Posted inଫୁରସତ

୫୨୭ ଦିନରେ ୧୪ ଦେଶ ଭ୍ରମଣ

ୱାଶିଂଟନ: ନିକଟରେ ଜଣେ ୧୯ ବର୍ଷୀୟ ଯୁବକ ସାଇକେଲରେ ୧୪ଟି ଦେଶ ଭ୍ରମଣ କରିଛନ୍ତି। ତାଙ୍କୁ ୩୨ ହଜାର କିମିରୁ ଅଧିକ ଦୂରତା ଅତିକ୍ରମ କରିବାକୁ ୫୨୭ ଦିନ ସମୟ ଲାଗିଛି। ଆମେରିକାର କାଲିଫର୍ନିଆ ବାସିନ୍ଦା ଲିଆମ୍‌ ଗାର୍ନରଙ୍କ ହାଇସ୍କୁଲ ପାଠ ସରିବା ପରେ ସେ ଦେଶ ଭ୍ରମଣରେ ବାହାରି ପଡିଥିଲେ। ସେ ୨୦୨୧ ଅଗଷ୍ଟ ୧ରୁ ତାଙ୍କର ଯାତ୍ରା ଆମେରିକାର ଆଲାସ୍କାରୁ ଆରମ୍ଭ କରିଥିଲେ। ଲିଆମ୍‌ଙ୍କ କହିବା ମୁକତାବକ, ସେ ଯେଡିଡିୟା ଜେନିକିନ୍ସଙ୍କ ଏକ ପୁସ୍ତକ ପଢିଥିଲେ। ସେଥିରେ ସେ ଆର୍ଗନରୁ ବାହାରି ଆର୍ଜେଣ୍ଟିନା ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ଯାହା ଲିଆମ୍‌ଙ୍କୁ ପ୍ରଭାବିତ କରିଥିଲା। ସେଥିରୁ ସେ ତାଙ୍କ ଆଡ୍‌ଭେନ୍ଚର ଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ତାଙ୍କର ଏହି ଯାତ୍ରା ପାଇଁ ବିଶେଷ ଯୋଜନା କରି ନ ଥିଲେ। କେବଳ ତାଙ୍କ ସହ ଟେଣ୍ଟ, ସ୍ଲିପିଂ ବ୍ୟାଗ୍‌, ପୋର୍ଟେବଲ ବ୍ୟାଟେରି, ମେଡିକାଲ କିଟ୍‌, ପାଣି ବୋତଲ ଆଦି ନେଇ ଯାତ୍ରା ଆରମ୍ଭ କରିଥିଲେ। ତାଙ୍କ ସାଇକେଲ ଯାତ୍ରାରେ ସେ ମେକ୍ସିକୋ, ଗ୍ବାଟେମାଲା, ନିକାରାଗୁଆ, କଲମ୍ବିଆ, ପେରୁ, ଚିଲି, ଆର୍ଜେଣ୍ଟିନା ସମେତ ୧୪ଟି ଦେଶ ଭ୍ରମଣ କରିଛନ୍ତି। ତାଙ୍କର ଏହି ଯାତ୍ରା ସମୟରେ ସେ ୫ ଥର ପାଇଁ ଲୁଟପାଟ୍‌ର ଶିକାର ହେବାକୁ ପଡିଛି। ସେଥିପାଇଁ ତାଙ୍କୁ ଥରେ ହସ୍ପିଟାଲରେ ମଧ୍ୟ ଭର୍ତ୍ତି ହେବାକୁ ପଡିଥିଲା । ହସ୍ପିଟାଲରେ ଏକ ମାସ ବିତାଇବା ପରେ ତାଙ୍କର ସର୍ଜିରି ମଧ୍ୟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ପେଟ୍ରୋଲ ରେଟ୍‌ ଆଗକୁ ବଢିବ କି? ମୋଦି କହିଦେଲେ ସତକଥା…

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ। ପ୍ରତିଶୋଧ ସ୍ୱରୂପ, ଇରାନ ହର୍ମୁଜ…

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ଯୁଦ୍ଧ ଭିତରେ ପାକିସ୍ତାନର ବଡ଼ ଗେମ୍‌! ୩ଦେଶକୁ ଏକାଠି କରି…

ଇସଲାମାବାଦ,୨୯।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ଏହି ସପ୍ତାହାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆୟୋଜନ କରିବାକୁ ଯାଉଛି। ଏହି…

ଗ୍ରାଉଣ୍ଡକୁ ସେନା ପଠାଇଲା ଆମେରିକା, ଏବେ ଜୋରଦାର ହେବ ବିଶ୍ୱଯୁଦ୍ଧ! ବିଶ୍ୱରେ ଚହଳ

ଓ଼୍ବାଶିଂଟନ,୨୯।୩: ଇରାନ ସହିତ ଚାଲିଥିବା ସଂଘର୍ଷର ଏକ ମାସ ପୂରଣ ହେଉଥିବାରୁ, ଆମେରିକା ମଧ୍ୟପ୍ରାଚ୍ୟରେ ଏହାର ସାମରିକ ଉପସ୍ଥିତିକୁ ଆହୁରି ମଜବୁତ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ…

ଏପ୍ରିଲ ୩ ଯାଏ ଝଡ଼ବର୍ଷା: ୧୬ ଜିଲାକୁ ୟେଲୋ ଓ୍ୱାର୍ନିଂ

ଭୁବନେଶ୍ୱର,୨୯ା୩(ବନ୍ଦନା ସେଠୀ): ଏବେ ରାଜ୍ୟରେ ଦିନବେଳା ପ୍ରଚଣ୍ଡ ଖରା ଅନୁଭୂତ ହେଉଥିବାବେଳେ ଅପରାହ୍ନରୁ ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚୁଛି। ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଓ ବାୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri