ମୁକୁଳା ପଡ଼ିଛି ଟ୍ରାନ୍ସଫର୍ମର, ବିଦ୍ୟୁତ୍‌ ତାର

ରାଉରକେଲା,୨୬।୧(ଦିନେଶ ମିଶ୍ର): ରାଉରକେଲା ଉଦିତନଗରସ୍ଥିତ ଶୀତଳପଡା ବସ୍ତିରେ ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‌ ତାର ଝୁଲୁଛି। ଫଳରେ ବସ୍ତିବାସୀ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଏହାର ପ୍ରତିକାର ପାଇଁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ବସ୍ତିବାସୀ ଅଭିଯୋଗ କରିଛନ୍ତି।
ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ଅଧୀନରେ ଶୀତଳପଡା ବସ୍ତି ରହିଛି। ଏହି ବସ୍ତି ଆରଏସ୍‌ପିର ଡମ୍ପିଂୟାର୍ଡରେ ଗଢିଉଠିଥିବା ବେଳେ ଏଠାରେ ପ୍ରାୟ ୭ଶହରୁ ଊର୍ଦ୍ଧ୍ୱ ଲୋକ ବାସ କରନ୍ତି। ବସ୍ତିର ଅଧିକାଂଶ ଲୋକ ଦିନମଜୁରିଆ। ଏଠାକୁ ଆଜିଯାଏ ସମ୍ପୂର୍ଣ୍ଣ ମୌଳିକ ସୁବିଧା ଉପଲବ୍ଧ ହୋଇନାହିଁ। ବସ୍ତିରେ ଥିବା ବଲାଙ୍ଗୀର ବସ୍ତି, ବଜରଙ୍ଗ ବସ୍ତି ଅଞ୍ଚଳରେ ଲୋକଙ୍କୁ ପାନୀୟ ଜଳ ସୁବିଧା ପହଞ୍ଚତ୍ନାହିଁ। ସେହିପରି ମାତ୍ର ଗୋଟିଏ ବିଦ୍ୟୁତ ଟ୍ରାନ୍ସଫର୍ମର ଥିବାବେଳେ ତାହା ବର୍ତ୍ତମାନ ମୁକୁଳା ଅବସ୍ଥାରେ ପଡିରହିଛି। ଏଠାରେ ହାଇଭୋଲଟେଜ ବିଦ୍ୟୁତ୍‌ ଯୋଗୁ ବିଭିନ୍ନ ସମୟରେ ଅଘଟଣ ଘଟୁଛି। ଏହି ଟ୍ରାନ୍ସଫର୍ମର ନିକଟରେ ସ୍ଥାନୀୟ ବସ୍ତିବାସୀଙ୍କୁ ସଚେତନ କରିବା ପାଇଁ କୌଣସି ଫଳକ ଲଗାଯାଇନାହିଁ। ଟ୍ରାନ୍ସଫର୍ମର ନିକଟରେ କୌଣସି ସୁରକ୍ଷାବାଡ ଘେରା ଯାଇନାହିଁ। ଫଳରେ ବୁଲା ପ୍ରାଣୀ ଏହି ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ମୁତ୍ୟୁବରଣ କରୁଛନ୍ତି। ସେହିପରି ବସ୍ତି ଭିତରେ୍‌ ସିମେଣ୍ଟ ଖୁଣ୍ଟ ବ୍ୟବସ୍ଥା ନ ଥିବାରୁ ବସ୍ତିବାସୀ ବାଉଁଶ ପୋତି ସେଥିରେ ବିଦ୍ୟୁତ ତାର ବାନ୍ଧି ନିଜ ଘରକୁ ସଂଯୋଗ ନେଇଛନ୍ତି। ଏହି ବସ୍ତିର ଏକାଧିକ ଲୋକ ବାଉଁଶ ପୋତି ବିଦ୍ୟୁତ ସଂଯୋଗ ନେଇଥିବାରୁ ତାରଗୁଡିକ ବିପଦସଙ୍କୁଳ ଅବସ୍ଥାରେ ଝୁଲି ରହିଛି। ଫଳରେ ଝଡତୋଫାନ ହେଲେ ତାରଗୁଡିକ ବାଉଁଶରୁ ଖସି ପଡୁଥିବା ଯୋଗୁ ଏହା ବସ୍ତି ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଏ ସମ୍ପର୍କରେ ବସ୍ତିବାସୀ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଗତ ୩ ମାସ ତଳେ ଅଭିଯୋଗ କରିଥିଲେ ମଧ୍ୟ ପଦକ୍ଷେପ ନିଆଯାଇନାହିଁ। ଅନ୍ୟପକ୍ଷେ ଜଣେ ଉପଭୋକ୍ତା ୨୫ ମିଟର ଦୂରରୁ ବିଦ୍ୟୁତ ତାର ଟାଣନ୍ତି ତେବେ ସେ ୯ ହଜାର ୪ଶହ ଟଙ୍କା ଦେଲେ ତାଙ୍କୁ ସିମେଣ୍ଟ ଖୁଣ୍ଟ ସୁବିଧା ପ୍ରଦାନ କରାଯିବା ନିୟମ ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ଏ ନେଇ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇଙ୍କୁ ପଚାରିବାରୁ ସେ କହିଥିଲେ, ଉକ୍ତ ବସ୍ତିଟି ଆର୍‌ଏସ୍‌ପି ସ୍ଥାନରେ ଗଢ଼ିଉଠିଥିବାରୁ ସେଠାରେ ବିଭିନ୍ନ ସମୟରେ ଉନ୍ନତିମୂଳକ କାର୍ଯ୍ୟ କରିବାରେ ବାଧାସୃଷ୍ଟି ହେଉଛି। ତଥାପି ଉକ୍ତ ବସ୍ତିରେ କିଭଳି ବିଭିନ୍ନ ସମସ୍ୟା ସମାଧାନ କରିହେବ ସେ ନେଇ ଆଗକୁ ଉଚିତ ପଦକ୍ଷେପ ନିଆଯିବ ବୋଲି ତରାଇ କହିଥିଲେ। ଏ ନେଇ ଉଦିତନଗରସ୍ଥିତ ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ ଅଭିମନ୍ୟୁ ସ୍ବାଇଁଙ୍କୁ ପଚାରିବାରୁ ଶୀତଳପଡା ବସ୍ତିରେ କିଭଳି ବାଉଁଶରେ ବିଦ୍ୟୁତ୍‌ ତାର ଟଣାଯାଇଛି ତାର ତଦନ୍ତ କରାଯିବା ସହ ଆଗାମୀ ୭ ଦିନ ମଧ୍ୟରେ ଉଚିତ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri