ଗଛଡାଳ ଭାଙ୍ଗିଲା, ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ିଲା

ରସୁଲପୁର,୨୦ା୫(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳରେ ଶୁକ୍ରବାର କାଳବୈଶାଖୀ ତାଣ୍ଡବ ରଚିଛି। ଅପରାହ୍ନରେ ସ୍ବଳ୍ପ ଅବଧିର ଝଡ଼ତୋଫାନ ଯୋଗୁ ଓଡ଼ିଶୋ ପଞ୍ଚାୟତ ବିଶେଷ କ୍ଷତିଗ୍ରସ୍ତ ହୋଇଛି। ଏହି ରାସ୍ତା ପାର୍ଶ୍ୱରେ ଥିବା ଗଛଗୁଡ଼ିକର ଡାଳ ଭାଙ୍ଗି ପଡ଼ିବାରୁ ବାରବାଟୀ-ବାହାବଳପୁର ପୂର୍ତ୍ତ ବିଭାଗ ରାସ୍ତା, ବାରବାଟୀ-ମାନପୁର ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବିଜୁଳି ଆଲୁଅ ନ ଥିବାରୁ ୩୦ରୁ ଊର୍ଦ୍ଧ୍ୱ ଗାଁ ଅନ୍ଧାରରେ ରହିଛି। ଗାଁ ଲୋକେ ରାସ୍ତା ଉପରୁ ଗଛ ଡାଳଗୁଡିକୁ କାଟି ସଫା କରି ଯାତାୟାତକୁ ସୁଗମ କରିଛନ୍ତି। ବିଦ୍ୟୁତ ବିଭାଗର କର୍ମଚାରୀ ବିଦ୍ୟୁତ ସରବରାହକୁ ସଜାଡିବା ଦିଗରେ ବ୍ୟସ୍ତ ଅଛନ୍ତି। ତେବେ କେତେବେଳ ବିଜୁଳି ଆଲୁଅ ସ୍ବାଭାବିକ ହୋଇପାରିବ ସେ ନେଇ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇ ପାରୁନାହିଁ।
ଦିନରେ ତାତି ସାଙ୍ଗକୁ ଗରମ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଥିବାବେଳେ ଅପରାହ୍ନ କାଳବୈଶାଖିରେ କଚ୍ଚାଘର, ପନିପରିବା କ୍ଷେତ, ବଡ଼ବଡ଼ ଗଛ, ବିଦ୍ୟୁତ ସରବରାହ ଆଦି ବିଶେଷ କ୍ଷତିଗ୍ରସ୍ତ ହେଉଛି। ବିଜୁଳି ଆଲୁଅ ନ ଥିବାରୁ ଲୋକେ ଅକଥନୀୟ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏଭଳି ସ୍ଥିିତି ଏହି ବ୍ଲକର ବାରବାଟୀ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଓଡ଼ିଶୋ ପଞ୍ଚାୟତ ମାନପୁରଠାରେ ରାସ୍ତା ପାର୍ଶ୍ୱସ୍ଥ ଗଛ ଗୁଡିକର ଡାଳ ଭାଙ୍ଗି ପଡିବାରୁ ବାରବାଟୀ-ଯାଜପୁରରୋଡ, ବାରବାଟୀ-ମଧୁବନକୁ ସଂଯୋଗ କରୁଥିବା ରାସ୍ତା ଦୁଇଟିରେ ଯାତାୟାତ ଠପ୍‌ ହୋଇଯାଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡିମୋଟର ଅଟକି ରହିଥିଲା। ରାସ୍ତାଦେଇ ବାରବାଟୀ ବଜାରକୁ ଆସିବାକୁ ହେଲେ ଯାତ୍ରୀଙ୍କୁ ୧୦ କି.ମି.ରୁ ଊର୍ଦ୍ଧ୍ୱ ବୁଲିବାକୁ ପଡ଼ିଛି। ରିପୋର୍ଟ ଲେଖା ହେବା ବେଳକୁ ରାସ୍ତାରୁ ଗଛ ଡାଳଗୁଡିକ ହଟିବା ପରେ ଯାତାୟତ ସ୍ବାଭିକ ହୋଇପାରିଛି ବୋଲି ସୂଚନା ମିଳିଛି। ହେଲେ ବିଦ୍ୟୁତ୍‌ ସେବା ବ୍ୟବସ୍ଥିତ ହୋଇପାରି ନ ଥିବାରୁ କୁଆଖିଆ ବିଦ୍ୟୁତ୍‌ ଡିଭିଜନର ମଠସାହି ସେକ୍ସନ ଅଧୀନ ଓଡ଼ିଶୋ, ସିଂହାପୁର, କଲଣ, ବାରବାଟୀ ଆଦି ପଞ୍ଚାୟତରେ ୩୦ରୁ ଊର୍ଦ୍ଧ୍ୱ ଗାଁ ଅନ୍ଧାରରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri