ବଜେଟ୍‌ ପ୍ରକ୍ରିୟାରେ ସ୍ବଚ୍ଛତା: ୩ୟରେ ଓଡ଼ିଶା

ଭୁବନେଶ୍ୱର,୨୬।୮(ବ୍ୟୁରୋ): ରାଜ୍ୟର ଆର୍ଥିକ ପ୍ରସଙ୍ଗରେ ୫-ଟି ଫ୍ରେମଓ୍ବାର୍କ କାର୍ଯ୍ୟକାରୀ କରିବା ସହ ଅନ୍ୟ ରାଜ୍ୟଗୁଡିକ ତୁଳନାରେ ବଜେଟ୍‌ ସ୍ବଚ୍ଛତା ରକ୍ଷା କରିବାରେ ଓଡ଼ିଶା ଦେଶରେ ତୃତୀୟ ସ୍ଥାନ ଅଧିକାର କରିଛି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଡିଜିଟାଲ ମାଧ୍ୟମରେ ଅର୍ଥନୈତିକ ସୂଚକାଙ୍କ ଉପରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି। ଟ୍ରାନ୍ସପାରାନ୍ସି ଇଣ୍ଟରନ୍ୟାଶନାଲ ବାର୍ଷିକ ସଂସ୍କରଣରେ ଓଡ଼ିଶାକୁ ତୃତୀୟ ସ୍ଥାନରେ ରଖାଯାଇଛି। ବଜେଟ୍‌ ପ୍ରସ୍ତୁତିରେ ସ୍ବଚ୍ଛତା ରଖିବା କ୍ଷେତ୍ରରେ ୧ ନମ୍ବରରେ ଆସାମ ଓ ୨ ନମ୍ବରରେ ଆନ୍ଧ୍ରପ୍ରଦେଶ ରହିଛି। ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ଯଥାକ୍ରମେ ଝାଡଖଣ୍ଡ ଏବଂ ବିହାର ଅଛନ୍ତି। ଓଡ଼ିଶାକୁ ୬୬ ପଏଣ୍ଟ ମିଳିଥିବା ବେଳେ ଆସାମକୁ ୭୦, ଆନ୍ଧ୍ରପ୍ରଦେଶକୁ ୬୭, ଝାଡଖଣ୍ଡକୁ ୬୦ ଏବଂ ବିହାରକୁ ୫୯ ପଏଣ୍ଟ ମିଳିଛି। କୋଭିଡ୍‌ ପୂର୍ବରୁ ଏବଂ ଏହାର ପରବର୍ତ୍ତୀ ସମୟରେ ରାଜ୍ୟର ଅର୍ଥନୀତି ବଜେଟ୍‌ ପ୍ରସ୍ତୁତି, ଆର୍ଥିକ ପରିଚାଳନା ଏବଂ ଆର୍ଥିକ ନିୟନ୍ତ୍ରଣ ପ୍ରସଙ୍ଗରେ ଅର୍ଥ ବିଭାଗ ଦ୍ୱାରା ହାସଲ ହୋଇଥିବା ପ୍ରଗତିଶୀଳ ପ୍ରକ୍ରିୟାଗତ ସଂସ୍କାରକୁ ପୂରଣ ସମୟରେ କୃଷି, ମତ୍ସ୍ୟ ଏବଂ ପଶୁପାଳନ କ୍ଷେତ୍ର ସମେତ ଏକ ମିଶ୍ରିତ ସୂଚକାଙ୍କ ପ୍ରସ୍ତୁତ କରାଯିବ। ଏ ନେଇ ମୁଖ୍ୟ ଶାସନ ସଚିବ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ୍ସଆଇଏମବିରେ ଆର୍ଥିକ ନୀତି ଏବଂ ଟିକସ ପାଇଁ ଉତ୍କର୍ଷର କେନ୍ଦ୍ରରୁ ବୈଷୟିକ ସହାୟତା ସହିତ ପ୍ରସ୍ତୁତ ହେଉଥିବା କମ୍ପୋଜିଟ ଇଣ୍ଡେକ୍ସର ବିଭିନ୍ନ ସୂଚକ ଉପରେ ବୈଠକରେ ଆଲୋଚନା ହୋଇଛି। କୃଷି, ମତ୍ସ୍ୟଚାଷ, ପଶୁପାଳନ, ଖଣି ଜିଏସ୍‌ଟି, ମୋଟର ଯାନ, ଟିକସ, ବିଦ୍ୟୁତ୍‌ ବ୍ୟବହାର, ଅଣଜିଏସ୍‌ଟି, ବେକାରଙ୍କ ହାର, ରାଜସ୍ବକୁ ଦର୍ଶାଉଥିବା ସୂଚକକୁ ଅନ୍ତର୍ଭୁକ୍ତ ଲାଗି ନିଷ୍ପତ୍ତି ହୋଇଛି। ମାସିକ ତଥା ତ୍ରୈମାସିକ ଭିତ୍ତିରେ ରାଜ୍ୟଗୁଡିକର ଅର୍ଥନୈତିକ ଧାରାକୁ ଆକଳନ କରିବାକୁ ମୁଖ୍ୟ ଶାସନ ସଚିବ କମ୍ପୋଜିଟ ଇଣ୍ଡେକ୍ସ ପ୍ରୟୋଗ ଲାଗି ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri