ଅଜଣା ରୋଗପୋକ ପରେ କରାମାଡ଼

ବରଗଡ଼ ଅଫିସ୍‌/ସରଣ୍ଡା, ୨୩।୪: (ଡି.ଏନ.ଏ.) ବରଗଡ଼ ଜିଲା ଚାଷୀଙ୍କ ଦୁଃଖ ସରୁନାହିଁ । ଧାନ ଅମଳକ୍ଷମ ଅବସ୍ଥାକୁ ଆସିଥିବାବେଳେ ଫସଲରେ ଅଜଣା ରୋଗପୋକ ଉପଦ୍ରବ ହୋଇଥିଲା। ତାର ପ୍ରତିକାର ନ ସରୁଣୁ ଶନିବାର ସନ୍ଧ୍ୟାରେ ଝଡ଼ବର୍ଷା ସହ କରାମାଡ଼ ହୋଇଛି । ଫଳରେ ଜିଲାର ଅତାବିରା ଏବଂ ବରଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଧାନ ପସଲ ଉଜୁଡ଼ି ଯାଇଛି । ଅତାବିରା ବ୍ଲକର ଗୋଡ଼ଭଗା, ଅତାବିରା, ପରମାଣପୁର, ଲସ୍ତଲା, ଭୁର୍ସିପାଲି, ଟିଙ୍ଗିପାଲି, ଡୁମ୍ବେରପାଲି, ହିର୍ଲିପାଲି, ଲଚିଦା, ଲୁରୁପାଲି, ନୂଆଁଖଇରପାଲି, ତାଲପଦରଟିକ୍ରା, ବରଗଡ଼ ବ୍ଲକର କୁର୍ଲା, ସର୍ଲା, ନୁନିଆଁ ଜାମପାଲି, ରୁଷିପାଲି, ବନ୍ଦା ସମେତ ଅନେକ ଅଞ୍ଚଳରେ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି । କାଳବୈଶାଖୀ ଯୋଗୁ ଚାଷୀଙ୍କ ମାନସିକ ସ୍ଥିତି ଦୋହଲି ପଡ଼ିଛି ।
ବରଗଡ଼ ଜିଲାରେ ପ୍ରାୟତଃ ଅଧିକାଂଶ ଧାନ ଅମଳକ୍ଷମ ଅବସ୍ଥାରେ ରହିଛି। ଆଉ ୨ସପ୍ତାହ ପରେ ଜିଲାର ଅତାବିରାରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଛି। ଏହା ପୂର୍ବରୁ ଅଜଣା ରୋଗରେ ଧାନକେଣ୍ଡା ଏବଂ ଗଛର ଅଗ୍ରଭାଗ ଶୁଖିଯିବାରୁ ଏପର୍ଯ୍ୟନ୍ତ ତାର ପ୍ରତିକାର ହୋଇପାରିନାହିଁ। ନେକ୍‌ ବ୍ଲାଷ୍ଟ ରୋଗ ବୋଲି ତାକୁ କୁହାଯାଉଥିଲେ ସୁଦ୍ଧା କୀଟନାଶକ ପ୍ରୟୋଗ ସତ୍ତ୍ବେ ତାହା ଦମନ ହୋଇ ପାରିନାହିଁ ବୋଲି ଚାଷୀନେତା ହର ବଣିଆ କହିଛନ୍ତି।
ଅନ୍ୟପକ୍ଷେ ଯେଉଁ ଫସଲ ଅଜଣା ରୋଗରୁ ରକ୍ଷା ପାଇଯାଇଥିଲା ଶନିବାର ଅପରାହ୍ନ ୫ଟାରୁ ତୁହାକୁ ତୁହା କରାମାଡ଼ ଯୋଗୁ ତାହା ନଷ୍ଟ ହୋଇ ପଡ଼ିଛି । ଏଥର ଫସଲ ଆରମ୍ଭରୁ ଅନୁକୂଳ ପାଗ ଯୋଗୁ ଧାନ ଭଲ ଅମଳ ହେବ ବୋଲି ଚାଷୀମାନେ ଆଶା ବାନ୍ଧିଥିଲେ । ମାତ୍ର ଧାନ ଅମଳକ୍ଷମ ହେବାକୁ ସମୟ ଯେତିକି ପାଖେଇଲା, ଅଜଣା ରୋଗପୋକ ଏବଂ କାଳବୈଶାଖୀ ପ୍ରଭାବରେ ଫସଲ ନଷ୍ଟ ହେବା ଚାଷୀଙ୍କ ପାଇଁ ଚଡ଼କ ସଦୃଶ ପାଲଟିଛି। କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ଚାଷୀ ମହଲରେ ଦାବି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri