ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଟ୍ରାଏଲ ରନ୍‌

ରାଉରକେଲା,୨୧ା୯(ଦିନେଶ ମିଶ୍ର): ପୁରୀ-ରାଉରକେଲା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ର ଟ୍ରାଏଲ୍‌ ରନ୍‌ ବୁଧବାର ସଫଳତା ସହ ସମ୍ପନ୍ନ ହୋଇଛି। ଏହା ସକାଳ ୫ଟାରେ ପୁରୀ ଷ୍ଟେସନ ଛାଡି ମଧ୍ୟାହ୍ନ ୧୨ଟା ୪୫ରେ ରାଉରକେଲା ରେଳ ଷ୍ଟେଶନରେ ପହଞ୍ଚତ୍ବାର ଥିଲା। ମାତ୍ର ନିର୍ଦ୍ଧାରିତ ସମୟ ୧୮ମିନିଟ୍‌ ପୂର୍ବରୁ ରାଉରକେଲା ରେଳ ଷ୍ଟେଶନରେ ପହଞ୍ଚତ୍ଥିଲା। ଏହି ଟ୍ରେନ ରାଉରକେଲା ରେଳ ଷ୍ଟେଶନ ପ୍ଲାଟଫର୍ମ ନମ୍ବର ୧ରେ ପହଞ୍ଚତ୍ବା ପରେ ସହରବାସୀ ତଥା ଯାତ୍ରୀଙ୍କ ମନରେ ଉତ୍ସାହ ଦେଖାଦେଇଥିଲା। ସହରରେ ଥିବା ବୁଦ୍ଧିଜୀବୀ, ସମାଜସେବୀ ଓ ରାଜନେତା ଷ୍ଟେଶନରେ ପହଞ୍ଚତ୍ ହାତରେ ତ୍ରିରଙ୍ଗା ଧରି ଏହି ଟ୍ରେନକୁ ଭବ୍ୟ ସ୍ବାଗତ କରିଥିଲେ।

ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ୮ଟି ଏସି କୋଚ ରହିଛି। ଏହି ଟ୍ରେନ ରାଉରକେଲା ରେଳ ଷ୍ଟେଶନରୁ ଅପରାହ୍ନ ୨ଟା ୧୦ରେ ଛାଡି ପୁରୀ ଅଭିମୁଖେ ଯାତ୍ରା କରିଥିଲା। ଉକ୍ତ ଟ୍ରେନ ପୁରୀ ଓ ରାଉରକେଲା ମଧ୍ୟରେ ଖୋର୍ଦ୍ଧାରୋଡ଼, ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର ସିଟି, ଝାରସୁଗୁଡ଼ା ଆଦି ଷ୍ଟେଶନରେ ରହଣି କରିବ। ରାଉରକେଲାରୁ ପୁରୀ ୫୦୫ କିଲୋମିଟର ଦୂରତାକୁ ୭ ଘଣ୍ଟା ୪୫ ମିନିଟ୍‌ରେ ଅତିକ୍ରମ କରିବ। ଏହି ଟ୍ରେନ ଶନିବାର ବ୍ୟତୀତ ସପ୍ତାହର ବାକି ୬ ଦିନ ଯାତ୍ରା କରିବ। ଏହି ଟ୍ରେନକୁ ସ୍ବାଗତ କରିବା ପାଇଁ ରେଲୱେ ମଣ୍ଡଳ ପରିବହନ ନିରୀକ୍ଷକ(ଡିଟିଆଇ) ପି.କେ. ଜେନା, ଏରିଆ ରେଲଓ୍ବେ ମ୍ୟାନେଜର (ଏଆର୍‌ଏମ୍‌) ଆର.କେ. ମହାନ୍ତି, ରେଲୱେ କମର୍ସିଆଲ ଇନ୍ସପେକ୍ଟର ତପନ କୁମାର ମଣ୍ଡଳଙ୍କ ସହ ଭାଜପା ବରିଷ୍ଠନେତା ଧୀରେନ ସେନାପତି, ନୀହାର ରାୟ, ଜଗବନ୍ଧୁ ବେହେରା, ଲତିକା ପଟ୍ଟନାୟକ, ସମାଜସେବୀ ସୁମନ ଦତ୍ତଙ୍କ ସହ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ପ୍ରକାଶ ଯେ, ଏହି ଟ୍ରେନ ଗତ ୧୨ ତାରିଖରେ ପୁରୀ-ତାଳଚେର ରୋଡ ମଧ୍ୟରେ ପ୍ରଥମେ ଟ୍ରାଏଲ ରନ କରିଥିଲା। ଚଳିତ ମାସ ୨୩ରେ ରାଉରକେଲା ରେଳ ଷ୍ଟେଶନରୁ ଏହାର ଶୁଭ ଉଦ୍‌ଘାଟନ ହେବ ବୋଲି ଷ୍ଟେଶନ ମ୍ୟାନେଜର ପ୍ରଭାସ ରଞ୍ଜନ ଦାସ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚକରା ଘାଟିରେ ପର୍ଯ୍ୟଟକ-ଦନ୍ତା ମୁହାଁମୁହିଁ: ଲୋକେ ଆତଙ୍କିତ

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ରେ ଦନ୍ତା ହାତୀମାନଙ୍କ ଦୌରାତ୍ମ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଜଙ୍ଗଲ...

ବାହାଘରରେ ଯୋଗ ଦେବାକୁ ଯାଉଥିବାବେଳେ ଅଘଟଣ: ୪୦ ଫୁଟ୍‌ ତଳକୁ ଖସିଲା ବୋଲେରୋ

ମୋରଡା,୧୮।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ପୋଲରୁ ୪୦ ଫୁଟ୍‌ ତଳକୁ ବୋଲେରୋ ଖସି ପଡିଛି। ଫଳରେ ୩ ଜଣ ଗୁରୁତର...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଆସନ୍ତା ଶିକ୍ଷାବର୍ଷରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ ମାଗଣା…

ବ୍ରହ୍ମପୁର,୧୮।୧୨(ସ୍ମୃତି ରଞ୍ଜନ ମହାଲିକ): ରାଜ୍ୟରେ ଶିକ୍ଷାକ୍ଷେତ୍ରର ବିକାଶ କରିବା ପାଇଁ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି। କେବଳ ପ୍ରାଥମିକ ଶିକ୍ଷା ପାଇଁ ଚଳିତବର୍ଷ ବଜେଟରେ...

ଆହତ ଛୁଆହାତୀକୁ ଉଦ୍ଧାର କଲା ବନବିଭାଗ: କରାଯାଉଛି ଚିକିତ୍ସା

କେସିଙ୍ଗା୧୮।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନାଞ୍ଚଳ ଅଧିନସ୍ଥ ନୂନମାଠ ଗ୍ରାମ ନିକଟରେ ଥିବା ଜଙ୍ଗଲକୁ ଖାଦ୍ୟ ଅନ୍ବେଷଣରେ ୩୫ ଟିକିଆ ହାତୀପଲ ଗତକାଲି ଗାଁ...

ଅତିଥି ଅଧ୍ୟାପିକାଙ୍କୁ ହତ୍ୟା, ପୁରୁଷ ବନ୍ଧୁ ଗିରଫ

କେନ୍ଦୁଝର,୧୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ/ ଦୀପକ ମିଶ୍ର): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ମାଇନିଂରୋଡ୍‌ସ୍ଥିତ ନିର୍ମଳା କନ୍‌ଭେଣ୍ଟ ସ୍କୁଲ ପାଖରେ ଏକ ଘରେ ରହୁଥିବା ଅତିଥି ଅଧ୍ୟାପିକାଙ୍କୁ...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ମନ ଜିଣୁଛି କଳାକାରଙ୍କ ପୂର୍ବାଭ୍ୟାସ

ବରଗଡ଼,୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉମାତ୍ର ଏକ ସପ୍ତାହ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ୨୦୨୬...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri