Categories: ବାଣିଜ୍ୟ

୩ ବିଲିୟନ ଡଲାରର ମେଟାଭର୍ସ ନିର୍ମାଣ କରିବ ଟ୍ରାନ୍ସଲୁସିଆ

ନୂଆଦିଲ୍ଲୀ,୧୨।୧୦: ଟି ଆଣ୍ଡ୍‌ ବି ମିଡିଆ ଗ୍ଲୋବାଲ (ଥାଇଲାଣ୍ଡ)ର ଏକ ସହାୟକ କମ୍ପାନୀ ଟ୍ରାନ୍ସଲୁସିଆ ୩ ବିଲିୟନ ଡଲାର ମୂଲ୍ୟର ଏକ ଭର୍ଚୁଆଲ ୱାଲର୍‌ଡ ସୃଷ୍ଟି କରିବା ପାଇଁ ମେଟାଭର୍ସ ଏଲିମେଣ୍ଟ ସହ ଏକ ବିସ୍ତୃତ ଇକୋସିଷ୍ଟମ ନିର୍ମାଣ କରିବା ଲାଗି ଭାରତୀୟ ବଜାରରେ ପ୍ରବେଶ କରିଛି। ସେଥିପାଇଁ କମ୍ପାନୀ ଏକ ସ୍ପେଶିଆଲିଷ୍ଟ ଇମର୍ସିଭ୍‌ ଓ ଏକ୍ସଟେଣ୍ଡେଡ୍‌ ରିୟଲିଟି କମ୍ପାନୀ ସୁନୋଭାଟେକ୍‌ ଇଣ୍ଡିଆ ସହ ସହଭାଗିତା ମଧ୍ୟ କରିଛି। ଏହି ଅନ୍ତର୍ଜାତୀୟ ସହଭାଗିତାରେ ଅନ୍ୟ ସହଯୋଗୀଙ୍କ ମଧ୍ୟରେ ସିଗ୍‌ନମ୍‌, ଟୁ ବୁଲ୍‌ସ ଓ ବ୍ଲାକ୍‌ ଫ୍ଲେମ୍‌ ମଧ୍ୟ ସାମିଲ ରହିଛନ୍ତି। ଏହି ସହଭାଗିତା ଅଧୀନରେ ସୁନୋଭାଟେକ୍‌ ୩ଡି ସମ୍ପତ୍ତି, ପରିବେଶ ଓ ମେଟାଭର୍ସର ମଡ୍ୟୁଲ ନିର୍ମାଣ କରିବା ପାଇଁ ଏକ ପ୍ରଡକ୍ସନ ହବ୍‌ ଭାବେ କାର୍ଯ୍ୟ କରିବ।
ଏ ସମ୍ପର୍କରେ ଟ୍ରାନ୍ସଲୁସିଆର ପ୍ରତିଷ୍ଠାତା ଏବଂ ଟି ଆଣ୍ଡ୍‌ ବି ମିଡିଆ ଗ୍ଲୋବାଲର ପ୍ରତିଷ୍ଠାତା ଓ ସିଇଓ ଡ. ଜ୍ୱାନୱତ୍‌ ଅହରିୟାବ୍ରାରେମ୍ପ କହିଛନ୍ତି, ଗ୍ଲୋବାଲ ଏକ୍ସପର୍ଟଙ୍କ ସହ ସହଭାଗିତା ଟ୍ରାନ୍ସଲୁସିଆକୁ ଅନ୍ୟ ମେଟାଭର୍ସ ସହ ଉପଯୁକ୍ତ ଭାବେ ଏକୀଭୂତ ହେବା ପାଇଁ ସକ୍ଷମ କରିବ। ଆମର ଗ୍ଲୋବାଲ ପାର୍ଟନରଙ୍କ ସମେତ ସୁନୋଭାଟେକ୍‌ ସହ କାର୍ଯ୍ୟ କରି ଆମେ ଖୁସି ଅନୁଭବ କରୁଛୁ। ଆସନ୍ତା ବର୍ଷ ଆମେ ଆମର ଭର୍ଚୁଆଲ ଏକ୍ସପେରିଏନ୍ସର ଶୁଭାରମ୍ଭରେ ଟ୍ରାନ୍ସଲୁସିଆର ସ୍ବତନ୍ତ୍ରତାକୁ ଉନ୍ମୋଚନ କରିବୁ। ଟ୍ରାନ୍ସଲୁସିଆ ୱେବ୍‌ ୩.୦ର କ୍ଷମତାଗୁଡିକୁ ବ୍ୟବହାର କରି ଅନ୍ୟ ମେଟାଭର୍ସ ସହ ଇଣ୍ଟର କନେକ୍ଟିଭିଟି ପାଇଁ ସକ୍ଷମ ଏକ ‘ଇନ୍‌ଫିନାଇଟ୍‌ ୟୁନିଭର୍ସ’ ବିକଶିତ କରିବାକୁ ଲକ୍ଷ୍ୟ ରଖିଛି। ସେହିପରି ସୁନୋଭାଟେକ୍‌ର ପ୍ରତିଷ୍ଠାତା ରିଷି ଆହୁଜା କହିଛନ୍ତି, ଏହି ସହଭାଗିତା ସ୍ବତନ୍ତ୍ର ଭାବେ ସୁନୋଭାଟେକ୍‌ ମାଲିକାନାରେ ଟ୍ରାନ୍ସଲୁସିଆ ପାଇଁ ବହୁସଂଖ୍ୟକ ୩ଡି ଆସେଟ୍‌ ପାଇଁ ପହଞ୍ଚ ପ୍ରଦାନ କରିବ। ସୁନୋଭାଟେକ୍‌ର ସଂଶୋଧନଗୁଡିକ ଟ୍ରାନ୍ସଲୁସିଆର ଇଣ୍ଟରକନେକ୍ଟେଡ୍‌ ମେଟାଭର୍ସକୁ ଡେଲିଭର କରିବା ପାଇଁ ବିଭିନ୍ନ ହିତାଧିକାରୀଙ୍କ ସହ ଏକ ସର୍ଭିସ୍‌ କଣ୍ଟ୍ରାକ୍ଟ ଭାବେ ମେଟାଭର୍ସର ବିଭିନ୍ନ ଉପାଦାନ ଓ ସମ୍ପତ୍ତି ନିର୍ମାଣ କରିବ।

Share