦନ ସହ ଅଭିଯୋଗ, ପ୍ରତିବାଦ ପରେ କେବଳ ପ୍ରତିଶ୍ରୁତି ମିଳୁଛି। ଦଳିତ ଓ ଆଦିବାସୀ ନେତା ନାରାୟଣ ଚନ୍ଦ୍ର ଦାସ, ଦିବାକର ଭୋଇ କୁହନ୍ତି, ଦଳିତ ଓ ଆଦିବାସୀଙ୍କ ସମସ୍ୟା ଅନେକ। ତେବେ ଭୂମିହୀନ ଦଳିତ ଓ ଆଦିବାସୀଙ୍କ ସମସ୍ୟାଙ୍କୁ ଗୁରୁତ୍ୱ ଦିଆଯାଇ ସମାଧାନ କରାଯିବା ଦରକାର। ସେମାନଙ୍କ ପାଇଁ ସ୍ବତନ୍ତ୍ର ଶ୍ମଶାନ, କୋଠଘର, ପୋଖରୀ, ବେକାର ଯୁବତୀଯୁବକଙ୍କ ପାଇଁ କର୍ମସଂସ୍ଥାନ ଯୋଗାଇବା ଆବଶ୍ୟକ। ଜିଲାପାଳଙ୍କ ଅନୁପସ୍ଥିତିରେ ଆମେ ଅତିରିକ୍ତ ଜିଲାପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛୁ। ସେ ଜିଲାପାଳଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ସେମାନେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri