ଟ୍ରାନ୍ସଜେଣ୍ଡର ଆତ୍ମହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ମାରାଥନ ଜେରା

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମର ବୁଲୁ ବିଷୋୟୀଙ୍କ ଘରୁ ଗତ ୧୨ ତାରିଖ ସକାଳେ କୋଟିନଡା ଗ୍ରାମର ଟ୍ରାନ୍ସଜେଣ୍ଡର ଅଜିତ ବିଷୋୟୀ ଓରଫ ଅର୍ଚ୍ଚିତାଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଥିଲେ। ଖବରପାଇ କିନ୍ନର ସଂଘ ରାଜ୍ୟ କାର୍ଯ୍ୟକର୍ତ୍ତା ସ୍ବିଟି କୁମାରୀଙ୍କ ସହ ବହୁ ସଂଖ୍ୟକ ଟ୍ରାନ୍ସଜେଣ୍ଡର ଦିଗପହଣ୍ଡି ଥାନାରେ ପହଞ୍ଚି ଆଇଆଇସି ପ୍ରଶାନ୍ତ କୁମାର ପାତ୍ରଙ୍କ ସହ ସବିଶେଷ ଆଲୋଚନା କରିଥିଲେ। ମୃତ୍ୟୁର ପ୍ରକୃତ ତଥ୍ୟ ଉନ୍ମୋଚନ ପାଇଁ ସେମାନେ ଦାବି କରି ଫେରିଥିଲେ। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଅଜିତ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲା। ତାଙ୍କର ଜଣେ ପୁରୁଷ ବନ୍ଧୁ ଟ୍ରାନ୍ସଜେଣ୍ଡର ଅଜିତଙ୍କୁ ମାନସିକ ଯନ୍ତ୍ରଣା ଓ ମାରପିଟ କରିବାରୁ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପୋଲିସର ତଦନ୍ତରୁ ଜଣାପଡିଥିଲା।

ଏହି ଘଟଣାରେ ଦିଗପହଣ୍ଡି ପୋଲିସ ଦିଗପହଣ୍ଡି- ଚିକିଟି ରୋଡର କାଳିଆ ନଗରରେ ରହୁଥିବା ଅଜିତଙ୍କ ପୁରୁଷ ବନ୍ଧୁ ଉମେଶ ମହାଙ୍କୁଡ ଓରଫ ବବୁଲଙ୍କୁ ଗିରଫ କରି ଗତ ବୁଧବାର କୋର୍ଟ ଚାଲାଣ କରିଥିଲେ। ଥାନା ମାମଲା ନଂ.୧୪୧/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଥିଲା। ଅଜିତଙ୍କ ଠାରୁ ୫ ଲକ୍ଷ ଟଙ୍କା ଓ ବାଇକ ନେଇଯାଇଥିବା ବବୁଲ ଏବଂ ତାଙ୍କ ପରିବାରଙ୍କ ନିକଟରୁ ଟଙ୍କା ଆଦାୟ କରି ଅଜିତଙ୍କ ପରିବାର ଲୋକଙ୍କୁ ଦିଆଯିବା ଏବଂ କ୍ଷତିପୂରଣ ଦାବିରେ କିନ୍ନର ସଂଘର ବହୁ ସଂଖ୍ୟକ ସଦସ୍ୟ ଏବଂ କୋଟିନଡ଼ା ଗ୍ରାମର କିଛି ବ୍ୟକ୍ତି ଉକ୍ତ ଦିନ ସନ୍ଧ୍ୟାରେ ଦିଗପହଣ୍ଡି ଥାନା ଘେରାଉ କରିଥିଲେ।

ପୋଲିସ ଗିରଫ ଅଭିଯୁକ୍ତଙ୍କୁ ଅତିତରବରିଆ ଭାବେ କୋର୍ଟ ଚାଲାଣ କରିବାର କାରଣ ନେଇ ସେମାନେ ପୋଲିସ ଠାରୁ ଉତ୍ତର ଚାହିଁଥିଲେ। ଖବର ପାଇ ଚିକିଟି ଏସଡିପିଓ ବିଶ୍ୱାମିତ୍ର ହରପାଲ ଅଧିକ ସଂଖ୍ୟକ ଫୋର୍ସ ନେଇ ଦିଗପହଣ୍ଡି ଥାନାରେ ପହଞ୍ଚି ବୁଝାସୁଝା କରିବା ପରେ ସେମାନେ ଫେରିଥିଲେ। ଅଧିକ ଜେରା ପାଇଁ ପୋଲିସ ଅଭିଯୁକ୍ତ
ବବୁଲଙ୍କୁ ଗୋଟିଏ ଦିନ ରିମାଣ୍ଡରେ ଆଣିବା ପାଇଁ ଦିଗପହଣ୍ଡି କୋର୍ଟରେ ଆବେଦନ କରିଥିଲେ। ସୋମବାର ବବୁଲଙ୍କୁ ଦିଗପହଣ୍ଡି ସବ ଜେଲରୁ ରିମାଣ୍ଡରେ ଆଣି ପୋଲିସ ମାରାଥନ ଜେରା କରିବା ପରେ କୋର୍ଟରେ ହାଜର କରିଥିଲେ। ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶକ୍ରମେ ଅଭିଯୁକ୍ତଙ୍କୁ ପୁଣି ସବଜେଲ ହାଜତକୁ ପଠାଇ ଦିଆଯାଇଛି।

ଖବର ପାଇ ବ୍ରହ୍ମପୁର ଟ୍ରାନ୍ସଜେଣ୍ଡର ସଂଘର ବହୁ ସଂଖ୍ୟକ କାର୍ଯ୍ୟକର୍ତ୍ତା, ବହୁ ସଂଖ୍ୟକ ସଦସ୍ୟ ବୃନ୍ଦ ଏବଂ କୋଟିନଡ଼ା ଗ୍ରାମର କିଛି ବ୍ୟକ୍ତି ସୋମବାର ଅପରାହ୍ନରେ ଦିଗପହଣ୍ଡି ଥାନାରେ ପହଞ୍ଚି ସେଠାରେ ଉପସ୍ଥିତ ଥିବା ଅଭିଯୁକ୍ତଙ୍କ ବାପା ଭାଇଙ୍କୁ କ୍ଷତିପୂରଣ ମାଗିଥିଲେ।ସେମାନେ ଅକ୍ଷମତା ପ୍ରକାଶ କରିବାରୁ ଟ୍ରାନ୍ସଜେଣ୍ଡର ସଂଘର ସଦସ୍ୟବୃନ୍ଦ ପାଟିତୁଣ୍ଡ କରିଥିଲେ। ପରେ ଉଭୟପକ୍ଷଙ୍କ ମଧ୍ୟରେ ସମାଧାନ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri