ବିପଦସଙ୍କୁଳ ଅବସ୍ଥାରେ ନିର୍ମାଣ ସାମଗ୍ରୀ ପରିବହନ

ନନ୍ଦପୁର, ୨୭।୫ (ଡି.ଏନ୍‌.ଏ.): ବିପଦସଙ୍କୁଳ ଅବସ୍ଥାରେ ନିର୍ମାଣ ସାମଗ୍ରୀ ଯଥା ବାଲି, ଚିପ୍ସ, ପଥର ଆଦି ଖୋଲାମେଲାରେ ପରିବହନ କରାଯାଉଛି। ଏଥିସହ ପ୍ରାୟ ୨୦ରୁ ୩୦ଜଣ ଶ୍ରମିକ ମଧ୍ୟ ଏଥିରେ ଯାଉଛନ୍ତି। ଏଭଳି ଟ୍ରକ୍‌, ଟ୍ରାକ୍ଟର ପ୍ରତି ପୋଲିସ ଓ ପରିବହନ ବିଭାଗର ନଜର ପଡୁନାହିଁ। ଏଭଳି ପରିବହନ ପ୍ରତି ବିଭାଗୀୟ କଟକଣା ଥିଲେ ମଧ୍ୟ ଅଣଦେଖା କରାଯାଉଛି। ଦୁଇ ବିଭାଗ ପକ୍ଷରୁ ଏଭଳି ପରିବହନକୁ ନ ରୋକାଯିବାରୁ ତାହା ବଡ଼ ବଡ଼ ଦୁର୍ଘଟଣାକୁ ଏକରକମ ନିମନ୍ତ୍ରଣ ତଥା ସମର୍ଥନ କରାଯାଉଛି ବୋଲି ବୁଦ୍ଧିଜୀବୀ କହିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ନନ୍ଦପୁର ବ୍ଲକରେ ଏହାର ଉଦାହରଣ ସବୁ ଦେଖିବାକୁ ମିଳୁଛି।
ସକାଳୁ ଜୟପୁରରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର ଏକ ଚିପ୍ସ (ଗୋଡ଼ି) ବୋଝେଇ ଟ୍ରକ୍‌ ପାଡୁଆ ପଟୁ ଚାଟୁଆ ଯାଉଥିଲା। ଏହି ସମୟରେ ପଛପଟୁ ଗୋଡ଼ି ବିଛାଡ଼ି ହୋଇ ପଡ଼ୁଥିଲା। କିନ୍ତୁ ଚାଳକ ଟ୍ରକ୍‌ରେ ଜୋରରେ ବାଜୁଥିବା ଗୀତ ଭୋଳରେ ମଗ୍ନଥିବା ପଥଚାରୀ କହିଛନ୍ତି। ପ୍ରାୟ ୫କି.ମି. ଦୂର ରାସ୍ତାରେ ଗୋଡ଼ି ବିଛାଡ଼ିହୋଇ ପଡ଼ିଛି। ଦୁଇ ତିନି ଜାଗାରେ ରାସ୍ତାର ସମ୍ପୂର୍ଣ୍ଣ ଭାଗରେ ପ୍ରାୟ ୫ଇଞ୍ଚ ବହଳର ଗୋଡ଼ି ପଡିଛି, ଯାହା ଦୁର୍ଘଟଣାର କାରଣ ସାଜି ଧନ ଜୀବନ କ୍ଷତି ଘଟାଇପାରେ ବୋଲି ପଥଚାରୀ ଆଶଙ୍କା କରିଛନ୍ତି। ଏହି ରାସ୍ତାରେ ଥିବା ବାଲି ସଇରାତଗୁଡ଼ିକରୁ ମଧ୍ୟ ସମାନ ଢଙ୍ଗରେ ବାଲି ପରିବହନ କରାଯାଉଥିବା ଅଭିଯୋଗ ହୋଇଛି। ବାଲି ବୋଝେଇ ଗାଡ଼ି ଉପରେ କୌଣସି ଆବରଣ କରାଯାଉ ନାହିଁ। ଉକ୍ତ ବାଲି ଉପରେ ୨୦ ରୁ ୩୦ ଜଣ ଶ୍ରମିକଙ୍କୁ ବସାଇ ନିଆଯାଉଛି। ଏଭଳି ବିପଦସଙ୍କୁଳ ପରିବହନ ପ୍ରତି ପୋଲିସ, ପରିବହନ ଓ ରାଜସ୍ବ ବିଭାଗ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ ନ ଥିବା କହି ତୁରନ୍ତ ଏଥିପ୍ରତି ଦୃଷ୍ଟିଦେବାକୁ ଅନୁରୋଧ କରିଛନ୍ତି। ପାଡୁଆ ଥାନାଧିକାରୀ ସବ୍ୟସାଚୀ ଶତପଥୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଗୋଡ଼ି ଖସିବା ଘଟଣାକୁ ନିନ୍ଦା କରିବା ସହ ଆଗକୁ ଏଭଳି ପରିବହନ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri