ବିନା ଘୋଡ଼ଣିରେ ବିଷାକ୍ତ ପାଉଁଶ ପରିବହନ

ଯାଜପୁରରୋଡ଼,୩୧।୧(ପବିତ୍ର ରଞ୍ଜନ ମହାନ୍ତି): କଳିଙ୍ଗନଗର ଶିଳ୍ପାଞ୍ଚଳର ବିଭିନ୍ନ କାରଖାନାରେ କୋଇଲାକୁ ଜାଳେଣି ଭାବେ ବ୍ୟବହାର କରାଯାଇଥାଏ। ପରେ ସେଥିରୁ ବହୁ ପରିମାଣରେ ପାଉଁଶ ବାହାରିଥାଏ।। ସେହି ପାଉଁଶ କାରଖାନାର କୌଣସି କାମରେ ବ୍ୟବହୃତ ହୋଇ ନ ଥାଏ। ସେହି ବିଷାକ୍ତ ପାଉଁଶ ବାୟୁ ପ୍ରଦୂଷଣ ସୃଷ୍ଟି କରିବା ସହ ପ୍ରାଣୀମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ। ଏହାକୁ ଆଖି ଆଗରେ ରଖି ପରିବେଶ ଅନୁକୂଳ ପାଇଁ ସରକାରୀସ୍ତରରେ ଏହାର କେତେକ ବିକଳ୍ପ ବ୍ୟବସ୍ଥା କରାଯାଇଛି। ସେହି ପାଉଁଶ ନିର୍ମାଣ କାର୍ଯ୍ୟରେ ବ୍ୟବହାର ହେଉଥିବା ଇଟା (ଆଶ୍‌ ବ୍ରିକ୍‌) ତିଆରି ହେଉଛି। ରାସ୍ତା କାମରେ ବି ସେହି ପାଉଁଶ ବ୍ୟବହାର କରାଯିବାକୁ ଅନୁମତି ରହିଛି। ଏଥିପାଇଁ ପ୍ରତିଦିନ ଶତାଧିକ ପାଉଁଶ ବୋଝେଇ ଟ୍ରକ ବିଭିନ୍ନ ସ୍ଥାନକୁ ଚାଲିଛି। ହେଲେ ଉକ୍ତ ପାଉଁଶ ନେଉଥିବା ଟ୍ରକ୍‌ ଚାଳକମାନେ ଅତି ଖାମଖିଆଲି ଭାବେ ପରିବହନ କରୁଛନ୍ତି ବୋଲି ଅଭିଯୋଗ ହୋଇଛି।
ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ନିୟମ ଅନୁଯାୟୀ ରାସ୍ତାରେ ପରିବହନ ସମୟରେ ଉକ୍ତ ପାଉଁଶ ଉପରେ ପାଣି ପକାଇବା ସହ ପାଲ ଘୋଡାଇ ନେବାକୁ କଡ଼ା ନିୟମ ରହିଛି। ଯେପରି ଏହି ବିଷାକ୍ତ ପାଉଁଶ ଉଡ଼ି ଅନ୍ୟମାନଙ୍କ ପାଇଁ ବିପଦ ସୃଷ୍ଟି ନ କରୁ କିମ୍ବା ପରିବେଶର କୌଣସି କ୍ଷତି ନ ହେଉ। ହେଲେ ଏହି ନିୟମକୁ ଫୁ କରିଛନ୍ତି କାରଖାନା କର୍ତ୍ତୃପକ୍ଷ। କଳିଙ୍ଗନଗର ବିଭିନ୍ନ କାରଖାନାରୁ ବିଭିନ୍ନ ସ୍ଥାନକୁ ଦୈନିକ ଶତାଧିକ ଟ୍ରିପ ପାଉଁଶ ଜନଗହଳି ପୂର୍ଣ୍ଣ ରାସ୍ତାରେ ଖୁଲମଖୁଲା ପରିବହନ ହେଉଛି। ଏହି ବିଷାକ୍ତ ପାଉଁଶ ପରିବହନ ସମୟରେ ଉକ୍ତ ପାଉଁଶ ଉପରେ ପାଣି ସିଞ୍ଚନ କରାଯାଉନାହିଁ କିମ୍ବା ତା’ଉପରେ ପାଲ ଘୋଡ଼ା ଯାଉନାହିଁ। ନିର୍ଭୟରେ ଟ୍ରକ ଚାଳକମାନେ ଉକ୍ତ ପାଉଁଶ ପରିବହନ କରୁଥିବା ଦେଖିବାକୁ ମିଳୁଛି। ଏପରି କି କ୍ଷମତାଠାରୁ ଅଧିକ (ଓଭର ଲୋଡ଼) ପାଉଁଶ ପରିବହନ କରାଯାଉଛି। କେତେକ ଖୋଲା ସ୍ଥାନରେ ଏହାକୁ ଜମାରଖି ଅନ୍ୟ କାର୍ଯ୍ୟରେ ବ୍ୟବହାର କରାଯାଉଛି। ଏହାଦ୍ୱାରା ସହରରେ ଉକ୍ତ ବିଷାକ୍ତ ପାଉଁଶ ଉଡିବା ଦ୍ୱାରା ରାସ୍ତାରେ ଯାଉଥିବା ଲୋକମାନଙ୍କ ଆଖି ଓ ନାକରେ ପଡୁଥିବା ଅଭିଯୋଗ ହୋଇଛି। ଏହି କାରଣରୁ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଛି। ଅନ୍ୟପଟେ ରାସ୍ତା କଡରେ ଥିବା ହୋଟେଲ ଓ ଖାଦ୍ୟ ପଦାର୍ଥରେ ପାଉଁଶ ପଡୁଥିବା ଦେଖିବାକୁ ମିଳୁଛି।ଏହା ଦ୍ୱାରା ଆଖି ନାକ ପୋଡିବା ସହ ଖାଦ୍ୟ ପଦାର୍ଥ ବିଷାକ୍ତ ହୋଇ ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଛି। ଏହାକୁ ନେଇ ସହରର ବୁଦ୍ଧିଜୀବୀମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ କାରଖାନା କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି। ଏଭଳି ବେଆଇନ ପରିବହନ ଓ ବ୍ୟବହାର ଉପରେ ସ୍ଥାନୀୟ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଓ ପରିବହନ ବିଭାଗ ଚୁପ ରହିବା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ୫୦ବର୍ଷର ରେକର୍ଡ ଭାଙ୍ଗିଲା ସୁନା, ଏତେ ଖସିଲା ଯେ ବିଶେଷଜ୍ଞ ହୋଇଗଲେ ତାଜୁବ!

ନୂଆଦିଲ୍ଲୀ,୨୪।୩: ବିଶ୍ୱ ବଜାରରେ ଚାଲିଥିବା ଅସ୍ଥିରତା ମଧ୍ୟରେ, ସୁନା ମୂଲ୍ୟ ନିବେଶକମାନଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଗତ 25 ଦିନ ମଧ୍ୟରେ ସୁନା ମୂଲ୍ୟରେ ହ୍ରାସ…

ମିଳିଲା ଢାବା ମାଲିକଙ୍କ ଗାଡ଼ି: ବଡଦେବତାରୁ ଚୋରି ହୋଇଥିବା ଗାଡ଼ି ପଟଙ୍ଗି ଜଙ୍ଗଲରୁ …

ନନ୍ଦପୁର/ପାଡୁଆ,୨୪।୩:(ତୁଷାର କାନ୍ତ ମହାନ୍ତ/ଶଙ୍କର ପୂଜାରୀ): କୋରାପୁଟ ଜିଲା ପାଡୁଆ ପୋଲିସର ବଡ଼ ସଫଳତା। ଗତ ରବିବାର ରାତିରେ ବଡଦେବତା ମନ୍ଦିର ଛକ ଢାବା ମାଲିକଙ୍କ ଚୋରି ହୋଇଥିବା…

ଗଞ୍ଜେଇ ଚୋରାଚାଲାଣ କରୁଥିବାବେଳେ ପୋଲିସ ହାବୁଡରେ ପଡିଗଲେ, ବ୍ୟାଗ ଯାଞ୍ଚ ବେଳେ ମିଳିଲା…

ବଲାଙ୍ଗୀର,୨୪।୩ (ସୁନିଲ କୁମାର ମହାନ୍ତି): ଟ୍ରେନ ଯୋଗେ ଗଞ୍ଜେଇ ଚୋରାଚାଲାଣ କରୁଥିବାବେଳେ ପୋଲିସ ହାବୁଡ଼ରେ ପଡ଼ିଛନ୍ତି ୟୁପି ଓ ବିହାରର ୨ ମହିଳା ଓ ପୁରୁଷ ।…

ବିଜେଡିରେ ବିଦ୍ରୋହ: ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର!

ଭୁବନେଶ୍ୱର,୨୪।୩: ବିଜେଡିରେ ବିଦ୍ରୋହ। ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର। ଚୌଦ୍ୱାର-କଟକର ସମସ୍ତ କର୍ପୋରେଟର ଏକାଠି ହୋଇଥିବା ଜଣାପଡିଛି। ପ୍ରଭାତ ଓ ସୌଭିକଙ୍କ କୁଶପୁତ୍ତଳିକା ଦାହକୁ କର୍ପୋରେଟର ବିରୋଧ…

ଯୁଦ୍ଧ ଭିତରେ ଚାଷୀଙ୍କ ପାଇଁ ବଡ଼ ପଦକ୍ଷେପ ନେଲେ ମୋଦି ସରକାର, ଅଂଶୀଦାର ହେବେ ଚାଇନା, ରୁଷିଆ…

ନୂଆଦିଲ୍ଲୀ,୨୪।୩: ଆମେରିକା ଏବଂ ଇସ୍ରାଏଲ ସହିତ ଇରାନର ଚାଲିଥିବା ଯୁଦ୍ଧ ବିଶ୍ୱର ଅନେକ ଦେଶ ସହିତ ଭାରତକୁ ଏକ କଷ୍ଟକର ପରିସ୍ଥିତିରେ ପକାଇଛି। ପଶ୍ଚିମ ଏସିଆରେ ଦେଖାଦେଇଥିବା…

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ହତ୍ୟା….

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗରେ ପଢୁଥିବା ଜଣେ ୧୭…

ରେଳ ଟିକେଟ୍ ରିଫଣ୍ଡ ନିୟମରେ ବଡ଼ ପରିବର୍ତ୍ତନ, 8 ଘଣ୍ଟାରୁ କମ୍ ସମୟ ପୂର୍ବରୁ ବାତିଲ୍ କଲେ…..

ନୂଆଦିଲ୍ଲୀ,୨୪।୩: ଟିକେଟ କଳାବଜାର ରୋକିବା ପାଇଁ, ରେଳବାଇ ଏହାର ରିଫଣ୍ଡ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏବେ, ଯାତ୍ରୀମାନେ ଟିକେଟ୍ ବାତିଲ କରିବା ପରେ ଆଉ ସମ୍ପୂର୍ଣ୍ଣ…

ଯୁଦ୍ଧରେ ବଢି ଚାଲିଥିବା କ୍ଷତିକୁ ନେଇ ଚିନ୍ତାରେ ପଡ଼ିଗଲେଣି ଟ୍ରମ୍ପ, ଅନ୍ୟ ଉପରେ ଦୋଷ ଲଦି ଏହି ଦେଶକୁ ମନାଇବାକୁ କରୁଛନ୍ତି ପ୍ରୟାସ

ଓ୍ବାଶିଂଟନ,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅସ୍ବୀକାର ଅବସ୍ଥାରେ ବା ଡିନାୟଲ ମୋଡ୍‌ରେ ପ୍ରବେଶ କରିଛନ୍ତି। ସେ ନିଜ ଭୁଲର ଦୋଷ ଅନ୍ୟମାନଙ୍କ ଉପରେ ଲଦିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri