Posted inଫୁରସତ

ପ୍ରେମିକଙ୍କ ସହ ଫେରାର ମା’ଙ୍କୁ ଦେଖି ଭୋ ଭୋ ହୋଇ କାନ୍ଦି ଗଡୁଛନ୍ତି ୨ ପିଲା, ହେଲେ ଧକ୍କା ଦେଇ…Video

କଳିଯୁଗର ପ୍ରେମ କଳିଯୁଗ ପରି ହେବାରେ ଲାଗିଛି। କାରଣ ପ୍ରତ୍ୟେହ ମହିଳା ହୁଅନ୍ତୁ କି ପୁରୁଷ ପ୍ରେମ ନାମରେ ସମ୍ପର୍କକୁ ଲୋକହସା କରାଉଥିବା ଘଟଣା ସାମ୍ନାକୁ ଆସୁଛି। ଗତ କିଛି ମାସ ମଧ୍ୟରେ ପ୍ରେମ ପାଇଁ ପତ୍ନୀ ସ୍ବାମୀଙ୍କ ହତ୍ୟା ନଚେତ ସ୍ବାମୀ ସ୍ତ୍ରୀଙ୍କ ହତ୍ୟା ଭଳି ଘଟଣା ସାମ୍ନାକୁ ଆସିଛି। ହେଲେ ଏବେ ଏହା ମମତାଠାରୁ ଊର୍ଦ୍ଧ୍ୱରେ ଭଳି ମନେ ହେଉଛି। ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ପ୍ରେମିକଙ୍କ ସହ ବିବାହ କରିବା ଲାଗି ୨ ପିଲାଙ୍କୁ ଛାଡ଼ିଦେଉଛନ୍ତି। ହେଲେ ପିଲାମାନେ ମା’ଙ୍କୁ ଜାବୁଡ଼ି ଧରି କାନ୍ଦିବାରେ ଲାଗୁଛନ୍ତି। କଲିଜା ପଥର କରି ମା’ କିନ୍ତୁ ସେମାନଙ୍କୁ ଏଡ଼ାଇ ଯାଉଛନ୍ତି।
ଏକ୍ସରେ ଜଣେ ବ୍ୟକ୍ତି ଏହି ଭିଡିଓ ପୋଷ୍ଟ କରିଛନ୍ତି। ସେଥିରେ କୁହାଯାଇଛି ଯେ ଜଣେ ବିବାହିତ ମହିଳା ନିଜ ପ୍ରେମିକଙ୍କ ସହ ଯାଉଛନ୍ତି। ତାଙ୍କର ୨ ପିଲା ଭୋ ଭୋ ହୋଇ କାନ୍ଦୁଛନ୍ତି। ମା’ ତୁମେ ଯାଅନି ବୋଲି କହୁଛନ୍ତି। ହେଲେ ମା’ ତାଙ୍କୁ ଧକ୍କା ଦେଇ ଚାଲିଯାଉଛନ୍ତି। ଭିଡିଓରେ ମହିଳାଙ୍କ ବେଶଭୂଷା ଦେଖି ସେ ରାଜସ୍ଥାନର ବୋଲି ଜଣାପଡ଼ୁଛି। କ’ଣ କୌଣସି ସମ୍ପର୍କ ମା’ପିଲାଙ୍କ ସମ୍ପର୍କଠାରୁ ବଡ଼ ବୋଲି ବ୍ୟବହାରକାରୀଜଣଙ୍କ ପଚାରିଛନ୍ତି।

Video:


Enter your email to get our daily news in your inbox.

All Right Reserved By Dharitri.Com

ରାମ ରହିମଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି, ୨୪ ବର୍ଷ ପୁରୁଣା ହତ୍ୟା ମାମଲାରେ କୋର୍ଟ ଶୁଣାଇଲେ ଏମିତି ରାୟ

ରୋହତକ,୭।୩: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ଆଜି (ଶନିବାର, ମାର୍ଚ୍ଚ ୭, ୨୦୨୬) ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି…

କଲେଜକୁ ଯାଉଥିଲେ ଛାତ୍ରୀ, ଦ୍ରୁତଗତିରେ ଆସି ଧକ୍କା ଦେଲା ବାଇକ, ଘଟଣାସ୍ଥଳରେ…

ବଲାଙ୍ଗୀର, ୭।୩( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭିଆଇପି ରାସ୍ତା ଭାଗିରଥି ଛକରୁ ସର୍କିଟ ହାଉସ ରାସ୍ତାରେ ଏକ ସ୍ପିଡ ବାଇକର ଧକ୍କାରେ ଜଣେ ଆୟୁର୍ବେଦିକ କଲେଜ…

୧୨ ମାର୍ଚ୍ଚରେ ଯୁଦ୍ଧକୁ ନେଇ ବଡ଼ ଘୋଷଣା କରିବେ ଟ୍ରମ୍ପ! ୩ୟ ବିଶ୍ୱଯୁଦ୍ଧ ନେଇ…

ଓ଼୍ବାଶିଂଟନ୍‌,୭।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ବର୍ଷ ୧୨ ଦିନିଆ ଯୁଦ୍ଧ ସମୟରେ “ବିନା ସର୍ତ୍ତରେ ଆତ୍ମସମର୍ପଣ” ବାକ୍ୟାଂଶ ପୋଷ୍ଟ କରିଥିଲେ, ଯାହା ମାତ୍ର ଛଅ…

ଶିଶୁକୈନ୍ଦ୍ରିକ ଶିକ୍ଷା

ଅନେକ ସମୟରେ ମନକୁ ଆସେ ଆଜି ପର୍ଯ୍ୟନ୍ତ ଆମେ ଏମିତି ପରିବେଶଟେ ସୃଷ୍ଟି କରିପାରିଲେନି ଯେଉଁଠି ବିଦ୍ୟାଳୟ ଖୋଲିବାର ସମୟ ଏବଂ ଛୁଟି ସମୟର ଚିତ୍ର ପ୍ରାୟତଃ…

ସରକାର ଠିକାରେ ଚାଲିଛି

ଏକ ଚୁକ୍ତିବଦ୍ଧ କାମ ବା ସର୍ତ୍ତ ଆରୋପିତ କାର୍ଯ୍ୟକୁ ଠିକା କୁହାଯାଏ। ଯିଏ ସର୍ତ୍ତ ଅନୁଯାୟୀ କାମ ନ କରେ ତା’ଠାରୁ କାମ ଛଡାଇ ନିଆଯାଏ, ଏ…

ସିଇଓ ଅପେକ୍ଷାରେ

ନୀତି ଆୟୋଗ ସିଇଓ ଭାବେ ବିଭିଆର୍‌ ସୁବ୍ରମଣ୍ୟମଙ୍କ ବୃଦ୍ଧି ହୋଇଥିବା କାର୍ଯ୍ୟକାଳ ଏବେ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ପରବର୍ତ୍ତୀ ସିଇଓ କିଏ ହେବେ ତାହାକୁ…

ଭାଜପା ବିଧାୟକଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଅହମ୍ମଦାବାଦ୍‌,୭।୩:ଗୁଜରାଟରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା)ର ବିଧାୟକ ଗୋବିନ୍ଦ ପରମାରଙ୍କର ପରଲୋକ ଘଟିଛି। ଦଳୀୟ ନେତାମାନେ ନିଶ୍ଚିତ କରିଛନ୍ତି ଯେ, ପରମାର ଆନନ୍ଦ ଜିଲାର ଉମରେଥ…

ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା ଘର: ସହାୟତା ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ଦାବି

ପରଜଙ୍ଗ, ୭।୩ ( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ପଞ୍ଚାୟତର ଭାଲିଆତଇଲା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ଗ୍ରାମର ନମନ ବେହେରାଙ୍କ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri