ଅଲିଭ୍‌ ରିଡ୍‌ଲେଙ୍କୁ ବିପଦ ଟ୍ରଲର, ବୋଟ୍‌; ନିଷିଦ୍ଧାଞ୍ଚଳରେ ଚାଲିଛି ଅବାଧ ମାଛମରା

କୋଣାର୍କ,୧୮ା୧୨(ଡି.ଏନ୍‌.ଏ.): ଉପକୂଳରେ ଅସୁରକ୍ଷିତ ଅଲିଭ ରିଡ୍‌ଲେ। ଅନ୍ତୁଡ଼ିଶାଳ ପାଲଟିଛି ଶ୍ମଶାନ। ଅଣ୍ଡାଦାନରେ ବାଧକ ସାଜିଛି ବେଆଇନ ଟ୍ରଲର ଚଳାଚଳ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ନଭେମ୍ବର ୧ରୁ ମେ ୩୧ପର୍ଯ୍ୟନ୍ତ ସମୁଦ୍ରକୂଳରୁ ୨୦କିଲୋମିଟର ମଧ୍ୟକୁ କେହି ମାଛ ଧରିବା ପାଇଁ ଯାଇପାରିବେ ନାହିଁ। କାରଣ ଏହି ସମୟରେ ବିରଳ ଅଲିଭ ରିଡ୍‌ଲେଙ୍କ ପ୍ରଜନନ ଋତୁ ଚାଲିଥାଏ। ଟ୍ରଲର ଚଳାଚଳ କଲେ ଅଣ୍ଡା ଦାନ ପ୍ରକ୍ରିୟାରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଥାଏ। ତେଣୁ ଦେବୀ ମୁହାଣରୁ ପୁରୀ ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ବା ‘ନୋ ଫିସିଂ ଜୋନ୍‌’ ଘୋଷଣା କରାଯାଇଛି। ହେଲେ ସବୁ ଆଇନ କାନୁନ୍‌କୁ ଅମାନ୍ୟ କରି ଟ୍ରଲରଗୁଡ଼ିକ ନିଷିଦ୍ଧାଞ୍ଚଳରେ ଅବାଧ ପ୍ରବେଶ କରି ମାଛ ଧରୁଛନ୍ତି। ଗତ ନଭେମ୍ବର ୧ରୁ ଡିସେମ୍ବର ୧୭ ମଧ୍ୟରେ ୮ଟି ଟ୍ରଲରକୁ ବନ ବିଭାଗ ଜବତ କଲାଣି। ଓଡ଼ିଶା ସାମୁଦ୍ରିକ ମାଛଧରା ନିୟନ୍ତ୍ରଣ ଆଇନ(ଓମ୍ଫ୍ରା)୧୯୮୧ ଅନୁସାରେ ଉଲ୍ଲଂଘନକାରୀଙ୍କ ବିରୋଧରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ବେଆଇନ ଦିନରାତି ମାଛ ମରାଯାଉଛି। ଫଳରେ ଅଲିଭ ରିଡ୍‌ଲେଙ୍କ ବଂଶ ବିପଦ ମୁହଁକୁ ଠେଲି ହୋଇଯାଇଛି। ଏହି ଘଟଣାକୁ ନେଇ ପରିବେଶବିତ୍‌ଙ୍କ ମହଲରେ ଉଦ୍‌ବେଗ ପ୍ରକାଶ ପାଇବା ସହ ସରକାର ଏଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ଦାବି ହେଉଛି।

ନିୟମ ଅନୁସାରେ ଯନ୍ତ୍ରଚାଳିତ ଡଙ୍ଗା ବା ଟ୍ରଲର ପାଇଁ ନିର୍ଦ୍ଦିଷ୍ଟ ସୀମାରେଖା ଚିହ୍ନଟ କରାଯାଇଛି। ମୋଟର ଦ୍ୱାରା ଚାଳିତ ଡଙ୍ଗାଗୁଡ଼ିକ ସମୁଦ୍ର କୂଳରୁ ୫ କି.ମି ଓ ଟ୍ରଲରଗୁଡ଼ିକ ୨୦କି.ମି. ଅଞ୍ଚଳରେ ମାଛ ଧରିପାରିବେ ନାହିଁ। ମାଛଧରା ବୋଟ୍‌ରେ ଟର୍ଟଲ ଏକ୍ସକ୍ଲୁଜନ ଡିଭାଇସ(ଟିଇଡି) ଲଗାଇବାର ନିୟମ ରହିଛି। ଫଳରେ କଇଁଛମାନେ ମାଛ ଜାଲରେ ଛନ୍ଦି ନ ହେଇ ସହଜରେ ଖସିଯାଇ ପାରିବେ। କିନ୍ତୁ ଏହି ନିୟମ ପାଳନ କରାଯାଉନାହିଁ। ବନ ବିଭାଗ ପକ୍ଷରୁ ବାରମ୍ବାର ଚଢ଼ାଉ କରାଯାଉଛି।

ନିଷିଦ୍ଧାଞ୍ଚଳରେ ଟ୍ରଲର ବା ମାଛ ବୋଟ ଧରାପଡ଼ିଲେ ସେମାନଙ୍କ ପଞ୍ଜୀକରଣକୁ ୬ମାସ ପର୍ଯ୍ୟନ୍ତ ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ସେହିପରି ବେଆଇନ ମାଛ ଧରୁଥିବା ଟ୍ରଲର ଧରାପଡ଼ିଲେ ସମ୍ପୃକ୍ତ ମାଛକୁ ଜବତ କରି ନିଲାମ କରାଯିବା ସହ ନିଲାମ ମାଛର ୫ଗୁଣ ଜରିମାନା ବାବଦରେ ଆଦାୟ କରିବାର ଓମ୍ଫ୍ରାରେ ନିୟମ ରହିଛି। ମାତ୍ର ବନବିଭାଗ ଟ୍ରଲର ଜବତ କରିବା ପରେ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରୁଥିଲେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ପୁରୀ ଜିଲା ଅତିରିକ୍ତ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ସୁଧାଂଶୁ କୁମାର ମଲ୍ଲିକଙ୍କ କହିବା ହେଲା ନଭେମ୍ବର ୧ରୁ ମେ ୩୧ ପର୍ଯ୍ୟନ୍ତ ଅଲିଭ ରିଡ୍‌ଲେଙ୍କ ଆଗମନ, ସମାଗମ ଓ ଅଣ୍ଡାଦାନ ପ୍ରକ୍ରିୟା ସମୟ। ଯଦିଓ ଦେଢମାସରୁ ୨ମାସ ପର୍ଯ୍ୟନ୍ତ ସେମାନେ କୂଳକୁ ଆସନ୍ତି ନାହିଁ, କିନ୍ତୁ ଏଥିପାଇଁ ସତର୍କ ଦୃଷ୍ଟି ରଖାଯାଇଛି। ବିଶେଷକରି ଅସ୍ତରଙ୍ଗ ଦେବୀମୁହାଣର ଉତ୍ତରକୁ ୧୦କି.ମି. ଓ ଦକ୍ଷିଣ ପାର୍ଶ୍ୱର ୧୦କି.ମି. ଅଞ୍ଚଳକୁ ଡଙ୍ଗା ଓ ଟ୍ରଲର ପ୍ରବେଶକୁ ନିଷିଦ୍ଧ କରାଯାଇଛି। ଯଦି ନିୟମ ଉଲ୍ଲଂଘନ କରି କେହି ଅବାଧ ପ୍ରବେଶ କରନ୍ତି ସେମାନଙ୍କ ବିରୋଧରେ ଆଗାମୀ ଦିନରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଧାର୍ଯ୍ୟ ମୁତାବକ ଜରିମାନା ଆଦାୟ କରାଯିବ ବୋଲି ମଲ୍ଲିକ କହିଛନ୍ତି। ଯୁବ ପରିବେଶବିତ୍‌ ସୌମ୍ୟରଞ୍ଜନ ବିଶ୍ୱାଳ କୁହନ୍ତି, ମତ୍ସ୍ୟବିଭାଗ ଓ ଟ୍ରଲର ମାଲିକଙ୍କ ଭିତିରି ସଲାସୁତରା ନୀତି ଯୋଗୁ ନିରୀହ ଅଲିଭ୍‌ ରିଡ୍‌ଲେ ବଳି ପଡୁଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଯଦି ନୋ ଫିସିଂ ଜୋନ୍‌ରେ ପ୍ରବେଶ କରିଥିବା ଟ୍ରଲରଗୁଡ଼ିକଠାରୁ ଠିକ୍‌ ଜରିମାନା ଆଦାୟ କରାଯାଆନ୍ତା ଓ ୬ମାସ ଲାଇସେନ୍ସ ରଦ୍ଦ କରାଯାଆନ୍ତା, ତା’ହେଲେ କୌଣସି ଟ୍ରଲର ନିଷିଦ୍ଧାଞ୍ଚଳକୁ ପ୍ରବେଶ କରିବାକୁ ସାହସ କରନ୍ତେ ନାହିଁ। କିନ୍ତୁ ମତ୍ସ୍ୟବିଭାଗ ପକ୍ଷରୁ ସେପରି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଉ ନ ଥିବାରୁ ବାରମ୍ବାର ଅନେକ ଶହ ଟ୍ରଲର ନିଷିଦ୍ଧାଞ୍ଚଳରେ ପ୍ରବେଶ କରୁଛନ୍ତି। ଫଳରେ ଅଣ୍ଡାଦାନ କରିବାକୁ ଆସୁଥିବା ଅଲିଭ ରିଡ୍‌ଲେଗୁଡ଼ିକ ମୃତ୍ୟୁମୁଖରେ ପଡୁଛନ୍ତି। ଏଥିପ୍ରତି ସରକାର କଡ଼ା ଆଭିମୁଖ୍ୟ ନ ଆପଣେଇଲେ ଆଗାମୀ ଦିନରେ ଅସ୍ତରଙ୍ଗଠାରୁ ପୁରୀ ପର୍ଯ୍ୟନ୍ତ ଉପକୂଳରେ ଅଣ୍ଡାଦାନ କରିବାକୁ ଆସୁଥିବା ଅଲିଭ ରିଡ୍‌ଲେଙ୍କ ବଂଶ ଲୋପ ପାଇଯିବ ବୋଲି ବିଶ୍ୱାଳ କହିଛନ୍ତି।

ପରିବେଶବିତ୍‌ ଜୟକୃଷ୍ଣ ପାଣିଗ୍ରାହୀଙ୍କ କହିଛନ୍ତି, ଓମ୍ଫ୍ରା ଆଇନକୁ କେହି ମାନୁ ନାହାନ୍ତି। ଟିଇଡି ଲଗାଇବାର ସ୍ପଷ୍ଟ ନିର୍ଦ୍ଦେଶ ଥିଲେ ସୁଦ୍ଧା ଏହାକୁ ବିଶେଷ କେହି ଲଗାଉ ନାହାନ୍ତି। ଟିଇଡି ଲଗାଇଲେ କଇଁଛଗୁଡ଼ିକ ବୋଟରେ ମାଡ଼ ନ ହୋଇ ମାଛ ଜାଲରୁ ସହଜରେ ବାହାରି ପାରିବେ। ଏଥିସହ ଯେଉଁ ଲୋକମାନେ ମାଛଧରାକୁ ଜୀବିକାଭାବେ ଗ୍ରହଣ କରିଛନ୍ତି, ସେମାନଙ୍କୁ ଏହି ମାଛଧରା ବାରଣ ସମୟରେ ବିକଳ୍ପ ରୋଜଗାର ବ୍ୟବସ୍ଥା ସରକାର କରିବାର ଆବଶ୍ୟକତା ରହିଛି। ନଚେତ୍‌ ସେମାନଙ୍କ ଜୀବନଜୀବିକା ମଧ୍ୟ ପ୍ରଭାବିତ ହେବ। ସେହିପରି ଅଲିଭ୍‌ ରିଡ୍‌ଲେ ସଂରକ୍ଷଣ ନେଇ ବର୍ତ୍ତମାନ ଯେଉଁ ସମସ୍ୟା ସୃଷ୍ଟି ହେଉଛି, ତାହାକୁ ନଜରରେ ରଖି ଓମ୍ଫ୍ରା ଆଇନରେ ସଂଶୋଧନର ଦରକାର ବୋଲି ପାଣିଗ୍ରାହୀ କହିଛନ୍ତି।

ସୂଚନା ଥାଉକି, ଏହି ବିରଳ ଅଲିଭ ରିଡ୍‌ଲେଗୁଡ଼ିକ ଉଚ୍ଚ ଶବ୍ଦ ଓ ଉଜ୍ଜ୍ୱଳ ଆଲୋକକୁ ଦେଖି ଭୟରେ ଫେରି ଯାଇଥାନ୍ତି। ହେଲେ ଉପକୂଳରେ ଲାଗୁଥିବା ସାଉଣ୍ଡ୍‌ ଓ ଆଲୋକ ଉପରେ କୌଣସି ରୋକ ଲଗାଯାଉ ନାହିଁ। ବନ ବିଭାଗ ନା ମତ୍ସ୍ୟ ବିଭାଗ ଏଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି। ଏସମ୍ପର୍କରେ କୋଣାର୍କ ଦାୟିତ୍ୱରେ ଥିବା ଅଧିକାରୀ ଅମ୍ରିତା ପ୍ରଧାନଙ୍କୁ ପଚାରିବାରେ ସେ କୁହନ୍ତି, ଆମ ପାଖକୁ ଆସୁଥିବା ଖବର ଅନୁସାରେ ଚଢ଼ାଉ ଜାରି ରଖିଛୁ। ଜବତ ହୋଇ ଆସୁଥିବା ଟ୍ରଲରଗୁଡିକୁ ଉଚିତ୍‌ ଧାର୍ଯ୍ୟ ଜରିମାନା ଲାଗୁ କରୁଛୁ। ଆଗାମୀ ଦିନରେ ଚଢ଼ାଉ ଜାରି ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri