ଘରୋଇ ଡଙ୍ଗାରେ ପୁଣି ଯାତ୍ରୀ ପରିବହନ

ମହାକାଳପଡ଼ା, ୨୨ା୮ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମହାନଦୀ ବାହାକୁଦ ଘାଟରୁ ପାରାଦୀପ ମୂଷାଡିଆ ଫେରି ଘାଟରେ ଗତ ୧୬ ତାରିଖରୁ ରାମନଗର ପଞ୍ଚାୟତ ପକ୍ଷରୁ ମହାନଦୀରେ ବନ୍ୟା ଯୋଗୁ ଡଙ୍ଗା ଚଳାଚଳକୁ ବନ୍ଦ କରାଯାଇଥିଲା। ପୁଣି ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଡଙ୍ଗା ନ ଚଳାଇବା ଲାଗି ଘାଟ ନିଲାମଧାରୀଙ୍କୁ କୁହାଯାଇଥିଲା। ହେଲେ ସେ ସରକାରୀ ନିର୍ଦ୍ଦେଶକୁ ନ ମାନି ଯାତ୍ରୀମାନଙ୍କୁ ନେଇ ଶନିବାର ଡଙ୍ଗା ଚଳାଇଥିଲେ। ଫେରି ଘାଟ ଡଙ୍ଗାଟି ଯାତ୍ରୀ ପରିବହନ କରୁଥିବା ବେଳେ ମହାନଦୀ ମଝିରେ ଇଞ୍ଜିନ ଅଚଳ ହୋଇଯାଇଥିଲା। ଅଚଳ ଡଙ୍ଗାକୁ କୂଳକୁ ଆଣିବାକୁ ଯାଇ ଅନ୍ୟ ଏକ ଡଙ୍ଗା ମଧ୍ୟ ମହାନଦୀର ପ୍ରଖର ସ୍ରାତରେ ଭାସିଯାଇଥିଲା। ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ପରେ ଫେରି ଘାଟକୁ ବ୍ଲକ ପ୍ରଶାସନ ପକ୍ଷରୁ ୭ ଦିନ ପାଇଁ ଡଙ୍ଗା ଚଳାଚଳ ବନ୍ଦ ରଖିବାକୁ ମହାକାଳପଡ଼ା ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡା ସୂଚନା ଦେଇଥିଲେ। ହେଲେ ଏହି ଘଟଣାକୁ ୧୨ ଘଣ୍ଟା ନ ପୂରୁଣୁ ପୁଣି ସ୍ଥାନୀୟ ଅଞ୍ଚଳରେ କେତେଗୋଟି ଘରୋଇ ଡଙ୍ଗା ରବିବାର ବାହାକୁଦ ଘାଟରୁ ପାରାଦୀପର ମୂଷାଡିଆ ଘାଟ କୂଳକୁ ଯାତ୍ରୀମାନଙ୍କଠାରୁ ଚଢ଼ା ଦରରେ ମହାନଦୀ ପାର କରୁଥିବା ଦେଖିବାକୁ ମିଳିଥିଲା, ଯାହା ଯାତ୍ରୀଙ୍କ ଜୀବନ ସହ ଖେଳାଯାଉଛି। ଫେରି ଘାଟ ଡଙ୍ଗା ଭାସିଯିବା ଘଟଣାକୁ ନେଇ ରାମନଗର ପଞ୍ଚାୟତ ପକ୍ଷରୁ ରବିବାର ସରପଞ୍ଚ ମିଲନ ଦେବନାଥ, କାର୍ଯ୍ୟନିର୍ବାହୀ ଅଧିକାରୀ ମୃତ୍ୟୁଞ୍ଜୟ ରାଉତ ଜମ୍ବୁ ସାମୁଦ୍ରିକ ଥାନାରେ ନିଲାମଧାରୀ ଆନନ୍ଦ ଚନ୍ଦ୍ର ସାହୁଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତିକରି ପୋଲିସ ପକ୍ଷରୁ ଦଫା ୨୮୦, ୨୮୨ରେ ନଂ.୧୦୭/୨୨ରେ ମାମଲା ରୁଜୁ କରାଯାଇଛି। ଘଟଣାର ତଦନ୍ତ ଚାଲିଛି ବୋଲି ଆଇଆଇସି ପରେଶ କୁମାର ମହାନ୍ତି କହିଛନ୍ତି। ଏଥିସହ ରାଜ୍ୟ ସରକାରଙ୍କ ୨୦୦୪ ଡଙ୍ଗା ଚଳାଚଳ ରୁଲ୍‌କୁ ଫେରି ଘାଟରେ ଖୋଲାଖୋଲି ଉଲ୍ଲଂଘନ କରାଯାଇଥିଲା।
ଚଳିତ ବନ୍ୟାରେ ମହାନଦୀ ସମେତ ବିଭିନ୍ନ ନଦୀରେ ବନ୍ୟାଜଳ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ଫଳରେ ରାଜ୍ୟ ସ୍ବତନ୍ତ୍ର ରିଲିଫ୍‌ କମିଶନ ପକ୍ଷରୁ ଜିଲାପାଳମାନଙ୍କୁ ପ୍ରଖର ବନ୍ୟାଜଳ ପ୍ରବାହିତ ଅଞ୍ଚଳରେ ଫେରି ଘାଟ ଡଙ୍ଗା ଚଳାଚଳକୁ ବନ୍ଦ କରାଯାଇଥିଲା। ହେଲେ ଜିଲାର ମହାକାଳପଡ଼ା ବ୍ଲକ ଅଧୀନ ରାମନଗର ପଞ୍ଚାୟତ ମହାନଦୀ ବାହାକୁଦ ଘାଟରୁ ପାରାଦୀପ ମୂଷାଡିଆକୁ ଶନିବାର ସା ୬ରେ ଯାତ୍ରୀବାହୀ ଡଙ୍ଗା ଚଳା ଯାଇଥିଲା। ପାରାଦୀପର ମୂଷାଡିଆକୁ ଏକ ଯାତ୍ରୀ ବୋଝେଇ ଡଙ୍ଗା ବାହାକୁଦ ଘାଟ କୂଳରୁ ଆସୁଥିଲା। ଫେରି ଘାଟ ଡଙ୍ଗାଟିର ମହାନଦୀ ମଝିରେ ଇଞ୍ଜିନ ଅଚଳ ହେବାରୁ ଡଙ୍ଗାଟି ବନ୍ୟାଜଳର ପ୍ରଖର ସ୍ରୋତରେ ମୁହାଣ ଅଭିମୁଖେ ଭାସିଯାଇଥିଲା। ଯାତ୍ରୀବାହୀ ଡଙ୍ଗାଟି ବତୀଘର ପଞ୍ଚାୟତର ବଡ଼ ଟୁବି-ନିପାଣିଆ ମହାନଦୀ କୂଳରେ ପିଟି ହେଇ ସୌଭାଗ୍ୟବଶତଃ ଏକ ବୁଦାମୂଳେ ବିପଦପୂର୍ଣ୍ଣ ଭାବେ ଅଟକି ଯାଇଥିଲା। ଯାତ୍ରୀଙ୍କଠାରୁ ଖବର ପାଇ ଜିଲାପାଳଙ୍କ ନିର୍ଦ୍ଦେଶରେ ବିଡିଓ ଦେବାଶିଷ ରାଉତ ଓ ତହସିଲଦାର ପଣ୍ଡା ଓ ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ମହାନ୍ତି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଥାନା କର୍ମଚାରୀ ଓ ଖରିନାସୀ ରାମଚଣ୍ଡୀ ବୋଟ୍‌ ମାଲିକ ସଂଘର କେତେଜଣ କର୍ମକର୍ତ୍ତା ଦକ୍ଷ ନାବିକମାନଙ୍କ ଦ୍ୱାରା ଏକ ହାଇସ୍ପିଡ୍‌ ବୋଟ୍‌ ନେଇ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ପରେ ସ୍ଥାନୀୟ ଖରିନାସୀ ଗ୍ରାମର ଯୁବ ମତ୍ସ୍ୟଜୀବୀମାନଙ୍କ ସହଯୋଗରେ ଫସି ରହିଥିବା ଯାତ୍ରୀଙ୍କୁ ରାତି ୧୧ଟାରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଯାତ୍ରୀମାନେ ପାରାଦୀପ ଶିଳ୍ପ କାରଖାନାରେ ଦୈନିକ କାର୍ଯ୍ୟ କରନ୍ତି। ଉଦ୍ଧାର ହୋଇଥିବା ଯାତ୍ରୀମାନେ ଜମ୍ବୁ, ବତୀଘର, ଖରିନାସୀ, ରାମନଗର, ପେଟଛେଲା ଆଦି ପଞ୍ଚାୟତର ପ୍ରମୁଖ ଶ୍ରମିକ ବୋଲି ଜଣାପଡ଼ିଛି।
ଅପରପକ୍ଷରେ ଏହି ଫେରି ଘାଟରେ ୨୦୦୪ ବୋଟ୍‌ ରୁଲ୍‌କୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହେଉଛି। ରାଜ୍ୟ ସରକାରଙ୍କ ସଂଶୋଧିତ ବୋଟ୍‌ ରୁଲ ଆଇନ ଅନୁସାରେ, ଫେରି ଘାଟର ପଞ୍ଜୀକୃତ ପ୍ରମାଣପତ୍ର, ବୋଟ୍‌ ଚାଳକ ବା ନାଉରିଆ ପଞ୍ଜୀକୃତ ପ୍ରମାଣପତ୍ର, ବୋଟ୍‌ରେ ଲାଇଫ୍‌ ଜ୍ୟାକେଟ୍‌, ବୋଟ୍‌ର ଯାତ୍ରୀଧାରଣ କ୍ଷମତା ପ୍ରମାଣପତ୍ର, ଯାତ୍ରୀଙ୍କ ଜୀବନ ବୀମା, ପ୍ରାଥମିକ ଔଷଧ କିଟ୍‌ ଆଦି ମହଜୁଦ ରଖିବାକୁ ଆଇନରେ ଉଲ୍ଲେଖ ରହିଛି। ଏ ନେଇ ରବିବାର ପୂର୍ବାହ୍ନରେ ସାମାଜିକ କର୍ମୀ ଆଳୟ ସାମନ୍ତରାୟ ମହାନଦୀରେ ଯାତ୍ରୀବାହୀ ଡଙ୍ଗା ବନ୍ୟାଜଳରେ ଭାସିଯିବା ଘଟଣାକୁ ନେଇ ଜମ୍ବୁ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ  ମଙ୍ଗଳବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri