Posted inଫୁରସତ

ଦୀପାବଳିରେ ଭ୍ରମଣ

ଆଲୋକର ପର୍ବ ଦୀପାବଳି। ଅଶୁଭ ଉପରେ ଶୁଭର, ପାପ ଉପରେ ପୁଣ୍ୟର, ଅନ୍ଧାର ଉପରେ ଆଲୋକର ବିଜୟପ୍ରାପ୍ତିର ପ୍ରତୀକ ଭାବେ ଦେଶର ବିଭିନ୍ନ ସ୍ଥାନରେ ଏହି ପର୍ବକୁ ପାଳନ କରାଯାଇଥାଏ। ତେବେ ଦୀପାବଳି ଛୁଟିର ଭରପୂର ଆନନ୍ଦ ନେବା ପାଇଁ କେଉଁ ସ୍ଥାନକୁ ବୁଲିଗଲେ ଠିକ୍‌ ହେବ ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ଆଲୋକର ପର୍ବ ଦୀପାବଳିକୁ ବେଶ୍‌ ଉତ୍ସାହର ସହ ପାଳନ କରିଥାନ୍ତି ଦେଶବାସୀ। ଏହା ଏମିତି ଏକ ପର୍ବ, ଯାହାର ବିବିଧତା, ବିଶେଷତା ତଥା ସାଂସ୍କୃତିକ ପରିଦୃଷ୍ଟି ଖୁବ୍‌୍‌ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ସେଇଥିପାଇଁ ଜାତି ଧର୍ମ ଭୁଲି ସମସ୍ତେ ଅତି ଆଗ୍ରହର ସହକାରେ ଏହି ପର୍ବକୁ ପାଳନ କରିବାକୁ ଚାହିଁ ରହିଥାନ୍ତି। ଦୀପ ଜାଳି, ରଙ୍ଗିନ ଆଲୋକମାଳାରେ ଘର, ଦୁଆର, ରାସ୍ତାଘାଟ ସଜାଇବା ସହ ବନ୍ଧୁବାନ୍ଧବଙ୍କ ଗହଣରେ ସୁସ୍ବାଦୁ ଭୋଜନର ଆସରରେ କେମିତି ଏହି ଶୁଭଦିନଟି ବିତିଯାଏ ଆଦୌ ଜଣାପଡ଼େନି। ଅନ୍ୟପକ୍ଷେ କେହି କେହି ଏହି ଅବସରରେ ବାହାରକୁ କୁଆଡ଼େ ବୁଲିଯିବାକୁ ମଧ୍ୟ ପ୍ଲାନିଂ କରିଥାନ୍ତି। ଯଦି ଆପଣଙ୍କର ବି ଏମିତି କିଛି ପ୍ଲାନିଂ ରହିଥାଏ, ତା’ହେଲେ ଆସନ୍ତୁ ଜାଣିବା ଦେଶର କେଉଁ କେଉଁ ସ୍ଥାନକୁ ବୁଲିଗଲେ ଦୀପାବଳି ଛୁଟିର ଭରପୂର ଆନନ୍ଦ ଉଠାଇହେବ…

ଦିଲ୍ଲୀ: ଉଭୟ ପ୍ରାଚୀନତା ତଥା ଆଧୁନିକତାର ସମନ୍ବୟ ଦେଖିବାକୁ ମିଳିଥାଏ ଏଠାରେ। ପର୍ଯ୍ୟଟନ ଦୃଷ୍ଟି କୋଣରୁ ଦେଖିଲେ, ବର୍ଷର ଯେକୌଣସି ସମୟରେ ଏଠାକୁ ବୁଲିଗଲେ ବୁଲିବାର ଭରପୂର ଆନନ୍ଦ ଉଠାଇ ହୋଇଥାଏ। ବିଶେଷ କରି ଏହି ଦୀପାବଳି ପର୍ବ ଅବସରରେ ଏଠାକୁ ବୁଲିଗଲେ ମନ ମିଜାଜ୍‌ ଖୁସି ହୋଇଗଲା ପରି ଲାଗେ। କାରଣ ଏହି ପର୍ବକୁ ସ୍ବାଗତ କରିବା ପାଇଁ ସମ୍ପୂର୍ଣ୍ଣ ଦିଲ୍ଲୀ ସହର ରଙ୍ଗିନ ଆଲୋକମାଳାରେ ସଜେଇ ହୋଇ ପଡ଼ିଥାଏ। ଏଥିସହିତ ସମସ୍ତଙ୍କ ଦୁଆର ଆଗରେ ରଙ୍ଗବେରଙ୍ଗର ରଙ୍ଗୋଲି ହୋଇଥିବାର ମଧ୍ୟ ଦେଖିବାକୁ ମିଳିଥାଏ। ରାସ୍ତାରେ ନାନାଦି ସୁସ୍ବାଦୁ ବ୍ୟଞ୍ଜନର ବାସ୍ନାରେ ପେଟ ପୂରିଗଲା ଭଳି ଅନୁଭବ ହୁଏ। ସ୍ଥାନେ ସ୍ଥାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ ବି କରାଯାଇଥାଏ; ଯାହା ସ୍ଥାନୀୟ ଲୋକ ହୁଅନ୍ତୁ ବା ପର୍ଯ୍ୟଟକ ସମସ୍ତଙ୍କୁ ଖୁବ୍‌ ଆକର୍ଷିତ କରିଥାଏ।

ବାରାଣସୀ: ଉତ୍ତରପ୍ରଦେଶରେ ଥିବା ଏହି ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀଟି ଲୋକମୁଖରେ ବନାରସ ତଥା କାଶୀ ନାମରେ ବି ବେଶ୍‌ ପରିଚିତ। ଏହା ଦୁନିଆର ସବୁଠାରୁ ପ୍ରାଚୀନ ତଥା ନିରନ୍ତର ପ୍ରଗତି ପଥରେ ଅଗ୍ରସର ହେଉଥିବା ଏକ ସହର ଭାବେ ମଧ୍ୟ ଜଣାଶୁଣା। ହିନ୍ଦୁ ଧର୍ମର ସବୁଠାରୁ ପବିତ୍ରତମ ସହର ଭାବେ ବି ଏହା ଖ୍ୟାତ। ଏହି ସହରକୁ ନେଇ ହିନ୍ଦୁ ଧର୍ମରେ ଏକ ମାନ୍ୟତା ରହିଛି ଯେ, ଯଦି କୌଣସି ବ୍ୟକ୍ତିଙ୍କର ଏଠାରେ ମୃତ୍ୟୁ ହୋଇଯାଏ କିମ୍ବା ଏଠାରେ କାହାର ଯଦି ଅନ୍ତିମ ସଂସ୍କାର କରାଯାଏ; ତା’ହେଲେ ତାଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ। ତେବେ ଦୀପାବଳି ଅବସରରେ ଲକ୍ଷାଧିକ ଦ୍ୱୀପରେ ତଥା ରଙ୍ଗିନ ଆଲୋକମାଳାରେ ଏଠାକାର ପବିତ୍ର ଘାଟ ସଜ୍ଜାଯାଇଥିବାର ଦୃଶ୍ୟକୁ ଯିଏ ଦେଖିବେ ସିଏ କ୍ଷଣିକରେ ମନ୍ତ୍ରମୁଗ୍ଧ ହୋଇଯିବେ।

ଜୟପୁର: ‘ପିଙ୍କ୍‌ ସିଟି’ ଭାବେ ପରିଚିତ ରାଜସ୍ଥାନର ଏହି ସହରଟିରେ ବି ଦୀପାବଳିକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ଏହା ରାଜସ୍ଥାନର ରାଜଧାନୀ ଭାବେ ବି ପ୍ରସିଦ୍ଧ। ହିନ୍ଦୁ ବାସ୍ତୁକଳାର ଅନେକ ନିଚ୍ଛକ ଉଦାହରଣ ଏହି ସହରରେ ହିଁ ଦେଖିବାକୁ ମିଳେ। ଦୀପାବଳି ଅବସରରେ ଏହି ସହର ଏତେ ଆକର୍ଷଣୀୟ ଭାବେ ସଜେଇ ହୋଇଥାଏ ଯେ, ଯାହାକୁ ଆଖିରେ ନ ଦେଖିଲେ ବିଶ୍ୱାସ କରିବା ଅସମ୍ଭବ। ତା’ସହିତ ଆଗନ୍ତୁକଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ଛୋଟ ବଡ଼ ମେଳାର ବି ଆୟୋଜନ କରାଯାଇଥାଏ ଏହି ସମୟରେ। ସାଧାରଣରେ କହିବାକୁ ଗଲେ ଜୟପୁର ବୁଲିବାର ପ୍ରକୃତ ମଜା ସେତେବେଳେ ଆସେ, ଯେବେ ଦୀପାବଳି ଅବସରରେ ଛୁଟି କଟାଇବାର ସୁଯୋଗ ଏଠାରେ ମିଳେ।

କଲିକତା: ନିଜର ବିବିଧତା, ବିଶେଷତା, ସାହିତ୍ୟ, ସଂସ୍କୃତି ବ୍ୟତୀତ ପର୍ବପର୍ବାଣି କ୍ଷେତ୍ରରେ ବି କଲିକତା ସବୁବେଳେ ଖାସ୍‌ ରହିଆସିଛି। ଦଶହରା ହେଉ ଅବା ଦୀପାବଳି ପର୍ବକୁ ବେଶ୍‌ ଆନନ୍ଦ ଉତ୍ସାହର ସହ ପାଳିଥାନ୍ତି ଏଠାକାର ବାସିନ୍ଦା। ଦୀପ ଜାଳି, ରଙ୍ଗିନ ଆଲୋକମାଳାରେ ଘରଦ୍ୱାର ସଜାଇ, ବନ୍ଧୁବାନ୍ଧବଙ୍କ ସହ ମଜାମଜ୍‌ଲିସ୍‌ରେ ଏଠାକାର ଲୋକେ ଏତେ ମଜ୍ଜି ଯାଇଥାନ୍ତି ଯେ, ପାର୍ବଣର ଋତୁ ଏଠାରେ ଆହୁରି ରଙ୍ଗିନ ହୋଇ ଉଠେ। ସେହିପରି ଏଠାକୁ ବୁଲି ଆସୁଥିବା ଆଗନ୍ତୁକ ବି ଏଠାରେ ଦୀପାବଳିର ଭରପୂର ମଜା ନେବା ସହ ଏଠାରେ ଥିବା ଅନେକ ମାତା କାଳୀଙ୍କର ମନ୍ଦିର ବୁଲିବାର ଆନନ୍ଦ ଲଭିଥାନ୍ତି।
କେବଳ ଏହିସବୁ ସ୍ଥାନ ନୁହେଁ, ଅମୃତସର, ଶିବକାଶୀ, ଗୁଜରାଟ, ଗୋଆରେ ବି ଦୀପାବଳିକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ; ଯେଉଁଠାକୁ ପର୍ଯ୍ୟଟକ ଯାଇ ଛୁଟିର ଭରପୂର ଆନନ୍ଦ ଉଠାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ଆଶ୍ଚର୍ଯ୍ୟ ନୁହେଁ ସତ… ଝିଅ ନୁହେଁ ପୁଅଙ୍କୁ ହାଫ ପ୍ୟାଣ୍ଟ ପିନ୍ଧିବା-ସ୍ମାର୍ଟଫୋନ୍ ରଖିବା ନିଷେଧ

ପଶ୍ଚିମ ଉତ୍ତର ପ୍ରଦେଶର ଖାପ୍ ପଞ୍ଚାୟତ ସବୁବେଳେ ନିଜ ନିଷ୍ପତ୍ତି ପାଇଁ ଶିରୋନାମାରେ ରହିଥାଏ । ସମ୍ପ୍ରତି, ବାଗପତର ବାରୌତରେ ଏକ ଖାପ୍ ପଞ୍ଚାୟତ ବୈଠକରେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

୩-୩ ପ୍ରେମିକାଙ୍କ ଖର୍ଚ୍ଚ ଉଠାଉଛି… ଫିଜିଓଥେରାପିଷ୍ଟ ଚୋରଙ୍କ କଥା ଶୁଣି ଘୂରିଲା ପୋଲିସ ମୁଣ୍ଡ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଜବ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଏସିପି ସୁମିତ ଶୁକ୍ଳା ଏବଂ ଫିଜିଓଥେରାପିଷ୍ଟ ଚୋରଙ୍କ ମଧ୍ୟରେ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri