ଶିଳ୍ପାଞ୍ଚଳରୁ ଚାଲିଛି ଗଛ କଟା

କଳିଙ୍ଗନଗର,୨।୭(ଶୁଭାଶିଷ ରାଉତ): କଳିଙ୍ଗନଗର ଶିଳ୍ପାଞ୍ଚଳ ଦିନେ ଘଞ୍ଚ ଜଙ୍ଗଲ ଥିଲା। କାଳକ୍ରମେ ଜନବସତି ପରେ ବିଭିନ୍ନ କଳକାରଖାନା ବସିଲା। ଏଥିନିମନ୍ତେ ହଜାର ହଜାର ଗଛ କଟାଗଲା ଏବଂ କିଛି ଚାରାରୋପଣ କରଗଲା, ଯାହାକି ପରିବେଶ ସନ୍ତୁଳନ ରକ୍ଷା ପାଇଁ ଆବଶ୍ୟକ ଥିଲା। ଶିଳ୍ପ ସଂସ୍ଥାମାନେ ନିଜ ଜମିର ୩୩ ପ୍ରତିଶତ ସ୍ଥାନରେ ଚାରାରୋପଣ କରିବାକୁ ବାଧ୍ୟତାମୂଳକ କରାଯାଇଛି। ମାତ୍ର କଳିଙ୍ଗନଗରରେ ସବୁଜିମା ସୃଷ୍ଟି କେବଳ କାଗଜକଲମରେ ସୀମିତ ରହିଛି। ଏବେ ବିଭିନ୍ନ ଆଳରେ ଶିଳ୍ପାଞ୍ଚଳରୁ ଚାଲିଛି ଗଛ କଟା। କେଉଁ ଶିଳ୍ପ ସଂସ୍ଥା କେତେ ଗଛ ଲଗାଇଛି ଓ ତନ୍ମଧ୍ୟରୁ କେତେ ଗଛ ବଞ୍ଚିଛି ତା’ର ତଥ୍ୟ ବନ ବିଭାଗ ପାଖରେ ନାହିଁ। କେବଳ ସମ୍ପୃକ୍ତ କାରଖାନାର ସୂଚନାକୁ ଫାଇଲରେ ରଖି ବନ ବିଭାଗ ଦାୟିତ୍ୱ ସମ୍ପାଦନ କରିଆସୁଛି। କାରଖାନା ବାହାରେ ମଧ୍ୟ ପ୍ରତିବର୍ଷ ବିପୁଳ ପରିମାଣର ଗଛ ଲଗାଯାଉଛି। ମାତ୍ର କେଉଁଠାରେ କେତେ ଗଛ ବଞ୍ଚିଲା କି କାଟି ନିଆଗଲା ତାହା ଦେଖିବାକୁ ମିଳୁନାହିଁ। ଶିଳ୍ପାଞ୍ଚଳରାସ୍ତାରେ ପଥପାର୍ଶ୍ୱ ବନୀକରଣ ପ୍ରହସନ ପାଲଟିଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ପରିବେଶ ନାମରେ ହେଉଥିବା ଚାରାରୋପଣକୁ ପରବର୍ତ୍ତୀ ସମୟରେ କୌଣସି ନା କୌଣସି କାରଣରୁ କାଟି ଦିଆଯାଉଥିବା ଦେଖାଯାଉଛି। ଶିଳ୍ପାଞ୍ଚଳରେ ଏପରି ଅନେକ ଉଦାହରଣ ଦେଖିବାକୁ ରହିଛି।
ରାସ୍ତା ନିର୍ମାଣ, ପାଇପ ବିଛାଇବା, ଟାୱାର ବସାଇବା, ପାଣି ଟାଙ୍କି ତିଆରି ଓ ପାର୍କିଂ ପାଇଁ ହଜାରହଜାର ସଂଖ୍ୟାରେ ଗଛ ବଳି ପଡୁଛି। ୧୦ ବର୍ଷ ତଳେ ଡୁବୁରୀ-ମିଲିଟାରୀ ଛକର ଜିନ୍ଦଲ କାରଖାନା ପାର୍ଶ୍ୱରେ ବନୀକରଣ କରାଯାଇଥିଲା। ୪ ବର୍ଷ ତଳେ ଦୁଇଟି ବିଦ୍ୟୁତ୍‌ ଟାୱାର ବସାଇବା ପାଇଁ ସେଠାରେ ଜଣେ ଠିକାଦାର ବିପୁଳ ଗଛ କାଟି ଦେଇଥିଲେ। ଠିକ ସେହି ଭାବେ ପୁଣି ସେହି ପାର୍ଶ୍ୱରେ ଦୁଇଟି ବିଦ୍ୟୁତ୍‌ ଟାୱାର ସ୍ଥାପନ ପାଇଁ ଶତାଧିକ ଗଛକୁ ଠିକାଦାର କାଟି ଦେଇଥିବା ଦେଖିବାକୁ ମିଳିଛି। ପ୍ରମାଣ ନଷ୍ଟ ପାଇଁ ଗଛର ମୂଳକୁ ମଧ୍ୟ ଖୋଳି ବାହାର କରି ଦିଆଯାଇଛି। ଏ ସମ୍ପର୍କରେ ଟମକା ବନାଞ୍ଚଳ ଅଧିକାରୀ ଶଶିଭୂଷଣ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଗଛକାଟିବାକୁ କେତେ ସଂସ୍ଥା ଅନୁମତି ନେଇଛନ୍ତି ସେ ସମ୍ପର୍କରେ ତଥ୍ୟ ଖୋଜା ଚାଲିଛି। ତେବେ ଆଗକୁ କିପରି ଗଛ ସୁରକ୍ଷିତ ରହିବ ସେ ସମ୍ପର୍କରେ ଆମେ ଉଦ୍ୟମ କରୁଛୁ ବୋଲି ସେ ପ୍ରକାଶ କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସ୍ବଳ୍ପ ବୃକ୍ଷ କାଟିବାକୁ ଅନୁମତି ଆଣି ବହୁ ବୃକ୍ଷ କଟାଯାଉଛି, ଯାହାକି ସାଧାରଣ ଲୋକ କିଛି ବୁଝି ପାରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri