ଗୁମ୍ମା ଘାଟିରେ ଓଲଟିଲା ଟ୍ରଲର: ରାୟଗଡ଼ା-କୋରାପୁଟ ରାସ୍ତା ଜାମ

ରାୟଗଡ଼ା, ୭/୧୦(ସଂକେତ ପାତ୍ର/ଜଗନ୍ନାଥ ଗୌଡ଼): ରାୟଗଡ଼ା ଜିଲା ଗୁମ୍ମା ଘାଟିରେ ଏକ ଟ୍ରଲର ଓଲଟି ପଡ଼ିବାରୁ ରାୟଗଡ଼ା-କୋରାପୁଟ ମୁଖ୍ୟ ରାସ୍ତାରେ ଯାତାୟାତ ଜାମ ହୋଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ରାତି ୧୧ଟା ପୂର୍ବରୁ ଟ୍ରଲରଟି ଘାଟି ରାସ୍ତାରେ ଓଲଟି ପଡ଼ିଥିଲା। ଏହାପରେ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଟ୍ରଲର ଓଲଟି ପଡ଼ିବାରୁ ରାୟଗଡ଼ାରୁ କୋରାପୁଟ ଯାଉଥିବା ଏବଂ କୋରାପୁଟ ପଟୁ ରାୟଗଡ଼ା ଆସୁଥିବା ଅନେକ ଯାନବାହନ ରାସ୍ତାରେ ଅଟକି ରହିଛି। ଫଳରେ ଯାତ୍ରୀମାନେ ରାତିରୁ ହିଁ ହନ୍ତସନ୍ତ ହେଉଥିବା ଜଣାପଡ଼ିଛି।

ଘାଟି ରାସ୍ତାରେ ଟ୍ରଲରଟି ଓଲଟି ପଡ଼ିଥିବାରୁ ତାହାକୁ ହଟାଇ ରାସ୍ତା ସ୍ବାଭାବିକ କରିବା ଜରୁରୀ ହୋଇପଡ଼ିଛି। ରାସ୍ତା ଜାମ ଯୋଗୁ ଅନେକ ଯାତ୍ରୀ ଓ ଚାଳକ ଦୀର୍ଘ ସମୟ ଧରି ଅଟକି ରହିଥିବାରୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।

Dharitri – Odisha’s No.1 Odia Daily

 

Share