ଗଛଡାଳ ଭାଙ୍ଗିଲା, ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ିଲା

ରସୁଲପୁର,୨୦ା୫(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳରେ ଶୁକ୍ରବାର କାଳବୈଶାଖୀ ତାଣ୍ଡବ ରଚିଛି। ଅପରାହ୍ନରେ ସ୍ବଳ୍ପ ଅବଧିର ଝଡ଼ତୋଫାନ ଯୋଗୁ ଓଡ଼ିଶୋ ପଞ୍ଚାୟତ ବିଶେଷ କ୍ଷତିଗ୍ରସ୍ତ ହୋଇଛି। ଏହି ରାସ୍ତା ପାର୍ଶ୍ୱରେ ଥିବା ଗଛଗୁଡ଼ିକର ଡାଳ ଭାଙ୍ଗି ପଡ଼ିବାରୁ ବାରବାଟୀ-ବାହାବଳପୁର ପୂର୍ତ୍ତ ବିଭାଗ ରାସ୍ତା, ବାରବାଟୀ-ମାନପୁର ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବିଜୁଳି ଆଲୁଅ ନ ଥିବାରୁ ୩୦ରୁ ଊର୍ଦ୍ଧ୍ୱ ଗାଁ ଅନ୍ଧାରରେ ରହିଛି। ଗାଁ ଲୋକେ ରାସ୍ତା ଉପରୁ ଗଛ ଡାଳଗୁଡିକୁ କାଟି ସଫା କରି ଯାତାୟାତକୁ ସୁଗମ କରିଛନ୍ତି। ବିଦ୍ୟୁତ ବିଭାଗର କର୍ମଚାରୀ ବିଦ୍ୟୁତ ସରବରାହକୁ ସଜାଡିବା ଦିଗରେ ବ୍ୟସ୍ତ ଅଛନ୍ତି। ତେବେ କେତେବେଳ ବିଜୁଳି ଆଲୁଅ ସ୍ବାଭାବିକ ହୋଇପାରିବ ସେ ନେଇ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇ ପାରୁନାହିଁ।
ଦିନରେ ତାତି ସାଙ୍ଗକୁ ଗରମ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଥିବାବେଳେ ଅପରାହ୍ନ କାଳବୈଶାଖିରେ କଚ୍ଚାଘର, ପନିପରିବା କ୍ଷେତ, ବଡ଼ବଡ଼ ଗଛ, ବିଦ୍ୟୁତ ସରବରାହ ଆଦି ବିଶେଷ କ୍ଷତିଗ୍ରସ୍ତ ହେଉଛି। ବିଜୁଳି ଆଲୁଅ ନ ଥିବାରୁ ଲୋକେ ଅକଥନୀୟ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏଭଳି ସ୍ଥିିତି ଏହି ବ୍ଲକର ବାରବାଟୀ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଓଡ଼ିଶୋ ପଞ୍ଚାୟତ ମାନପୁରଠାରେ ରାସ୍ତା ପାର୍ଶ୍ୱସ୍ଥ ଗଛ ଗୁଡିକର ଡାଳ ଭାଙ୍ଗି ପଡିବାରୁ ବାରବାଟୀ-ଯାଜପୁରରୋଡ, ବାରବାଟୀ-ମଧୁବନକୁ ସଂଯୋଗ କରୁଥିବା ରାସ୍ତା ଦୁଇଟିରେ ଯାତାୟାତ ଠପ୍‌ ହୋଇଯାଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡିମୋଟର ଅଟକି ରହିଥିଲା। ରାସ୍ତାଦେଇ ବାରବାଟୀ ବଜାରକୁ ଆସିବାକୁ ହେଲେ ଯାତ୍ରୀଙ୍କୁ ୧୦ କି.ମି.ରୁ ଊର୍ଦ୍ଧ୍ୱ ବୁଲିବାକୁ ପଡ଼ିଛି। ରିପୋର୍ଟ ଲେଖା ହେବା ବେଳକୁ ରାସ୍ତାରୁ ଗଛ ଡାଳଗୁଡିକ ହଟିବା ପରେ ଯାତାୟତ ସ୍ବାଭିକ ହୋଇପାରିଛି ବୋଲି ସୂଚନା ମିଳିଛି। ହେଲେ ବିଦ୍ୟୁତ୍‌ ସେବା ବ୍ୟବସ୍ଥିତ ହୋଇପାରି ନ ଥିବାରୁ କୁଆଖିଆ ବିଦ୍ୟୁତ୍‌ ଡିଭିଜନର ମଠସାହି ସେକ୍ସନ ଅଧୀନ ଓଡ଼ିଶୋ, ସିଂହାପୁର, କଲଣ, ବାରବାଟୀ ଆଦି ପଞ୍ଚାୟତରେ ୩୦ରୁ ଊର୍ଦ୍ଧ୍ୱ ଗାଁ ଅନ୍ଧାରରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri