ବିପଦସଙ୍କୁଳ ଅବସ୍ଥାରେ ଯାତ୍ରୀ ପରିବହନ

ମାଲକାନଗିରି,୧୯।୪(ଡି.ଏନ.ଏ.): ମାଲକାନଗିରି ଜିଲାର ଆଦିମ ଜନଜାତି ବଣ୍ଡା ସଂପ୍ରଦାୟର ଲୋକେ ରହୁଥିବା ବଣ୍ଡା ଘାଟିର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର। ବିକାଶ ମଧ୍ୟ ହୋଇଛି, ମାତ୍ର ସ୍ଥାନୀୟ ପ୍ରଶାସନ ପକ୍ଷରୁ ସେମାନଙ୍କ ଯାତାୟାତ ଲାଗି ଉଚିତ୍‌ ବ୍ୟବସ୍ଥା କରାଯାଇ ନ ଥିବାରୁ ଏଠାକାର ଲୋକେ ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି। ବଣ୍ଡା ଘାଟିରେ ପୂର୍ତ୍ତ ବିଭାଗ ପକ୍ଷରୁ ଭଲ ରାସ୍ତା ନିର୍ମାଣ କରାଯାଇଥିଲେ ସୁଦ୍ଧା ଲୋକଙ୍କ ଯାତାୟାତ ପାଇଁ ବସ୍‌ ନ ଥିବାରୁ ଲୋକେ କମାଣ୍ଡର, ଜିପ ଭଳି ଗାଡିମୋଟରରେ ଯାତ୍ରା କରୁଛନ୍ତି। ଏହି ଗାଡିଗୁଡିକର ଚାଳକମାନେ ଅଧିକ ଅର୍ଥ ଲୋଭରେ ବିପଦସଙ୍କୁଳ ଭାବେ କ୍ଷମତାରୁ ଅଧିକ ଯାତ୍ରୀଙ୍କୁ ଗାଡିରେ ବସାଇ ନେବା ଆଣିବା କରୁଛନ୍ତି। ଏପରି ଯାତ୍ରା ସମୟରେ ଅନେକ ଥର ଦୁର୍ଘଟଣା ଘଟି ଲୋକଙ୍କ ଧନଜୀବନ ହାନି ହେଉଥିଲେ ମଧ୍ୟ ଏହାକୁ ସୁଧାରିବା ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ । ଅନ୍ୟପକ୍ଷରେ କୌଣସି ବିକଳ୍ପ ନ ଥିବାରୁ ଲୋକେ ବାଧ୍ୟ ହୋଇ ନିଜ ଜୀବନକୁ ବାଜି ଲଗାଇ ଯିବା ଆସିବା କରୁଛନ୍ତି। ବଣ୍ଡା ଘାଟିରେ ଦୁଇଟି ପଞ୍ଚାୟତର ୩୨ଟି ଗ୍ରାମରେ ପ୍ରାୟ ୧୫ହଜାରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ସେମାନେ ପ୍ରତ୍ୟେହ ହାଟ, ବଜାର, ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ସ୍କୁଲ କଲେଜ, ସ୍ବାସ୍ଥ୍ୟ କେନ୍ଦ୍ର, ବ୍ୟାଙ୍କ ଯାତାୟାତ ପାଇଁ କମାଣ୍ଡର, ଟ୍ରାକ୍ଟର, ଜିପ ଉପରେ ନିର୍ଭର କରନ୍ତି। ଏଥିରେ ବିପଦସଙ୍କୁଳ ଭାବେ ଖଇରପୁଟ ଆସନ୍ତି । ଖଇରପୁଟରୁ ମୁଦୁଲିପଡା ୧୪ କିଲୋମିଟର ଦୂର ହୋଇଥିବା ବେଳେ ସେମାନଙ୍କୁ ଭଡା ବାବଦରେ ୫୦ରୁ ୧୦୦ ଟଙ୍କା ଯାଏ ଦେବାକୁ ପଡେ। ଗତ ୧୦ବର୍ଷ ତଳେ ଏକ ବସ୍‌ ବଣ୍ଡା ଘାଟିକୁ ଯାଉଥିଲା। ସେତେବେଳ ଅତି ସହଜରେ ଦୁଇଟି ପଞ୍ଚାୟତର ଲୋକେ ବସ୍‌ ସେବା ପାଉଥିଲେ। ମାତ୍ର କିଛିମାସ ଏହି ବସ ଚାଲିବା ପରେ ତାହା ବନ୍ଦ ହୋଇଗଲା। ସେବେଠାରୁ ବଣ୍ଡାଘାଟିକୁ ଆଉ ବସ୍‌ ଚାଲୁନାହିଁ। ଏହାର ସୁଯୋଗ ନେଇ ଘରୋଇ ଜିପ୍‌, ଟ୍ରାକ୍ଟର ଓ କମାଣ୍ଡରଗୁଡିକ ଲୋକଙ୍କୁ ଷୋଶଣ କରୁଥିବା ଅଭିଯୋଗ ହେଉଛି। ଏଥିପ୍ରତି ଜିଲା ପରିବହନ ବିଭାଗ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri