Categories: ବାଣିଜ୍ୟ

ସେନ୍‌କୋ ପକ୍ଷରୁ ଟ୍ରିଆ ସମ୍ଭାର ଉନ୍ମୋଚିତ

ଭୁବନେଶ୍ୱର,୧୧।୮: ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସ ପକ୍ଷରୁ ନୂଆ ଟ୍ରିଆ ସମ୍ଭାରକୁ ନିକଟରେ ଉନ୍ମୋଚନ କରାଯାଇଛି। ଏହା ବିଶେଷକରି ନିତିଦିନିଆ ପରିଧାନ ପାଇଁ ସୁନା, ରୁପା ଓ ପ୍ଲାଟିନମ୍‌ରେ ପ୍ରସ୍ତୁତ ଚେନ୍‌ ପେଣ୍ଡାଣ୍ଟ, ରିଂ, ଇୟର ରିଂ ଓ ନେକ୍‌ପିସ୍‌ ଇତ୍ୟାଦି ରହିଛି।

ସେହିଭଳି ନୂଆ ସମ୍ଭାର ଟ୍ରିଆରେ ଥିବା ଗହଣାଗୁଡ଼ିକର ମୂଲ୍ୟ ୨୦ ହଜାର ଟଙ୍କାରୁ ଆରମ୍ଭ ହେଉଛି। ଅପରପକ୍ଷରେ ଭାରତର ୭୫ତମ ସ୍ବାଧୀନତା ଦିବସ ପାଳନ କରିବା ଲାଗି ସେନ୍‌କୋ ଗୋଲ୍ଡ ପକ୍ଷରୁ ଆଜାଦୀ ଅଫର ମଧ୍ୟ ଘୋଷଣା କରାଯାଇଛି।

ଏହି ଅଫରରେ ଗ୍ରାହକମାନେ ସୁନା, ହୀରା, ପ୍ଳାଟିନମ୍‌, ରୁପା ଓ ଗୋସିପ୍‌ ଗହଣାର ଗଢ଼ା ମୂଲ୍ୟ ଉପରେ ବିପୁଳ ରିହାତି ପାଇପାରିବେ। ଏହାର କାରିଗରମାନଙ୍କ ଗୁଣାତ୍ମକ କାରିଗରିକୁ ଏହି ଅଫର୍‌ ପ୍ରଦର୍ଶିତ କରୁଛି। ଏ ସମ୍ପର୍କରେ ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସର ନିର୍ଦ୍ଦେଶିକା ମିସ୍‌ ଜୋଇତା ସେନ୍‌ କହିଛନ୍ତି, ଏହା ହେଉଛି ଏକ ଗୁରୁତ୍ୱର ଦିନ ଓ ପ୍ରତି ଭାରତୀୟଙ୍କ ପାଇଁ ଏକ ଉତ୍ସବ। ଏହି ସ୍ବତନ୍ତ୍ର ଅବସରରେ ଆମେ ଆମର ନୂଆ ଆଜାଦୀ ଅଫର ଘୋଷଣା କରିଥିବା ବେଳେ ଆମର ମୂଲ୍ୟବାନ୍‌ ଗ୍ରାହକଙ୍କ ପାଇଁ ଅତୁଳନୀୟ ଡିଜାଇନର ବର୍ଗମାଳା ପ୍ରଦାନ କରୁଛୁ। ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସ ପକ୍ଷରୁ ରାଖୀ ସ୍ବତନ୍ତ୍ର ସମ୍ଭାର ମଧ୍ୟ ଘୋଷଣା କରାଯାଇଛି, ଯେଉଁଥିରେ ସୁନା, ହୀରା ଓ ରୁପା ଗହଣା ରହିଛି।

Share