ବଞ୍ଚିବାର ରାହା ଖୋଜୁଛନ୍ତି ଆଦିବାସୀ

ଭବାନୀପାଟଣା,୧୬।୧(ସ୍ବ.ପ୍ର.): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀମାନଙ୍କ ପାଇଁ ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ପ୍ରଶାସନିକ ଅଧିକାରୀଙ୍କ ନାଲିଫିତା ତଳେ ସବୁ ଯୋଜନା ଅଟକି ପଡୁଛି। ଏମାନଙ୍କ ପାଇଁ ନା ଅଛି ରାସ୍ତା, ଅବା ନା ଅଛି ପାନୀୟ ଜଳର ସୁିଧା କିମ୍ବା ନା ଆଛି ଆବାସ ଯୋଜନାରେ ପକ୍କା ଘର। ଆଦିବାସୀମାନେ ଜଙ୍ଗଲରେ ବାସବାନ୍ଧି ଜଙ୍ଗଲୀ ଜୀବଜନ୍ତୁ ଭଳି ବଞ୍ଚୁଛନ୍ତି। ନାଳ ଓ ଜଙ୍ଗଲ ରାସ୍ତା ଥିବା ଯୋଗୁ ଏହି ଗାଁକୁ କେବଳ ନିର୍ବାଚନ ସମୟରେ ଛାଡିଦେଲେ କେବେ ମଧ୍ୟ କୌଣସି ସରକାରୀ ଅଧିକାରୀ କିମ୍ବା ରାଜନେତା ଅବା ନିର୍ବାଚିତ ପ୍ରତିନିଧିମାନଙ୍କ ପାଦ ପଡେନାହିଁ। ଏମାନେ ବିକାଶର ସୂର୍ଯ୍ୟ ଦେଖି ନ ଥିବା ବେଳେ ଜଙ୍ଗଲଭିତରେ ନିଜର ଭାଗ୍ୟକୁ ନିଜେ ଲେଖୁଛନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବୁଢ଼ୀଦର ପଞ୍ଚାୟତକୁ ଲାଗି ରହିଥିବା କର୍ଲାପାଟ ଅଭୟାରଣ୍ୟ ଭିତରେ ଏକ ଛୋଟ ଆଦିବାସୀ ଗାଁ ଖୁଟୁଲୁଗୁଡ଼ାରେ। ଏହି ଗାଁ ମାଓବାଦୀ ଅଞ୍ଚଳ ହୋଇଥିବା ବେଳେ ଅଗନାଅଗନି ବନସ୍ତ ମଧ୍ୟରେ ଏଠି ୯ ଆଦିବାସୀ ପରିବାରର ୫୦ରୁ ଊଦ୍ଧର୍‌ବ ଲୋକ ବାସ କରିଥାନ୍ତି। ଏହି ଗାଁକୁ ଯିବାକୁ ହେଲେ ଜଙ୍ଗଲ ପାଦଚଲା ରାସ୍ତା ଓ ଅନେକ ନାଳ ପାରି ହୋଇ ଯିବାକୁ ପଡିଥାଏ। ଏହି ଆଦିବାସୀମାନେ ଏମ୍‌ଜିଏନ୍‌ଆରଇଜିଏସ୍‌ କିଛି ଜାଣି ନ ଥିବା ବେଳେ ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ଓ ବାଉଁଶରେ ବିଭିନ୍ନ ସାମଗ୍ରୀ ଯଥା, କୁଲା, ଟୋପା, ଚିଙ୍ଗିଡି, ପାର୍ଲି ଆଦି ଜିନିଷ ତିଆରି କରି ବିକ୍ରି କରିଥାନ୍ତି। ଏମାନେ ସମସ୍ତେ ଭୂମିହୀନ ଥିବା ବେଳେ ଜଙ୍ଗଲକୁ ସଫା କରି ମୁଖ୍ୟତ କାନ୍ଦୁଲ, ଝୁଡୁଙ୍ଗ, ମାଣ୍ଡିଆ, କାଙ୍ଗୋ, କସଲା ଚାଷ କରିଥାନ୍ତି। ଏମାନଙ୍କ ପାଇଁ ଯୋଗାଣ ବ୍ୟବସ୍ଥା ନ ଥିବା ବେଳେ ପାହାଡର ଝରଣାପାଣି ପିଇ ତୃଷା ମେଣ୍ଟାଇଥାନ୍ତି। ରାସ୍ତା ନ ଥିବା ଯୋଗୁ ଆମ୍ବୁଲାନ୍ସ ଯାଇପାରେନାହିଁ। ଫଳରେ ଖଟିଆରେ ବୋହି ରୋଗୀଙ୍କୁ ୪ କି.ମି. ଆଣିଥାନ୍ତି। ବର୍ଷା ଦିନରେ ଏମାଙ୍କ ଦୁଃଖ ଦ୍ବିଗୁଣିତ ହୋଇଥାଏ। ଏହି ଦୁର୍ଗମ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଫେଲ ମାରିଛି। ଏହି ଆଦିବାସୀ ଶିଶୁମାନେ ପ୍ରି ସ୍କୁଲ କଣ ଜାଣି ନ ଥିବା ବେଳେ ପ୍ରାଥମିକ ଶିକ୍ଷା ବହୁ ଦୂରରେ। ପ୍ରାଥମିକ ବିଦ୍ୟାଳୟର ଯିବା ପାଇଁ ପାଇଁ ଜଙ୍ଗଲ ରାସ୍ତାରେ ୫ଟି ନାଲା ପାର ହୋଇ ଯିବାକୁ ପଡିଥାଏ। କୋମଲମତି ଶିଶୁ ଯିବେ କେମିତି। କେବେ ଉଇଁବ ଏ ଅଞ୍ଚଳରେ ବିକାଶର ସୂର୍ଯ୍ୟ, କେବେ ହେବ ଏହି ନା ସରକାରୀ ଅଧିକାରୀଙ୍କ ନାଲିଫିତା ତଳେ ଏମାନଙ୍କ ଭାଗ୍ୟ ଲୁଚିକି ରହିବ ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଜେଟ ଉପସ୍ଥାପନ ପୂର୍ବରୁ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ: ସୁବର୍ଣ୍ଣ ଯୁଗ ଆଡ଼କୁ…

ଭୁବନେଶ୍ୱର,୨୦।୨: ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୬-୨୭ ଆର୍ଥିକବର୍ଷ ପାଇଁ ଆଉ କିଛି ସମୟ ପରେ ବଜେଟ ଉପସ୍ଥାପନ ହେବାକୁ ଯାଉଛି। ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ସୁପର ୮ରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରୁ ବାଦ ପଡିପାରନ୍ତି ଅଭିଷେକ ଶର୍ମାଙ୍କ ସମେତ ଏହି ୩ ଖେଳାଳି, ନାମ ଜାଣିଲେ ବିଶ୍ୱାସ ହେବନି

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟ ଫେବୃଆରୀ ୨୧ରେ ଆରମ୍ଭ ହେଉଛି। ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଥିବା ସମସ୍ତ ଆଠଟି ଦଳକୁ ଚାରିଟି ଦଳରେ ବିଭକ୍ତ…

ଟି-୨୦ ବିଶ୍ୱକପ୍‌ରେ ପୁଣି ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୦।୨: ଟି୨୦ ବିଶ୍ୱକପର ୨୭ତମ ଲିଗ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧…

ଘର ଭିତରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ, ବଢ଼ିଲା ହତ୍ୟା ସନ୍ଦେହ

ବ୍ରଜରାଜନଗର,୨୦।୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅନ୍ତର୍ଗତ ସାନଯୋବ ହନୁମାନ ମନ୍ଦିରପଡ଼ାରେ ରହୁଥିବା ଜଣେ ମହିଳାଙ୍କ ଗଳିତ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ…

ଆଗାମୀ ଦୁଇଦିନ ବଜ୍ରପାତ ସହ ପ୍ରବଳ ବର୍ଷା! ଏସବୁ ଜିଲାକୁ ହାଇ ଆଲର୍ଟ…

ନୂଆଦିଲ୍ଲୀ,୨୦।୨: ୨୪ ଘଣ୍ଟା ଭିତରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୁତ ହୋଇଛି । ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ ଆଗାମୀ ୨…

ବିଧାନସଭାରୁ ଆସିଲା ସାଂଘାତିକ ଚିତ୍ର, ପୁଣି ବଢ଼ିଲା ଡ୍ରପ୍‌ ଆଉଟ୍‌, ୧୨.୮%ରୁ ବଢ଼ି…

ଭୁବନେଶ୍ୱର,୨୦ା୨: ଡ୍ରପ୍‌ ଆଉଟକୁ ନେଇ ବିଧାନସଭାରୁ ଆସିଛି ସାଂଘାତିକ ଚିତ୍ର। ପୁଣି ବଢ଼ିଛି ଡ୍ରପ୍‌ ଆଉଟ୍‌। ଏହା ୧୨.୮%ରୁ ବଢ଼ି ୧୫%ରେ ପହଞ୍ଚିଛି। ୨୦୨୪-୨୫ ଶିକ୍ଷାବର୍ଷରେ ୯ମ…

DA Hike: କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ଆସିବ ଅଧିକ ଦରମା!

ନୂଆଦିଲ୍ଲୀ,୨୦।୨: ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି ।…

ଆଲୋକମାଳାରେ ଝଲସୁଛି ବ୍ରାହ୍ମଣୀଗାଁ: ନାମଯଜ୍ଞରେ କମ୍ପୁଛି ମୁକ୍ତେଶ୍ୱରଙ୍କ ପୀଠ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୨ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri