ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ ମଧ୍ୟ କରିଦିଏ।
ଆଜିର ସମୟରେ, ସବୁଠି ଏସ୍କେଲେଟର ସାଧାରଣ ହୋଇଗଲାଣି। ଯାହା ସାହାଯ୍ୟରେ ଲୋକମାନେ ବିନା କୌଣସି କଷ୍ଟରେ ଗୋଟିଏ ମହଲାରୁ ଅନ୍ୟ ମହଲାକୁ ସହଜରେ ଯାଇପାରିବେ। ମାତ୍ର ଏଥିରେ ଚାଲିବା ଯେତିକି ସହଜ ଦେଖାଯାଏ ତାହା ନୁହେଁ। ଯାହା ଯୋଗୁ ଅନେକ ସମୟରେ ଲୋକଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯାହାର ଅନେକ ଭିଡିଓ ପ୍ରତିଦିନ ଭାଇରାଲ ହେବାରେ ଲାଗିଛି।
ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ଜଣେ ମହିଳା ଶାଢ଼ୀ ପିନ୍ଧି ଏସ୍କେଲେଟର ଚଢ଼ିବାକୁ ଚେଷ୍ଟା କରନ୍ତି, କିନ୍ତୁ କ’ଣ ହୁଏ ମାତ୍ର ସେଠାରେ ଡରିକି ଛିଡା ହାଇଥିବା ବେଳେ ଏହି ସମୟରେ ଯଣେ ଯୁବକ ଆସି ତାଙ୍କୁ ଉପରକୁ ନେଉଥିବା ବେଳେ ମହଳିଳା ଜଣଙ୍କ ତାଙ୍କ ଉପରେ ଚଢ଼ିଯାଉଛନ୍ତି। ଦୁହେଁ ପଡ଼ିଯାଉଥିବା ବେଳେ ଯୁବକ ଯଣଙ୍କ ସବୁକିଛି ସମ୍ଭାଳି ନେଇଛନ୍ତି। ଏହି ଭିଡିଓକୁ @MdZeyaullah20 ନାମକ ଏକ ଆକାଉଣ୍ଟ ଦ୍ୱାରା X ରେ ସେୟାର କରାଯାଇଛି।


