ଆହାର ମେଣ୍ଟାଉଛି ମୂଷାଗାତ ଧାନ

ମହାକାଳପଡ଼ା, ୧୩ା୧ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଜନଜାତିମାନଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମାଳମାଳ ଯୋଜନା କରାଯାଇଛି। ହେଲେ ଏହି ଯୋଜନା ଜନଜାତିମାନଙ୍କ ବିକାଶ କ୍ଷେତ୍ରରେ ବାଧକ ସାଜିଛି। ଗରିବ ଖଟିଖିଆ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅନେକ ଜନଜାତି ପରିବାର ପେଟ ଚାଖଣ୍ଡେ ପାଇଁ ଦାନା ମୁଠେ ଯୋଗାଡ଼ କରିବା କେତେ ଯେ କାଠିକର ପାଠ ବୃଦ୍ଧା ଜଣକ ନିଜର ଦୁଃଖଭରା କାହାଣୀ ବଖାଣିଛନ୍ତି।
କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବଉଳକଣି ପଞ୍ଚାୟତ ସିଂପଡ଼ା ଗ୍ରାମର ପାର୍ବତୀ ସିଂ (୬୮)। ଆଜକୁ ୩୦ବର୍ଷ ପୂର୍ବେ ସ୍ବାମୀ କାର୍ତ୍ତିକ ସିଂଙ୍କ ମୃତ୍ୟୁ ହୋଇଥିଲା। ହେଲେ ସେହିଦିନଠାରୁ ପାର୍ବତୀଙ୍କ ଉପରେ ଦୁଃଖର ପାହାଡ଼ ଲଦି ହୋଇପଡ଼ିଛି। ସ୍ବାମୀଙ୍କ ମୃତ୍ୟୁ ପରେ ପାର୍ବତୀ ବିଧବା ଭତ୍ତା, ଆବାସ ସମେତ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇପାରିନାହାନ୍ତି। ଏହି ଅସହାୟ ବୃଦ୍ଧା ସରକାରଙ୍କ ଜନ କଲ୍ୟାଣ ମୂଳକ ଯୋଜନାରୁ ବଞ୍ଚତ୍ତ ହେବା ପରେ ପେଟ ଚାଖଣ୍ଡେ ପାଇଁ ଚାଷ ଜମିରେ ମୂଷା ଗାତରେ ସାଇତି ରଖିଥିବା ଧାନକୁ ଆଣି ପେଟ ପୋଷୁଛନ୍ତି। ଶୀତ କାକର ରାତିରେ ଛିଣ୍ଡା ପଲିଥିନ ଘେରା ଦଦରା ଚାଳ ଘରେ ଛିଣ୍ଡା ଲୁଗା ଟାଙ୍ଗି ରାତି କାଟୁଛନ୍ତି। ବର୍ଷା ୪ ମାସ କଥା ନ କହିବା ଭଲ। ଭତ୍ତା, ପକ୍କା ଘର ଓ ଚାଉଳ ପାଇଁ ବ୍ଲକ କାର୍ଯ୍ୟାଳୟ ଦଉଡ଼ି ଦଉଡ଼ି ୨୪ ବର୍ଷ ବିତିଯାଇଛି। ହେଲେ ପୂର୍ବ ସରକାର ଶୁଣିଲେ ନାହିଁ। କେତେ ବଡ଼ ବଡ଼ ବାବୁଙ୍କୁ ଗୁହାରି କରିଛି ହେଲେ ମୋ ଦୁଃଖ କେହି ବୁଝିଲେ ନାହିଁ। ଆଉ କେତେଦିନ ବଞ୍ଚତ୍ବି। ଶେଷ ସମୟରେ ଆମ ମୁଖ୍ୟମନ୍ତ୍ରୀ ମୋ ଦୁଃଖ ବୁଝିବେ ବୋଲି ଆଶା ରଖିଛି ବୋଲି କୋହଭରା କଣ୍ଠରେ କହିଛନ୍ତି। ଏ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଜିଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ପଚାରିବାରେ ପାର୍ବତୀଙ୍କ ସମସ୍ୟା ସମ୍ପର୍କିତ ତଥ୍ୟ ଦେଲେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

ଦୁର୍ଗେଇଦେବୀଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି

ପାଇକମାଳ,୬ା୧୨(ବଡ଼ ଶଥପଥୀ):ପାଇକମାଲ ବ୍ଲକ୍‌ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମା’ଙ୍କ ପୀଠସ୍ଥଳୀ ତ୍ରିତୟା ନୃସିଂହନାଥ ପର୍ବତମାଳା ଶିଖରେ ଅବସ୍ଥିତ ମାଁ ଦୁର୍ଗେଇଦେବୀଙ୍କ ବାର୍ଷିକ ପୂଜାନୋତ୍ସବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri