Posted inଜାତୀୟ

ମୃତ୍ୟୁ ପରେ ବି ଚିକିତ୍ସା ଜାରି

ନୂଆଦିଲ୍ଲୀ,୧୦ା୮: ଦେଶର ଅଭାବୀ ଲୋକଙ୍କ ଚିକିତ୍ସା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିବା ଆୟୁଷ୍ମାନ ଭାରତ ଯୋଜନାରେ ବଡ଼ ଧରଣର ଅନିୟମିତତା ହୋଇଥିବା ସାମ୍ନାକୁ ଆସିଛି। ‘ମୃତ’ ଦର୍ଶାଯାଇଥିବା ରୋଗୀଙ୍କ ଚିକିତ୍ସା ଜାରି ରଖିବା ଏବଂ ଗୋଟିଏ ମୋବାଇଲ ନମ୍ବରରେ ଅନେକ ଲକ୍ଷ ହିତାଧିକାରୀଙ୍କ ନାମ ପଞ୍ଜୀକରଣ କରାଯିବା ଭଳି ଦୁର୍ନୀତି ଉପରୁ ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ସିଏଜି) ପରଦା ହଟାଇଛନ୍ତି।
ଭାରତ ଯୋଜନାକୁ ନେଇ ସିଏଜି ଚାଞ୍ଚଲ୍ୟକର ପ୍ରଘଟ କରିଛନ୍ତି। ପାର୍ଲାମେଣ୍ଟରେ ମଙ୍ଗଳବାର ଉପସ୍ଥାପିତ ସିଏଜି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ପୂର୍ବରୁ ମୃତ ଦର୍ଶାଯାଇଥିବା ଅନେକ ରୋଗୀଙ୍କୁ ଏହି ଯୋଜନାରେ ଚିକିତ୍ସା କରାଯାଇଛି। ଏଭଳି ଅନିୟମିତତାର ସର୍ବାଧିକ ମାମଲା ଛତିଶଗଡ଼, ହରିୟାଣା, ଝାଡ଼ଖଣ୍ଡ, କେରଳ ଓ ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି। ଉକ୍ତ ଯୋଜନାରେ ଅନ୍ତର୍ଭୁକ୍ତ ୮୮,୭୬୦ ରୋଗୀ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଦେଇଥିଲେ। କିନ୍ତୁ ୨,୧୪,୯୨୩ ଜଣଙ୍କୁ ଅର୍ଥ ପ୍ରଦାନ କରାଯାଇଥିଲା ବୋଲି ମୃତ୍ୟୁହାର ମାମଲାର ତଥ୍ୟ ବିଶ୍ଳେଷଣରୁ ଜଣାପଡ଼ିଛି। ଅଡିଟ୍‌ରୁ ଆହୁରି ଜଣାପଡ଼ିଛି ଯେ, ୩,୪୪୬ ରୋଗୀଙ୍କ ପାଇଁ ୬.୯୭ କୋଟି ଟଙ୍କା ହସ୍ପିଟାଲଗୁଡ଼ିକୁ ପ୍ରଦାନ କରାଯାଇଛି। ଜଣେ ରୋଗୀ ଏକକାଳୀନ ଅନେକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏପରି ଜାଲ୍‌ ଆଡ୍‌ମିଶନ ରୋକିବା ପାଇଁ କୌଣସି ପ୍ରକାର ବ୍ୟବସ୍ଥା କରାଯାଇ ନାହିଁ। ୨୦୧୮ ସେପ୍ଟେମ୍ବରରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ସିଏଜି ଏହି ଯାଞ୍ଚ କରିଥିଲେ।
ଭାରତ ଯୋଜନାରେ ଏଭଳି ଅନିୟମିତତା ହେଉଥିବା ବିଷୟ ୨୦୨୦ ଜୁଲାଇରେ ଜାତୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏ) ସ୍ବୀକାର କରିଥିଲେ। ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ଦାୟିତ୍ୱରେ ଥିବା ଏନ୍‌ଏଚ୍‌ଏ ପକ୍ଷରୁ ସିଏଜିଙ୍କୁ କୁହାଯାଇଥିଲା, ବିଭିନ୍ନ ଅପରେଶନାଲ କାରଣରୁ ଜଣେ ପରେ ଜଣେ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସିଏଜି ଏହାକୁ ଗ୍ରହଣ ନ କରି ଜାତୀୟ ଓ ରାଜ୍ୟ କର୍ତ୍ତୃପକ୍ଷମାନେ ସବୁ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ସୁନିଶ୍ଚିତ କରିବା ଉଚିତ। ଆଇଟି ସିଷ୍ଟମ୍‌ (ଟିଏମ୍‌ଏସ୍‌) ସମାନ ସମୟରେ କୌଣସି ରୋଗୀଙ୍କୁ ଏକାଧିକ ହସ୍ପିଟାଲରେ ଭର୍ତ୍ତି କରିବାକୁ ବାରଣ କରି ନ ଥିଲା।

ଏବି-ପିଏମ୍‌ଜେଏଓ୍ବାଇ କ’ଣ

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମ୍‌ଜେଏଓ୍ବାଇ) ହେଉଛି ଭାରତ ସରକାରଙ୍କ ଏକ ସ୍କିମ୍‌, ଯାହାର ଶୁଭାରମ୍ଭ ୨୦୧୮ ଏପ୍ରିଲ ୧ରେ କରାଯାଇଥିଲା। ଏହି ଯୋଜନା ଅଧୀନରେ ଆର୍ଥିକ ଭାବେ ଦୁର୍ବଳ ନାଗରିକମାନେ ହସ୍ପିଟାଲକୁ ଯାଇ ମାଗଣାରେ ଚିକିତ୍ସିତ ହୋଇଥାନ୍ତି। ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ଚିକିତ୍ସା ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିଥାନ୍ତି। ୨୦୨୩ ଅଗଷ୍ଟ ୧ ସୁଦ୍ଧା ଏହି ଯୋଜନାରେ ୨୪.୩୩ କୋଟି କାର୍ଡ ପ୍ରସ୍ତୁତ କରାଯାଇଥିବା ବିଷୟ ରାଜ୍ୟ ସଭାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଏସ୍‌.ପି. ବଘେଲ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

ଜନ୍ମଦିନର ୬ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ: ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କୁ ଭିଡିଓ କଲ୍‌ କରି…

ଟିଭି ଅଭିନେତ୍ରୀ ସୁଭାଷିନୀ ତାଙ୍କ ଜନ୍ମଦିନର ମାତ୍ର ୬ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସୁଭାଷିନୀ ଫାଶୀ ଦେଇ ଦେଇଥିବା ଜଣାପଡ଼ିଛି। ସେ ସନ ଟିଭିରେ ପ୍ରସାରିତ…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

ପିଇବା ପାଣି ପାଇଁ ଗର୍ଜିଲେ ଅଞ୍ଚଳବାସୀ: ସମାଧାନ ପାଇଁ ମିଳିଲା ପ୍ରତିଶ୍ରୁତି

ଦାରିଙ୍ଗବାଡି,୬।୪(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଡବେରୀ ଶାଳବଣଠାରେ ସୋମବାର ଡବେରୀ ଅଞ୍ଚଳକୁ ମଦମୁକ୍ତ ଏବଂ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ବସିଲା ବୈଠକ। ଅଞ୍ଚଳର…

ନୀଳମାଧବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର: ଛୁଟିଲା ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ):ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ରଙ୍କୁ ରାଜ୍ୟ ସରକାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri