ବର୍ତ୍ତମାନର ପିଲା ରିଲ୍ ନିଶାରେ ଏତେ ପାଗଳ ଯେ, ସେମାନେ ଏ ନେଇ କିଛି ବି କରିପାରନ୍ତି। ଏଭଳି ଅନେକ ଦୃଶ୍ୟ ପ୍ରତିଦିନ ଭାଇରାଲ ହେଉଛି। ପୂର୍ବରୁ ଦିଲ୍ଲୀ ମେଟ୍ରୋ ଟେନ୍ର ଅନେକ ଭିଡିଓ ଭାଇରାଲ ହୋଇଛ, ଯାହା ଆପଣ ଦେଖିଥିବେ। ତେବେ ବର୍ତ୍ତମାନ ଲୋକେ ପାର୍କକୁ ମଧ୍ୟ ଛାଡୁ ନାହାନ୍ତି। ନେଏଡାସ୍ଥିତ ଏକ ପାର୍କରେ ସର୍ବସାଧାରଣ ଆଗରେ ଅଜବ କାର୍ଯ୍ୟ କରୁଥିବା ଯୁବତୀ ଯୁବକଙ୍କ ଭିଡିଓ କ୍ଲିପ୍ ସାମ୍ନାକୁ ଆସିଛି। ଏହି ଭିଡିଓରେ ଯୁବତୀ ଜଣକ ବସିଥିବାବେଳେ ଯୁବକ ତାଙ୍କୁ ଆସି ଏକ ରିଙ୍ଗ ପିନ୍ଧାଉଛନ୍ତି। ପରେ ଯୁବତୀ ଜଣଙ୍କ ତାଙ୍କ ପାଟିରେ ପାଣି ନେଇ ଯୁବକଙ୍କ ପାଟିରେ ଦେଉଛନ୍ତି। ପରେ ଯୁବକ ଜଣଙ୍କ ଯୁବତୀଙ୍କ ପାଟିରେ ସେହି ପାଣି ଦେଉଛନ୍ତି ଯାହାକୁ ସେ ପିଯାଇ ହସୁଛନ୍ତି।
ନୋଏଡାର ବେଦଭାନ ପାର୍କରେ ଏଭଳି ଘଟଣା ଘଟିଥିବା ବେଳେ ‘@ ଗ୍ରେଟର ନୋଏଡା ଓ୍ବେଷ୍ଟ ନାମକ ଏକ ଆକାଉଣ୍ଟରୁ ଏହା ପୋଷ୍ଟ କରାଯାଇଛି। ଏହା କ୍ୟାପଶନରେ ଲେଖା ହୋଇଛି – ଦିଲ୍ଲୀ ମେଟ୍ରୋ ପରେ, ବର୍ତ୍ତମାନ ଏପରି ଅଭଦ୍ର ଲୋକମାନେ ନୋଏଡା ସେକ୍ଟର – ୭୮ର ବେଦଭାନ ପାର୍କକୁ ଆସିବା ଆରମ୍ଭ କରିଛନ୍ତି। ଯେଉଁମାନେ ଲାଇକ୍ ଏବଂ କମେଣ୍ଟ ପାଇଁ ଏପରି ରିଲ ତିଆରି କରୁଛନ୍ତି । ସର୍ବସାଧାରଣ ସ୍ଥାନରେ ଏପରି ରିଲ ତିଆରି ଉପରେ ଏକ ନିଷେଧାଦେଶ ରହିବା ଜରୁରୀ।
All Right Reserved By Dharitri.Com