ବିପଦସଙ୍କୁଳ ଅବସ୍ଥାରେ ନିର୍ମାଣ ସାମଗ୍ରୀ ପରିବହନ

ନନ୍ଦପୁର, ୨୭।୫ (ଡି.ଏନ୍‌.ଏ.): ବିପଦସଙ୍କୁଳ ଅବସ୍ଥାରେ ନିର୍ମାଣ ସାମଗ୍ରୀ ଯଥା ବାଲି, ଚିପ୍ସ, ପଥର ଆଦି ଖୋଲାମେଲାରେ ପରିବହନ କରାଯାଉଛି। ଏଥିସହ ପ୍ରାୟ ୨୦ରୁ ୩୦ଜଣ ଶ୍ରମିକ ମଧ୍ୟ ଏଥିରେ ଯାଉଛନ୍ତି। ଏଭଳି ଟ୍ରକ୍‌, ଟ୍ରାକ୍ଟର ପ୍ରତି ପୋଲିସ ଓ ପରିବହନ ବିଭାଗର ନଜର ପଡୁନାହିଁ। ଏଭଳି ପରିବହନ ପ୍ରତି ବିଭାଗୀୟ କଟକଣା ଥିଲେ ମଧ୍ୟ ଅଣଦେଖା କରାଯାଉଛି। ଦୁଇ ବିଭାଗ ପକ୍ଷରୁ ଏଭଳି ପରିବହନକୁ ନ ରୋକାଯିବାରୁ ତାହା ବଡ଼ ବଡ଼ ଦୁର୍ଘଟଣାକୁ ଏକରକମ ନିମନ୍ତ୍ରଣ ତଥା ସମର୍ଥନ କରାଯାଉଛି ବୋଲି ବୁଦ୍ଧିଜୀବୀ କହିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ନନ୍ଦପୁର ବ୍ଲକରେ ଏହାର ଉଦାହରଣ ସବୁ ଦେଖିବାକୁ ମିଳୁଛି।
ସକାଳୁ ଜୟପୁରରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର ଏକ ଚିପ୍ସ (ଗୋଡ଼ି) ବୋଝେଇ ଟ୍ରକ୍‌ ପାଡୁଆ ପଟୁ ଚାଟୁଆ ଯାଉଥିଲା। ଏହି ସମୟରେ ପଛପଟୁ ଗୋଡ଼ି ବିଛାଡ଼ି ହୋଇ ପଡ଼ୁଥିଲା। କିନ୍ତୁ ଚାଳକ ଟ୍ରକ୍‌ରେ ଜୋରରେ ବାଜୁଥିବା ଗୀତ ଭୋଳରେ ମଗ୍ନଥିବା ପଥଚାରୀ କହିଛନ୍ତି। ପ୍ରାୟ ୫କି.ମି. ଦୂର ରାସ୍ତାରେ ଗୋଡ଼ି ବିଛାଡ଼ିହୋଇ ପଡ଼ିଛି। ଦୁଇ ତିନି ଜାଗାରେ ରାସ୍ତାର ସମ୍ପୂର୍ଣ୍ଣ ଭାଗରେ ପ୍ରାୟ ୫ଇଞ୍ଚ ବହଳର ଗୋଡ଼ି ପଡିଛି, ଯାହା ଦୁର୍ଘଟଣାର କାରଣ ସାଜି ଧନ ଜୀବନ କ୍ଷତି ଘଟାଇପାରେ ବୋଲି ପଥଚାରୀ ଆଶଙ୍କା କରିଛନ୍ତି। ଏହି ରାସ୍ତାରେ ଥିବା ବାଲି ସଇରାତଗୁଡ଼ିକରୁ ମଧ୍ୟ ସମାନ ଢଙ୍ଗରେ ବାଲି ପରିବହନ କରାଯାଉଥିବା ଅଭିଯୋଗ ହୋଇଛି। ବାଲି ବୋଝେଇ ଗାଡ଼ି ଉପରେ କୌଣସି ଆବରଣ କରାଯାଉ ନାହିଁ। ଉକ୍ତ ବାଲି ଉପରେ ୨୦ ରୁ ୩୦ ଜଣ ଶ୍ରମିକଙ୍କୁ ବସାଇ ନିଆଯାଉଛି। ଏଭଳି ବିପଦସଙ୍କୁଳ ପରିବହନ ପ୍ରତି ପୋଲିସ, ପରିବହନ ଓ ରାଜସ୍ବ ବିଭାଗ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ ନ ଥିବା କହି ତୁରନ୍ତ ଏଥିପ୍ରତି ଦୃଷ୍ଟିଦେବାକୁ ଅନୁରୋଧ କରିଛନ୍ତି। ପାଡୁଆ ଥାନାଧିକାରୀ ସବ୍ୟସାଚୀ ଶତପଥୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଗୋଡ଼ି ଖସିବା ଘଟଣାକୁ ନିନ୍ଦା କରିବା ସହ ଆଗକୁ ଏଭଳି ପରିବହନ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri