ବିପଦସଙ୍କୁଳ ଅବସ୍ଥାରେ ଯାତ୍ରୀ ପରିବହନ

ମାଲକାନଗିରି,୧୯।୪(ଡି.ଏନ.ଏ.): ମାଲକାନଗିରି ଜିଲାର ଆଦିମ ଜନଜାତି ବଣ୍ଡା ସଂପ୍ରଦାୟର ଲୋକେ ରହୁଥିବା ବଣ୍ଡା ଘାଟିର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର। ବିକାଶ ମଧ୍ୟ ହୋଇଛି, ମାତ୍ର ସ୍ଥାନୀୟ ପ୍ରଶାସନ ପକ୍ଷରୁ ସେମାନଙ୍କ ଯାତାୟାତ ଲାଗି ଉଚିତ୍‌ ବ୍ୟବସ୍ଥା କରାଯାଇ ନ ଥିବାରୁ ଏଠାକାର ଲୋକେ ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି। ବଣ୍ଡା ଘାଟିରେ ପୂର୍ତ୍ତ ବିଭାଗ ପକ୍ଷରୁ ଭଲ ରାସ୍ତା ନିର୍ମାଣ କରାଯାଇଥିଲେ ସୁଦ୍ଧା ଲୋକଙ୍କ ଯାତାୟାତ ପାଇଁ ବସ୍‌ ନ ଥିବାରୁ ଲୋକେ କମାଣ୍ଡର, ଜିପ ଭଳି ଗାଡିମୋଟରରେ ଯାତ୍ରା କରୁଛନ୍ତି। ଏହି ଗାଡିଗୁଡିକର ଚାଳକମାନେ ଅଧିକ ଅର୍ଥ ଲୋଭରେ ବିପଦସଙ୍କୁଳ ଭାବେ କ୍ଷମତାରୁ ଅଧିକ ଯାତ୍ରୀଙ୍କୁ ଗାଡିରେ ବସାଇ ନେବା ଆଣିବା କରୁଛନ୍ତି। ଏପରି ଯାତ୍ରା ସମୟରେ ଅନେକ ଥର ଦୁର୍ଘଟଣା ଘଟି ଲୋକଙ୍କ ଧନଜୀବନ ହାନି ହେଉଥିଲେ ମଧ୍ୟ ଏହାକୁ ସୁଧାରିବା ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ । ଅନ୍ୟପକ୍ଷରେ କୌଣସି ବିକଳ୍ପ ନ ଥିବାରୁ ଲୋକେ ବାଧ୍ୟ ହୋଇ ନିଜ ଜୀବନକୁ ବାଜି ଲଗାଇ ଯିବା ଆସିବା କରୁଛନ୍ତି। ବଣ୍ଡା ଘାଟିରେ ଦୁଇଟି ପଞ୍ଚାୟତର ୩୨ଟି ଗ୍ରାମରେ ପ୍ରାୟ ୧୫ହଜାରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ସେମାନେ ପ୍ରତ୍ୟେହ ହାଟ, ବଜାର, ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ସ୍କୁଲ କଲେଜ, ସ୍ବାସ୍ଥ୍ୟ କେନ୍ଦ୍ର, ବ୍ୟାଙ୍କ ଯାତାୟାତ ପାଇଁ କମାଣ୍ଡର, ଟ୍ରାକ୍ଟର, ଜିପ ଉପରେ ନିର୍ଭର କରନ୍ତି। ଏଥିରେ ବିପଦସଙ୍କୁଳ ଭାବେ ଖଇରପୁଟ ଆସନ୍ତି । ଖଇରପୁଟରୁ ମୁଦୁଲିପଡା ୧୪ କିଲୋମିଟର ଦୂର ହୋଇଥିବା ବେଳେ ସେମାନଙ୍କୁ ଭଡା ବାବଦରେ ୫୦ରୁ ୧୦୦ ଟଙ୍କା ଯାଏ ଦେବାକୁ ପଡେ। ଗତ ୧୦ବର୍ଷ ତଳେ ଏକ ବସ୍‌ ବଣ୍ଡା ଘାଟିକୁ ଯାଉଥିଲା। ସେତେବେଳ ଅତି ସହଜରେ ଦୁଇଟି ପଞ୍ଚାୟତର ଲୋକେ ବସ୍‌ ସେବା ପାଉଥିଲେ। ମାତ୍ର କିଛିମାସ ଏହି ବସ ଚାଲିବା ପରେ ତାହା ବନ୍ଦ ହୋଇଗଲା। ସେବେଠାରୁ ବଣ୍ଡାଘାଟିକୁ ଆଉ ବସ୍‌ ଚାଲୁନାହିଁ। ଏହାର ସୁଯୋଗ ନେଇ ଘରୋଇ ଜିପ୍‌, ଟ୍ରାକ୍ଟର ଓ କମାଣ୍ଡରଗୁଡିକ ଲୋକଙ୍କୁ ଷୋଶଣ କରୁଥିବା ଅଭିଯୋଗ ହେଉଛି। ଏଥିପ୍ରତି ଜିଲା ପରିବହନ ବିଭାଗ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପେଟ୍ରୋଲ ରଖୁଛନ୍ତି କି? ହୋଇପାରେ ଜେଲ, ଜାଣନ୍ତୁ କଡ଼ା ନିୟମ…

ନୂଆଦିଲ୍‌ଲୀ,୨୯।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଦେଶର କିଛି ସ୍ଥାନରେ ପେଟ୍ରୋଲ ଉପଲବ୍ଧତାକୁ ନେଇ ଚିନ୍ତାର ବାତାବରଣ ପରିଲକ୍ଷିତ ହେଉଛି। ଅନେକ ସ୍ଥାନରେ, ଲୋକମାନେ ଲମ୍ୱା…

ମିଳୁନି ଗ୍ୟାସ: ଚୁଲି ମୁହାଁ ଲୋକେ 

ଭଞ୍ଜନଗର,୨୯।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ରୋଷେଇ ଘର ଉପରେ ମଧ୍ୟ ପଡିଛି। ଗଞ୍ଜାମ  ଜିଲା ଭଞ୍ଜନଗର ଅଞ୍ଚଳରେ ରନ୍ଧନ…

ଇରାନକୁ ଧ୍ୱଂସ କରିବାକୁ ଆମେରିକାର ‘ମାଷ୍ଟର ପ୍ଲାନ’, ସପ୍ତାହେ ହେବ ଚାଲିଛି ଯୋଜନା, ଜାଣନ୍ତୁ କ’ଣ କରିବେ ଟ୍ରମ୍ପ

ଓ୍ବାଶିଂଟନ,୨୯।୩: ଇରାନ ସହିତ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, ଆମେରିକା ଏବେ ସ୍ଥଳ ସାମରିକ ଅଭିଯାନ ପାଇଁ ପ୍ରସ୍ତୁତ ହେଉଛି। ଦି ୱାଶିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ,…

ମାଛ ପାଇଁ ଖୋଳିଥିବା ଗାତରେ ପଡ଼ିଲେ ନିଜେ, ମାଛ ମାରିବା ପୂର୍ବରୁ  ନିଜେ ହେଲେ ଗୁରୁତର 

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଜଣେ ଯୁବକ ମାଛ ମାରିବାକୁ ବିସ୍ପୋରକ ବ୍ୟବହାର କରୁଥିବା ବେଳେ ମାଛ ମାରିବା ପୁର୍ବରୁ…

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

ହର୍ମୁଜକୁ ନେଇ ଇରାନ ସହ ପାକିସ୍ତାନ କଲା ବଡ଼ ଡିଲ୍‌, ତାଟକା ହେଲା ସାରା ବିଶ୍ୱ!

ଇସଲାମାବାଦ,୨୯।୩: ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଇରାନର ସଂଘର୍ଷ ବନ୍ଦ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ପାକିସ୍ତାନ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି।…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri