ଘରୋଇ ଡଙ୍ଗାରେ ପୁଣି ଯାତ୍ରୀ ପରିବହନ

ମହାକାଳପଡ଼ା, ୨୨ା୮ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମହାନଦୀ ବାହାକୁଦ ଘାଟରୁ ପାରାଦୀପ ମୂଷାଡିଆ ଫେରି ଘାଟରେ ଗତ ୧୬ ତାରିଖରୁ ରାମନଗର ପଞ୍ଚାୟତ ପକ୍ଷରୁ ମହାନଦୀରେ ବନ୍ୟା ଯୋଗୁ ଡଙ୍ଗା ଚଳାଚଳକୁ ବନ୍ଦ କରାଯାଇଥିଲା। ପୁଣି ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଡଙ୍ଗା ନ ଚଳାଇବା ଲାଗି ଘାଟ ନିଲାମଧାରୀଙ୍କୁ କୁହାଯାଇଥିଲା। ହେଲେ ସେ ସରକାରୀ ନିର୍ଦ୍ଦେଶକୁ ନ ମାନି ଯାତ୍ରୀମାନଙ୍କୁ ନେଇ ଶନିବାର ଡଙ୍ଗା ଚଳାଇଥିଲେ। ଫେରି ଘାଟ ଡଙ୍ଗାଟି ଯାତ୍ରୀ ପରିବହନ କରୁଥିବା ବେଳେ ମହାନଦୀ ମଝିରେ ଇଞ୍ଜିନ ଅଚଳ ହୋଇଯାଇଥିଲା। ଅଚଳ ଡଙ୍ଗାକୁ କୂଳକୁ ଆଣିବାକୁ ଯାଇ ଅନ୍ୟ ଏକ ଡଙ୍ଗା ମଧ୍ୟ ମହାନଦୀର ପ୍ରଖର ସ୍ରାତରେ ଭାସିଯାଇଥିଲା। ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ପରେ ଫେରି ଘାଟକୁ ବ୍ଲକ ପ୍ରଶାସନ ପକ୍ଷରୁ ୭ ଦିନ ପାଇଁ ଡଙ୍ଗା ଚଳାଚଳ ବନ୍ଦ ରଖିବାକୁ ମହାକାଳପଡ଼ା ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡା ସୂଚନା ଦେଇଥିଲେ। ହେଲେ ଏହି ଘଟଣାକୁ ୧୨ ଘଣ୍ଟା ନ ପୂରୁଣୁ ପୁଣି ସ୍ଥାନୀୟ ଅଞ୍ଚଳରେ କେତେଗୋଟି ଘରୋଇ ଡଙ୍ଗା ରବିବାର ବାହାକୁଦ ଘାଟରୁ ପାରାଦୀପର ମୂଷାଡିଆ ଘାଟ କୂଳକୁ ଯାତ୍ରୀମାନଙ୍କଠାରୁ ଚଢ଼ା ଦରରେ ମହାନଦୀ ପାର କରୁଥିବା ଦେଖିବାକୁ ମିଳିଥିଲା, ଯାହା ଯାତ୍ରୀଙ୍କ ଜୀବନ ସହ ଖେଳାଯାଉଛି। ଫେରି ଘାଟ ଡଙ୍ଗା ଭାସିଯିବା ଘଟଣାକୁ ନେଇ ରାମନଗର ପଞ୍ଚାୟତ ପକ୍ଷରୁ ରବିବାର ସରପଞ୍ଚ ମିଲନ ଦେବନାଥ, କାର୍ଯ୍ୟନିର୍ବାହୀ ଅଧିକାରୀ ମୃତ୍ୟୁଞ୍ଜୟ ରାଉତ ଜମ୍ବୁ ସାମୁଦ୍ରିକ ଥାନାରେ ନିଲାମଧାରୀ ଆନନ୍ଦ ଚନ୍ଦ୍ର ସାହୁଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତିକରି ପୋଲିସ ପକ୍ଷରୁ ଦଫା ୨୮୦, ୨୮୨ରେ ନଂ.୧୦୭/୨୨ରେ ମାମଲା ରୁଜୁ କରାଯାଇଛି। ଘଟଣାର ତଦନ୍ତ ଚାଲିଛି ବୋଲି ଆଇଆଇସି ପରେଶ କୁମାର ମହାନ୍ତି କହିଛନ୍ତି। ଏଥିସହ ରାଜ୍ୟ ସରକାରଙ୍କ ୨୦୦୪ ଡଙ୍ଗା ଚଳାଚଳ ରୁଲ୍‌କୁ ଫେରି ଘାଟରେ ଖୋଲାଖୋଲି ଉଲ୍ଲଂଘନ କରାଯାଇଥିଲା।
ଚଳିତ ବନ୍ୟାରେ ମହାନଦୀ ସମେତ ବିଭିନ୍ନ ନଦୀରେ ବନ୍ୟାଜଳ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ଫଳରେ ରାଜ୍ୟ ସ୍ବତନ୍ତ୍ର ରିଲିଫ୍‌ କମିଶନ ପକ୍ଷରୁ ଜିଲାପାଳମାନଙ୍କୁ ପ୍ରଖର ବନ୍ୟାଜଳ ପ୍ରବାହିତ ଅଞ୍ଚଳରେ ଫେରି ଘାଟ ଡଙ୍ଗା ଚଳାଚଳକୁ ବନ୍ଦ କରାଯାଇଥିଲା। ହେଲେ ଜିଲାର ମହାକାଳପଡ଼ା ବ୍ଲକ ଅଧୀନ ରାମନଗର ପଞ୍ଚାୟତ ମହାନଦୀ ବାହାକୁଦ ଘାଟରୁ ପାରାଦୀପ ମୂଷାଡିଆକୁ ଶନିବାର ସା ୬ରେ ଯାତ୍ରୀବାହୀ ଡଙ୍ଗା ଚଳା ଯାଇଥିଲା। ପାରାଦୀପର ମୂଷାଡିଆକୁ ଏକ ଯାତ୍ରୀ ବୋଝେଇ ଡଙ୍ଗା ବାହାକୁଦ ଘାଟ କୂଳରୁ ଆସୁଥିଲା। ଫେରି ଘାଟ ଡଙ୍ଗାଟିର ମହାନଦୀ ମଝିରେ ଇଞ୍ଜିନ ଅଚଳ ହେବାରୁ ଡଙ୍ଗାଟି ବନ୍ୟାଜଳର ପ୍ରଖର ସ୍ରୋତରେ ମୁହାଣ ଅଭିମୁଖେ ଭାସିଯାଇଥିଲା। ଯାତ୍ରୀବାହୀ ଡଙ୍ଗାଟି ବତୀଘର ପଞ୍ଚାୟତର ବଡ଼ ଟୁବି-ନିପାଣିଆ ମହାନଦୀ କୂଳରେ ପିଟି ହେଇ ସୌଭାଗ୍ୟବଶତଃ ଏକ ବୁଦାମୂଳେ ବିପଦପୂର୍ଣ୍ଣ ଭାବେ ଅଟକି ଯାଇଥିଲା। ଯାତ୍ରୀଙ୍କଠାରୁ ଖବର ପାଇ ଜିଲାପାଳଙ୍କ ନିର୍ଦ୍ଦେଶରେ ବିଡିଓ ଦେବାଶିଷ ରାଉତ ଓ ତହସିଲଦାର ପଣ୍ଡା ଓ ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ମହାନ୍ତି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଥାନା କର୍ମଚାରୀ ଓ ଖରିନାସୀ ରାମଚଣ୍ଡୀ ବୋଟ୍‌ ମାଲିକ ସଂଘର କେତେଜଣ କର୍ମକର୍ତ୍ତା ଦକ୍ଷ ନାବିକମାନଙ୍କ ଦ୍ୱାରା ଏକ ହାଇସ୍ପିଡ୍‌ ବୋଟ୍‌ ନେଇ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ପରେ ସ୍ଥାନୀୟ ଖରିନାସୀ ଗ୍ରାମର ଯୁବ ମତ୍ସ୍ୟଜୀବୀମାନଙ୍କ ସହଯୋଗରେ ଫସି ରହିଥିବା ଯାତ୍ରୀଙ୍କୁ ରାତି ୧୧ଟାରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଯାତ୍ରୀମାନେ ପାରାଦୀପ ଶିଳ୍ପ କାରଖାନାରେ ଦୈନିକ କାର୍ଯ୍ୟ କରନ୍ତି। ଉଦ୍ଧାର ହୋଇଥିବା ଯାତ୍ରୀମାନେ ଜମ୍ବୁ, ବତୀଘର, ଖରିନାସୀ, ରାମନଗର, ପେଟଛେଲା ଆଦି ପଞ୍ଚାୟତର ପ୍ରମୁଖ ଶ୍ରମିକ ବୋଲି ଜଣାପଡ଼ିଛି।
ଅପରପକ୍ଷରେ ଏହି ଫେରି ଘାଟରେ ୨୦୦୪ ବୋଟ୍‌ ରୁଲ୍‌କୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହେଉଛି। ରାଜ୍ୟ ସରକାରଙ୍କ ସଂଶୋଧିତ ବୋଟ୍‌ ରୁଲ ଆଇନ ଅନୁସାରେ, ଫେରି ଘାଟର ପଞ୍ଜୀକୃତ ପ୍ରମାଣପତ୍ର, ବୋଟ୍‌ ଚାଳକ ବା ନାଉରିଆ ପଞ୍ଜୀକୃତ ପ୍ରମାଣପତ୍ର, ବୋଟ୍‌ରେ ଲାଇଫ୍‌ ଜ୍ୟାକେଟ୍‌, ବୋଟ୍‌ର ଯାତ୍ରୀଧାରଣ କ୍ଷମତା ପ୍ରମାଣପତ୍ର, ଯାତ୍ରୀଙ୍କ ଜୀବନ ବୀମା, ପ୍ରାଥମିକ ଔଷଧ କିଟ୍‌ ଆଦି ମହଜୁଦ ରଖିବାକୁ ଆଇନରେ ଉଲ୍ଲେଖ ରହିଛି। ଏ ନେଇ ରବିବାର ପୂର୍ବାହ୍ନରେ ସାମାଜିକ କର୍ମୀ ଆଳୟ ସାମନ୍ତରାୟ ମହାନଦୀରେ ଯାତ୍ରୀବାହୀ ଡଙ୍ଗା ବନ୍ୟାଜଳରେ ଭାସିଯିବା ଘଟଣାକୁ ନେଇ ଜମ୍ବୁ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri