Categories: ଫୁରସତ

ଦିବ୍ୟାଙ୍ଗଙ୍କ ଲାଗି ଟ୍ରାନ୍ସଫର ଟୁଲ୍ସ

ଚଣ୍ଡିଗଡ଼: ନିଜର ସବୁ କାମ କରିବା ପାଇଁ ଦିବ୍ୟାଙ୍ଗମାନଙ୍କୁ ଏଣିକି ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଦିବ୍ୟାଙ୍ଗଙ୍କ କାମକୁ ସହଜ କରିବା ପାଇଁ ଏବେ ଏକ ସ୍ବତନ୍ତ୍ର ଧରଣର ଡିଭାଇସ୍‌ ବାହାର କରିଛନ୍ତି ହରିୟାଣା ରୋହତକର ଜନତା କଲୋନୀର ଆଇଆଇଟି ଛାତ୍ର ଅମନ ସିଙ୍ଘଲ। ଏହି ଡିଭାଇସର ନାଁ ରହିଛି ‘ଟ୍ରାନ୍ସଫର ଟୁଲ୍ସ’। ୨୦ ବର୍ଷୀୟ ଅମନ ଜଣେ ଛାତ୍ରଙ୍କ ସହିତ ମିଶି ଏହି ଡିଭାଇସ୍‌ଟି ତିଆରି କରିଛନ୍ତି।
କର୍ନାଟକର ଧାରବାଡ଼ରେ ଅମନ ଆଇଆଇଟିରେ କମ୍ପ୍ୟୁଟର ସାଇନ୍ସରେ ବିଟେକ୍‌ କରୁଛନ୍ତି। ଅନେକ ଦିନ ଧରି ସେ ଦିବ୍ୟାଙ୍ଗମାନଙ୍କ ପାଇଁ ଏଭଳି ଏକ ଯନ୍ତ୍ର ତିଆରି କରିବାକୁ ଇଚ୍ଛା ରଖିଥିଲେ ଏବଂ ଏଥିପାଇଁ ଉଦ୍ୟମ ବି କରୁଥିଲେ। ଶେଷରେ ସେ ଏହି ଡିଭାଇସ୍‌ ତିଆରି କରିପାରିଥିବାରୁ ବେଶ୍‌ ଖୁସି ହୋଇଛନ୍ତି। ଅମନଙ୍କର ‘ଟ୍ରାନ୍ସଫର ଟୁଲ୍ସ’ ତିଆରି ନିମନ୍ତେ ମାତ୍ର ୩ରୁ ୪ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। ଏହାକୁ ହ୍ବିଲ୍‌ ଚେୟାର ସହିତ ସଂଯୁକ୍ତ କରାଯାଇଛି। ଗତବର୍ଷ ସେ ‘ଟ୍ରାନ୍ସଫର ଟୁଲ୍ସ’ ତିଆରି କରିବା ପାଇଁ ପ୍ରଥମେ ଏହାର ପ୍ରୋଟୋଟାଇପ୍‌ ଏକ କାର୍ଯ୍ୟକ୍ରମରେ ଦେଖାଇଥିଲେ, ଯାହାକୁ ବିଶେଷଜ୍ଞମାନେ ବେଶ୍‌ ପସନ୍ଦ କରିଥିଲେ। ଏହାପରେ ସେ ଧାରବାଡ଼ ଆଇଆଇଟିରେ ମଧ୍ୟ ଏହାର ଟେମ୍ପୋରାରି ପ୍ୟାଟେଣ୍ଟ କରାଇଥିଲେ। ଶେଷରେ ସେ ଏହାକୁ ପୂର୍ଣ୍ଣାଙ୍ଗ ରୂପ ଦେଇଛନ୍ତି। ଏହା ପୂରା ୩୬୦ ଡିଗ୍ରିରେ ବୁଲିପାରିବ ଏବଂ ଟୁଲ୍ସର ସିଟ୍‌କୁ ମଧ୍ୟ ହାଇଟ୍‌ କରିହେବ।

Share