ଟ୍ରାଭେଲ କମ୍ପାନୀ କକ୍ସ ଆଣ୍ଡ କିଙ୍ଗ୍‌ସ ଦେବାଳିଆ

ଭୁବନେଶ୍ୱର,୨୯ା୧୧: ଦେଶର ଅଗ୍ରଣୀ ଟ୍ରାଭେଲ ଆଣ୍ଡ ଟୁର୍ସ କମ୍ପାନୀ କକ୍ସ ଆଣ୍ଡ କିଙ୍ଗ୍‌ସର ପ୍ରମୋଟର ପିଟର କେରକରଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏକାଧିକ ବ୍ୟାଙ୍କରୁ ୫,୫୦୦ କୋଟି ଟଙ୍କାର ଋଣ ଘୋଟାଲା ଓ ମନି ଲଣ୍ଡରିଂ ମାମଲାରେ ପିଟରଙ୍କୁ ଇଡି ଗିରଫ କରିଥିବା ସୂଚନା ମିଳିଛି। ଏହି ଋଣ ଘୋଟାଲାରେ ସବୁଠୁ ଅଧିକ ୨୨୬୭ କୋଟି ଟଙ୍କା ୟେସ୍‌ ବ୍ୟାଙ୍କରେ ବାକି ପଡିଥିତ୍ବା ଜଣାପଡ଼ିଛି। ଏହି ଟ୍ରାଭେଲ୍‌ କମ୍ପାନୀ ବର୍ତ୍ତମାନ ସମୟରେ ଦେବାଳିଆ ହୋଇଯାଇଛି। ଅକ୍ଟୋବର ୨୦୧୯ରେ କମ୍ପାନୀକୁ ବ୍ୟାଙ୍କ୍ରପ୍ସୀ କୋର୍ଟକୁ ପଠାଯାଇଥିଲା। ଏହି କମ୍ପାନୀର ପ୍ରତିଷ୍ଠାତା କେରକର ଓ ତାଙ୍କ ପରିବାରବର୍ଗଙ୍କୁ ଚଳିତ ମାସ ସିବିଆଇ କକ୍ସ ଆଣ୍ଡ କିଙ୍ଗ୍‌ସର ସହଯୋଗୀ କମ୍ପାନୀ ଇଜିଗୋ ଆଣ୍ଡ ଟୁର୍ସ ଲିମିଟେଡ୍‌ ବିରୋଧରେ ମଧ୍ୟ ମାମଲା ରୁଜୁ କରିଥିଲା। ୟେସ୍‌ ବ୍ୟାଙ୍କରେ ୯୦୦ କୋଟିରୁ ଅଧିକ ଋଣ ଘୋଟାଲାକୁ ନେଇ ମାମଲା ରୁଜୁ କରିଥିଲା ସିବିଆଇ। ଘଟଣାର ବ୍ୟାପକ ଯାଞ୍ଚ ବେଳେ ଇଡି ଜାଣିବାକୁ ପାଇଥିଲା ଯେ କକ୍ସ ଆଣ୍ଡ କିଙ୍ଗ୍‌ସ ଜାଲ୍‌ ଗ୍ରାହକଙ୍କ ନାଁ ବ୍ୟବହାର କରି ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଋଣ ନେଇଥିଲା। କମ୍ପାନୀ ପରବର୍ତ୍ତୀ ସମୟରେ ଏହି ଟଙ୍କା ପରିଶୋଧ କରିପାରି ନ ଥିଲା। ମାର୍ଚ୍ଚ ୮ରେ ଇଡି ୟେସ୍‌ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ତଥା ପ୍ରବନ୍ଧ ନିର୍ଦ୍ଦେଶକ ରାଣା କପୁରଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ସବିଆଇ ମଧ୍ୟ କମ୍ପାନୀର ବରିଷ୍ଠ ଅଧିକାରୀ ଅଜିତ ପିଟର କେରକର, ଉର୍ଶିଲା କେରକର, ନିଲୁ ସିଂହ, ଅରୂପ ସେନ, ମନୀଷ ଅମରା ପୁରକର, ପ୍ରେସି ପଟେଲ ଓ କାର୍ତ୍ତିକ ଭେଙ୍କଟରମଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ/ତେହରାନ୍‌,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ ମାର୍ଚ୍ଚ, ୨୦୨୬ ସା ୬ଟା ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ହର୍ମୁଜକୁ ନେଇ ବଡ଼ ଯୋଜନାରେ ଅଛି ଇରାନ? ସଂସଦରେ ଉପସ୍ଥାପନ ହେବ ବିଲ୍‌! ଜାଣନ୍ତୁ ଭାରତ ଉପରେ କ’ଣ ପଡିବ ପ୍ରଭାବ

ତେହରାନ୍‌,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦ ମଧ୍ୟରେ, ଇରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। ଇରାନ ସଂସଦ ଏବେ ଏକ ବିଲ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ସୋନିଆଙ୍କ ସ୍ବାସ୍ଥ୍ୟକୁ ନେଇ ଆସିଲା ବଡ଼ ଅପଡେଟ, ଆଣ୍ଟିବାୟୋଟିକରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ,୨୬।୩: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୋନିଆ ଗାନ୍ଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri