Posted inଫୁରସତ

ଏହି ସ୍କୁଟର ସାହାଯ୍ୟରେ ସହଜରେ ଚଢ଼ି ହେବ ଗଛ, ଭିଡିଓ ଦେଖିଲେ…

ଯେତେବେଳେ କଳା କୌଶଳର କଥା ଆସେ, ସେତେବେଳେ ଭାରତୀୟମାନଙ୍କ ନାଁ ସର୍ବାଗ୍ରେ ଆସେ। ଭାରତରେ ଅନେକ ଲୋକ ନାନା ଆଶ୍ଚର୍ଯ୍ୟଜନକ କଥା କରି ଦେଖାଇଛନ୍ତି, ତାହା କହିବାର ଆବଶ୍ୟକତା ନାହିଁ।

ଶିଳ୍ପପତି ହର୍ଷ ଗୋଏଙ୍କା ଏହିପରି ଭିଡିଓଗୁଡ଼ିକ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଥାନ୍ତି। ଯେଉଁଥିରେ ଅନେକ ଅଭିନବ କୌଶଳ ରହିଥାଏ। ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଏଥର ବି ଗୋଏଙ୍କା ଏକ ଭିଡିଓ ଶେୟାର କରିଛନ୍ତି। ଯାହାର କୌଶଳ କେବଳ ଆଶ୍ଚର୍ଯ୍ୟଜନକ ନୁହେଁ, ଆକର୍ଷଣୀୟ ମଧ୍ୟ। ଏକ ସ୍କୁଟର, ଯାହା ଗଛ ଉପରକୁ ଚଢ଼ି ପାରୁଥିବା ଭିଡିଓରେ ଦେଖିବାକୁ ମିଳିଛି।

ଗ୍ରାମାଞ୍ଚଳରେ ଲୋକମାନେ ଗଛ ଉପରକୁ ଚଢ଼ି ନଡ଼ିଆ ତୋଳିବାକୁ ବହୁତ ଚେଷ୍ଟା କରିଥାନ୍ତି। ତେଣୁ ଏହି ଅନନ୍ୟ ଯନ୍ତ୍ର ସହିତ, ଗଛ ଚଢ଼ିବା କଷ୍ଟରୁ ମୁକ୍ତି ମିଳିଥାଏ। ଗୋଏଙ୍କା ଶେୟାର କରିଥିବା ଭିଡିଓରେ ଦେଖିବାକୁ ମିଳିଛି, ଜଣେ ବ୍ୟକ୍ତି ଗଛରେ ଲାଗିଥିବା ସ୍କୁଟର ସାହାଯ୍ୟରେ ଉପରକୁ ସହଜରେ ଚଢ଼ିଯାଉଛନ୍ତି।

ଏଥିରେ କ୍ୟାପ୍‌ଶନ ଲେଖା ଅଛି, ‘ଏହି ’ସ୍କୁଟର’ ଆପଣଙ୍କୁ ୩୦ ସେକେଣ୍ଡରେ ୨୭୫ ଫୁଟ (୮୪ମିଟର) ଗଛ ଚଢ଼ିବାରେ ସାହାଯ୍ୟ କରିବ। ଏହି ସ୍କୁଟର ଯେ କୌଣସି ସିଧା କିମ୍ବା ସାମାନ୍ୟ ବଙ୍କା ଗଛ ଉପରକୁ ଯାଇପାରିବ। ଶୀଘ୍ର ଗୋଟିଏ ଚଢ଼ନ୍ତୁ।

ଭିଡିଓକୁ ୪ ଲକ୍ଷରୁ ଅଧିକ ଲୋକ ଦେଖିଥିବା ବେଳେ ଅନେକ ୟୁଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। କିଛି ୟୁଜର ଏହି ଯନ୍ତ୍ର ଉଦ୍ଭାବନର କୌଶଳକୁ ବେଶ୍‌ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri