ପାକିସ୍ତାନରେ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ: ୯ ମୃତ, ୫୦ ଆହତ…

ଇସଲାମାବାଦ,୧୧।୭ : ପାକିସ୍ତାନର ଖାଇବର ପାସ୍ତୁନଖ୍ବା (କେପି) ପ୍ରଦେଶର କୁରାମ ଜିଲାରେ ଜମି ବିବାଦ ଯୋଗୁଁ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷରେ ମୃତ୍ୟୁ ସଂଖ୍ୟା ନଅକୁ ବୃଦ୍ଧି ପାଇଛି। ସ୍ଥାନୀୟ ନ୍ୟୁଜ ଏଜେନ୍ସି ଏୟାରଓ୍ବାଇ ନ୍ୟୁଜ ଏହି ସୂଚନା ଦେଇଛି। ଗତ ଚାରି ଦିନ ଧରି ଜାରି ରହିଥିବା ସଂଘର୍ଷରେ ବର୍ତ୍ତମାନ ପର୍ଯ୍ୟନ୍ତ ୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ପାକିସ୍ତାନର ପ୍ରବାସୀ ତଥା ମାନବ ସମ୍ବଳ ବିକାଶ ମନ୍ତ୍ରୀ ସାଜିଦ ହୁସେନ ତୁରି ସଂଘର୍ଷ ବିରାମ ପାଇଁ ଆଦିବାସୀ ଜିଲାରେ ପହଞ୍ଚିଥିଲେ। ସେ ଗଣମାଧ୍ୟମକୁ କହିଛନ୍ତି ପୋଲିସ, ସେନା ଆଦିବାସୀ ବହୁଳ ଅଞ୍ଚଳ ପୱାର, ବାଲିଶକେଲ ଏବଂ ଖାର କାଲା ଅଞ୍ଚଳରେ ଅସ୍ତ୍ରବିରତି କରିବାକୁ ଚେଷ୍ଟା କରୁଛନ୍ତି। ପରିସ୍ଥିତି ଶୀଘ୍ର ସ୍ବାଭାବିକ ଅବସ୍ଥାକୁ ଆସିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।

ରବିବାର କୁରାମ ଆଦିବାସୀ ଜିଲାର ବିଭିନ୍ନ ଅଞ୍ଚଳରେ ଆଦିବାସୀମାନେ ସଂଘର୍ଷ କରିବା ପରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଥିଲେ ବୋଲି ସ୍ଥାନୀୟ ଗଣମାଧ୍ୟମ ଜିଓ ନ୍ୟୁଜ ରିପୋର୍ଟ କରିଛି। ଆହତମାନଙ୍କୁ ଜିଲା ମୁଖ୍ୟାଳୟ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ତିନିଜଣ ଆହତଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଫରେଷ୍ଟର ବାବୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ

ଭବାନୀପାଟଣା,୨୦।୨(ଉତ୍ତମ କୁମାର ଦାଶ): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ବାବୁ। କଳାହାଣ୍ଡି ଜିଲା ଭବାନୀପାଟଣା ରେଞ୍ଜର ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ଘରେ ଶୁକ୍ରବାର…

ଅଫୁଟା ବାଣରେ ନିଆଁ ଲଗାଉଥିଲେ ୩ ପିଲା, ହଠାତ୍‌ ହେଲା ବିସ୍ଫୋରଣ, ଆଉ ତା’ ପରେ…

ଦେବଗଡ଼,୨୦ା୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ଦଣ୍ଡାସିଂହା ଗ୍ରାମରେ ବାଣ ବିସ୍ଫୋରଣରେ ୩ ଶିଶୁ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣଙ୍କର…

ଟ୍ରମ୍ପଙ୍କ ‘ବୋର୍ଡ ଅଫ୍ ପିସ୍’ର ପ୍ରଥମ ବୈଠକ: ପର୍ଯ୍ୟବେକ୍ଷକ ଭାବେ ସାମିଲ ହେଲା ଭାରତ

ୱାଶିଂଟନ,୨୦।୨: ଓ୍ୱାଶିଂଟନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂତନ ସଂଗଠନ ‘ବୋର୍ଡ ଅଫ୍ ପିସ୍’ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ସବୁଠାରୁ ବଡ଼ ଖବର ହେଉଛି, ଭାରତ…

ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା: ଆବେଦନ ଫର୍ମରେ ଯୋଡ଼ିହେଲା ‘ତୃତୀୟ ଲିଙ୍ଗ’ ବିକଳ୍ପ

ଭୁବନେଶ୍ୱର,୨୦।୨: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ୍ ସର୍ଭିସେସ୍ (OCS) ପରୀକ୍ଷା-୨୦୨୫ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ବର୍ତ୍ତମାନର ଅନଲାଇନ୍ ଆବେଦନ ଫର୍ମରେ…

ଆଜି ରାଜ୍ୟ ବଜେଟ: ଓଡ଼ିଶାର ମୁଣ୍ଡ ପିଛା ଆୟ ୯.୨% ବୃଦ୍ଧି

ଭୁବନେଶ୍ୱର,୨୦ା୨(ରବିନାରାୟଣ ଜେନା): ଓଡ଼ିଶାର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହେଉଛି। ଏଥିଯୋଗୁ ୨୦୨୫-୨୬ (ଅଗ୍ରୀମ ଆକଳନ)ରେ ଓଡ଼ିଶାର ମୁଣ୍ଡପିଛା ଆୟ ୯.୨ ପ୍ରତିଶତ ବୃଦ୍ଧି ପାଇ ୧,୮୬,୭୬୧ ଟଙ୍କାରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri