ପାଟଣା,୨୮।୩(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ଗୁଳୁଦିପଶି ଗ୍ରାମର କ୍ଷେତ୍ରବାସୀ ବାରିକଙ୍କ ଘର ବାହାରେ ଥିବା ଏକ କୋଳି ଗଛ କାର ଉପରେ ପଡ଼ି କାରଟି ଚୁରମାର ହୋଇ ଭାଙ୍ଗିଯାଇଛି।
ସୂଚନା ଯେ, ଶୁକ୍ରବାର ବିଳମ୍ବିତ ରାତ୍ରିରେ କାଳବୈଶାଖୀ ପ୍ରଭାବରେ ପାଟଣା ଅଞ୍ଚଳରେ ପ୍ରବଳ ପବନ, ଘଡଘଡି, ବର୍ଷା ହୋଇଥିଲା। ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଗଛ ଗୁଡିକ ଭାଙ୍ଗି ପଡ଼ିବା ସହ ପୁରୁଣା ଆମ୍ବ ତୋଟାରୁ କଷି ଆମ୍ବ ସବୁ ଝଡି ପଡ଼ିଛି। ଘଟଣାସ୍ଥଳରେ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ଗଛଗୁଡ଼ିକୁ କାଟିସଫା କରୁଛନ୍ତି।
Dharitri – Odisha’s No.1 Odia Daily

