ଦୁର୍ଗମରେ ଆଦିବାସୀଙ୍କ ଅଭିଶପ୍ତ ଜୀବନ

ଭବାନୀପାଟଣା,୨୯ା୪(ସ୍ବ.ପ୍ର.): ସରକାର ଆଦିବାସୀଙ୍କ ପାଇଁ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନାରେ ସାମିଲ କରିବା ସହିତ ବିକାଶ କରୁଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ବିକାଶ କ’ଣ ଜାଣି ନାହାଁନ୍ତି। ଏଠାରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ପାଇଁ ରାସ୍ତା, ପାନୀୟଜଳର ସୁବିଧା ନାହିଁ। ବିଜୁଳି ସେମାନଙ୍କ ପାଇଁ ସାତ ସପନ। ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ହିଁ ତାଙ୍କର ସାହା ଭରଷା। କିଛି ଲୋକଙ୍କୁ ସୋଲାର ଲାଇଟ ଦିଆଯାଇଥିଲା। ହେଲେ ମାସେ ନ ପୁରୁଣୁ ତାହା ଖରାପ ହୋଇଗଲା। ଏମାନେ ଦାନା ଯୋଗାଡ଼ କରିବାକୁ ସକ୍ଷମ ନ ଥିବା ବେଳେ କିରାସିନି କିଣିବା ସେମାନଙ୍କ ପକ୍ଷେ କାଠିକରପାଠ। ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦେଦର ପଞ୍ଚାୟତର ଦୁର୍ଗମ ଜଙ୍ଗଲ ପାହାଡ଼ ଭିତରେ ରହିଛି ଏହି ହରଡ଼ାଗୁଡ଼ା ଗାଁ। ଏହି ଗାଁରେ ୨୦ ଆଦିବାସୀ ପରିବାର ବିଗତ ୧୬ ବର୍ଷ ହେବ ଜନବସତି କରି ରହି ଆସୁଛନ୍ତି। ବର୍ତ୍ତମାନ ଗାଁରେ ଧିରେ ଧିରେ ଜନସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସମସ୍ତେ ଭୂମିହୀନ ହୋଇଥିବା ବେଳେ ଜଙ୍ଗଲକୁ କାଟି ବସବାସ କରିଛନ୍ତି। ହରଡ଼ାଗୁଡ଼ା ରାଜସ୍ବ ଗ୍ରାମର ମାନ୍ୟତା ପାଇନ ଥିବା ଯୋଗୁଁ ସରକାରଙ୍କ ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ। ସୂର୍ଲି ଗାଁ ଅଧୀନରେ ଏହି ଗାଁ ରହିଥିବାରୁ ସମସ୍ତ ଜନ୍ମ ପ୍ରମାଣ ପତ୍ର ହଉ କି ଆଧାରକାର୍ଡ ସବୁଠି ଏହି ଗାଁ ନାମ ରହିଛି। ଏହି ଗାଁକୁ ରାସ୍ତା ନ ଥିବା ବେଳେ ପ୍ରାୟ ୩ କିଲୋମିଟର ଜଙ୍ଗଲୀ ପାଦଚଲା ରାସ୍ତାରେ ଗ୍ରାମବାସୀ ଆସିଥାନ୍ତିି। ଗର୍ଭବତୀ କିମ୍ବା ପ୍ରସୂତୀଙ୍କୁୁ ଖଟିଆରେ ବୋହିକି ଆଣିବାକୁ ପଡ଼ିଥାଏ। ଗାଁରେ ସ୍କୁଲ ନ ଥିବା ଯୋଗୁଁ ଛାତ୍ରୀଛାତ୍ର ଶଗଡ଼ାନଦୀ ପାର ହୋଇ ୩କି.ମି.ଦୂର ସୂର୍ଲି ଗାଁ ସ୍କୁଲକୁ ପାଠ ପଢ଼ିବା ପାଇଁ ଯାଇଥାନ୍ତି। ପାନୀୟ ସମସ୍ୟା କଥା ଯଦି ଦେଖିବା ଗାଁରେ ମାତ୍ର ୩ଟି ନଳକୂପ ରହିଛି। ବର୍ତ୍ତମାନ ସବୁ ନଳକୂପ ଖରାପ ହୋଇଯାଇଛି। ଗ୍ରାମବାସୀ ବାଧ୍ୟ ହୋଇ ଶଗଡ଼ା ନଦୀର ପାଣିକୁ ପିଇବା ସହ ରୋଷେଇ କରୁଛନ୍ତି। କହିବାକୁ ଗଲେ ଏହି ଶଗଡ଼ା ନଦୀ ହିଁ ଗ୍ରାମବାସୀଙ୍କ ଜୀବନ ରେଖା ପାଲଟିଛି। ତେବେ ଗ୍ରାମବାସୀ କେବେ ପାଇବେ ରାଜସ୍ବ ଗ୍ରାମର ମାନ୍ୟତା, କେବେ ସରକାରଙ୍କ ମୌଳିକ ଯୋଜନାରେ ସାମିଲ ହୋଇ ବିକାଶର ସୂର୍ଯ୍ୟ ଦେଖିବେ ତାହା ଦେଖିବାକୁ ବାକି ରହିଲା। ଏନେଇ ଜୁନାଗଡ଼ ବିଡିଓ ଦୁଲାରାମ ମାରାଣ୍ଡିଙ୍କୁ ପଚାରିବାରୁ ଉକ୍ତ ଗାଁ କର୍ଲାପାଟ ଅଭୟାରଣ୍ୟ ଅଞ୍ଚଳରେ ଆସୁଥିବାରୁ ରାସ୍ତା କରିବା ସମ୍ଭବ ନୁହେଁ। ସେହିପରି ରାଜସ୍ବ ଗ୍ରାମ ପାଇଁ ମଧ୍ୟ କୌଣସି ପ୍ରସ୍ତାବ ଏବେ ନାହିଁ ବୋଲ ସେି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 World Cup 2026: ସୁପର ୮ରେ ପ୍ରଥମେ କେଉଁ ଟିମ୍‌ ସହ ଖେଳିବ ଟିମ୍‌ ଇଣ୍ଡିଆ ଜାଣନ୍ତୁ

ନୂଆଦିଲ୍ଲୀ,୧୭।୨: ଟିମ ଇଣ୍ଡିଆ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ହ୍ୟାଟ୍ରିକ ବିଜୟ ସହିତ ICC T20 ବିଶ୍ୱକପ 2026ର ସୁପର ୮ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ତା’ର ତୃତୀୟ…

କବିତା ପାଠୋତ୍ସବ, ବରିଷ୍ଠ ନାଗରିକଙ୍କ ସମ୍ମାନ-ସୁରକ୍ଷା ସୁନିଶ୍ଚିତ ଲକ୍ଷ୍ୟ

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ପ୍ରଶାସନ ବରିଷ୍ଠ ନାଗରିକଙ୍କ ସମ୍ମାନ, ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏକ ଅଭିନବ ପ୍ରୟାସ ଇତିମଧ୍ୟରେ ଆରମ୍ଭ କରିଛି ।…

ଆଜିଠାରୁ ଆରମ୍ଭ ହେଲା ସିବିଏସଇ ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ,୧୭।୨: ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି, ଯେଉଁଥିରେ ୪୩ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି, ପ୍ରାୟ…

ଛାତିଥରା… ପ୍ରେମିକାକୁ ହତ୍ୟା କରି ଯୌନ ସମ୍ପର୍କ ରଖିଲେ ପ୍ରେମିକ, ତନ୍ତ୍ର କରି ଆତ୍ମାକୁ କହିଲେ Sorry

ଭୋପାଳ,୧୭ା୨: ମଧ୍ୟପ୍ରଦେଶର ଇନ୍ଦୋରର ଦ୍ୱାରକାପୁରୀ ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଏମବିଏ ଛାତ୍ରୀଙ୍କ ହତ୍ୟା ମାମଲାରେ, ପୋଲିସ ଅଭିଯୁକ୍ତ ପ୍ରେମିକ ପୀୟୁଷକୁ ମୁମ୍ବାଇରୁ ଗିରଫ କରିଛି ।…

ନାବାଳିକା ବଳାତ୍କାର, ଗର୍ଭପାତ ମାମଲା: ମିଳିଲା ନବଜାତକ

ଯାଜପୁରରୋଡ଼, ୧୭ା୨(ପବିତ୍ର ରଞ୍ଜନ ମହାନ୍ତି): ଯାଜପୁରରୋଡ ଥାନା ପୋଲିସ ନାବାଳିକା ଗର୍ଭପାତ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ନାବାଳିକାଙ୍କୁ ଗର୍ଭବତୀ କରିଥିବା କୋପଣ୍ଡ…

ଆଜି ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ, ଭାରତରେ ଦୃଶ୍ୟମାନ…

ଭୁବନେଶ୍ୱର,୧୭ା୨ (ସୁଚିସ୍ମିତା ସାହୁ): ବର୍ଷର ପ୍ରଥମ ବଳୟ ସୂର୍ଯ୍ୟୋପରାଗ ମଙ୍ଗଳବାର ସଙ୍ଗଠିତ ହେବ । ଆଫ୍ରିକାର ଦକ୍ଷିଣ ପାର୍ଶ୍ୱ, ଦକ୍ଷିଣ ଆମେରିକାର ଦକ୍ଷିଣ ପାର୍ଶ୍ୱ, ପ୍ରଶାନ୍ତ ମହାସାଗର,…

ପାକିସ୍ତାନକୁ ଧୂଳି ଚଟାଇ ସ୍ବଦେଶ ଫେରିଲେ ମେନ ଇନ ବ୍ଲୁ, ଜାଣନ୍ତୁ ପରବର୍ତ୍ତି ମ୍ୟାଚ କାହା ସହ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୭।୨: ଗତ ରବିବାର (୧୫ ଫେବୃଆରୀ) କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରିଥିଲା। ପରଦିନ, ସୋମବାର…

Delhi Accident: ରିଲ ନିଶାରେ ଦୌଡାଇଲେ ସ୍କର୍ପିଓ, ଚାଲିଗଲା ବାଇକ ଚାଳକଙ୍କ ଜୀବନ, ନ୍ୟାୟ ପାଇଁ ଗୁହାରି କରୁଛନ୍ତି ମାଆ

ନୂଆଦିଲ୍ଲୀ,୧୭।୨: ଦିଲ୍ଲୀର ଦ୍ୱାରକା ଦକ୍ଷିଣ ପୋଲିସ ଷ୍ଟେଶନ ଅଞ୍ଚଳରେ ଫେବୃଆରୀ ୩,୨୦୨୬ ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା, ଯାହା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri