Posted inଜାତୀୟ

ମାଓବାଦୀଙ୍କ ସହିତ ଲଢ଼ିବେ କିନ୍ନର, ବସ୍ତର ଫାଇଟର୍ସରେ ୯ କିନ୍ନର କନଷ୍ଟେବଳ…

ରାୟପୁର, ୧୭।୮ : ଏବେ ମାଓବାଦୀଙ୍କ ସହିତ କିନ୍ନରମାନେ ଲଢ଼ିବେ। ଛତିଶଗଡର ମାଓବାଦୀ ପ୍ରଭାବିତ ବସ୍ତର ଜିଲାରେ ନିୟୋଜିତ ହେବାକୁ ଥିବା ରାଜ୍ୟ ପୋଲିସର ନୂତନ ସ୍ବତନ୍ତ୍ର ୟୁନିଟ ବସ୍ତର ଫାଇଟର୍ସରେ ୯ ଜଣ କିନ୍ନରଙ୍କୁ ଚୟନ କରାଯାଇଛି। ଏହି ସ୍ବତନ୍ତ୍ର ଫୋର୍ସରେ ୨୧୦୦ କନଷ୍ଟେବଳଙ୍କୁ ଚୟନ କରାଯାଇଛି। ପ୍ରଥମ ଥର ପାଇଁ ପୋଲିସ ବିଭାଗ ପକ୍ଷରୁ ମାଓବାଦୀ ପ୍ରବଣ ବସ୍ତର ରେଞ୍ଜରେ କିନ୍ନରଙ୍କୁ ନିଯୁକ୍ତ କରାଯାଇଛି। ପୋଲିସ ବିଭାଗ ଅନୁସାରେ ନିଯୁକ୍ତ କିନ୍ନରମାନେ ଆଦିବାସୀ ପ୍ରାଧାନ୍ୟ ଅଞ୍ଚଳରେ ପୋଲିସ ବ୍ୟବସ୍ଥାରେ ଏକ ନୂତନ ଦିଗ ଯୋଡିବେ। ବସ୍ତର ଫାଇଟର୍ସରେ ସେମାନଙ୍କ ଚୟନ ନେଇ କିନ୍ନରମାନେ ବେଶ୍‌ ଖୁସି ଅଛନ୍ତି।

ବସ୍ତର ରେଞ୍ଚ୍‌ ଆଇଜି ସୁନ୍ଦରରାଜ ପି କହିଛନ୍ତି ଯେ ଚୟନ ହୋଇଥିବା ୯ ଜଣ କିନ୍ନରଙ୍କ ମଧ୍ୟରୁ ୮ ଜଣ କାଙ୍କେରର ଏବଂ ଜଣେ ବସ୍ତର ଜିଲାର। ବସ୍ତର ଫାଇଟର୍ସ ହେବା ପାଇଁ ସେମାନେ କଠିନ ପରିଶ୍ରମ ଏବଂ ନିଷ୍ଠା ସହିତ ପୋଲିସର ବୌଦ୍ଧିକ ଏବଂ ଶାରୀରିକ ପରୀକ୍ଷା ଦେଇଛନ୍ତି। ବସ୍ତର ଫାଇଟର୍ସ ପରୀକ୍ଷାର ଅନ୍ତିମ ଫଳାଫଳରେ ସେମାନେ ଯୋଗ୍ୟ ବିବେଚିତ ହୋଇଛନ୍ତି।

ପୋଲିସ ନିଯୁକ୍ତି ନେଇ କିନ୍ନରମାନେ ଏକ ବାର୍ତ୍ତା ଦେଇଛନ୍ତି ଯେ ଯଦି ସେମାନେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ପାଆନ୍ତି, ତେବେ ପୁରୁଷ ଏବଂ ମହିଳାଙ୍କ ସହ କାନ୍ଧ କାନ୍ଧରେ ମିଳାଇ ଚାଲିପାରିବେ ଏବଂ ସେମାନେ ମଧ୍ୟ ଏକ ସମ୍ମାନଜନକ ଜୀବନ ପାଇବାକୁ ଯୋଗ୍ୟ।

ବସ୍ତର ଫାଇଟର୍ସରେ ନିଯୁକ୍ତି ପାଇଥିବା କିନ୍ନରମାନେ ହେଉଛନ୍ତି ଦିବ୍ୟା ନିଶାଦ, ଦାମିନୀ, ସନ୍ଧ୍ୟା, ସାନୁ, ରାନୀ ହିମାଂଶୀ, ରିୟା, ସୀମା ଏବଂ ବରଖା । ପୋଲିସ ଆଇଜି ସୁନ୍ଦରରାଜ ପି କହିଛନ୍ତି ଶାରୀରିକ ଦକ୍ଷତା, ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ପରେ ଏହି ଚୟନ ତାଲିକା ଜାରି କରାଯାଇଛି।

ଦିବ୍ୟା ନିଶାଦ କହିଛନ୍ତି ଯେ ମୁଁ ଆଜି ବହୁତ ଖୁସି । ଏହି ଖୁସିକୁ ପ୍ରକାଶ କରିବାକୁ ମୋର କୌଣସି ଶବ୍ଦ ନାହିଁ। ଏହି ପରୀକ୍ଷା ପାଇଁ ମୁଁ ଏବଂ ମୋର ସମସ୍ତ ସହକର୍ମୀ ବହୁତ ପରିଶ୍ରମ କରିଥିଲୁ। ଏହା ଆମ ପାଇଁ ଏପରି ଏକ ସୁଯୋଗ ଥିଲା, ଯାହା ଆମ ଜୀବନକୁ ବଦଳାଇପାରେ, ତେଣୁ ସମସ୍ତେ ଦିନରାତି ପରିଶ୍ରମ କରିଥିଲେ।

ଜଗଦଲପୁରରୁ ମନୋନୀତ ହୋଇଥିବା ବରଖା କହିଛନ୍ତି ଯେ ଏହା ଏକ ଖବର ଯାହା ଏପର୍ଯ୍ୟନ୍ତ ବିଶ୍ୱାସ ହେଉ ନାହିଁ। କାରଣ ମୁଁ କେବେ ଭାବି ନ ଥିଲି ଯେ ମୁଁ ଏଭଳି ସମ୍ମାନ ଏବଂ ଚାକିରି ପାଇବି।

କିନ୍ନର ଅଧିକାର କର୍ମୀ ବିଦ୍ୟା ରାଜପୁତ ସୂଚନା ଦେଇଛନ୍ତି ଯେ ବସ୍ତର ଡିଭିଜନ, ବସ୍ତର, କାନକର, ଦନ୍ତେ ୱାଡା, ସୁକମା, ବିଜାପୁର, ନାରାୟଣପୁର ଏବଂ କୋଣ୍ଡାଗାଓଁର ୭ ଟି ଜିଲାରେ ବସ୍ତର ଫାଇଟର୍ସ ହେବା ପାଇଁ ୩୦୦ ଲେଖାଏଁ ପଦବୀକୁ ଅନୁମୋଦନ କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୧୦୦ ପଦବୀ ମଧ୍ୟରୁ ନଅଟି କିନ୍ନରଙ୍କ ପାଇଁ ସଂରକ୍ଷିତ ଥିଲା। କିନ୍ନରମାନେ ନିଯୁକ୍ତି ପରୀକ୍ଷାରେ ସଫଳ ହୋଇଥିଲେ, ତେଣୁ ସାମାଜିକ କଲ୍ୟାଣ ଏବଂ ପୋଲିସ ବିଭାଗ ମଧ୍ୟ ସେମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ନିଯୁକ୍ତି ପ୍ରକ୍ରିୟାରେ, ଶାରୀରିକ ମାପ, ଡକ୍ୟୁମେଣ୍ଟ ପରୀକ୍ଷା, ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ପରେ ଅନ୍ତିମ ଚୟନ ତାଲିକା ପ୍ରକାଶ ପାଇଥିଲା । ମନୋନୀତ କିନ୍ନରମାନେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ଗୃହମନ୍ତ୍ରୀ ତାମ୍ରଧ୍ୱଜ ସାହୁ, ବସ୍ତର ଆଇଜି, କାଙ୍କେରର ସାମାଜିକ କର୍ମୀ ଲକ୍ଷ୍ମୀ ସହାରେ ଏବଂ ଜଗଦଲପୁରର ସମାଜସେବୀ ରେଖା ପରିଆଙ୍କୁ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri