Posted inଜାତୀୟ

ତ୍ରମ୍ବକେଶ୍ୱର ମନ୍ଦିର ବିବାଦ: ସଞ୍ଜୟ-ନୀତେଶ ମୁହାଁମୁହିଁ…

ମୁମ୍ବାଇ,୨୩।୫ : ଦ୍ୱାଦଶ ଜ୍ୟୋର୍ତିଲିଙ୍ଗଙ୍କ ମଧ୍ୟରୁ ଅନ୍ୟତମ ନାଶିକର ତ୍ରମ୍ବକେଶ୍ୱର ମନ୍ଦିରରେ ଅନ୍ୟ ଧର୍ମର ବ୍ୟକ୍ତିଙ୍କ ପ୍ରବେଶ ଉଦ୍ୟମ ବିବାଦର ଏପର୍ଯ୍ୟନ୍ତ ସମାଧାନ ହୋଇପାରି ନାହିଁ। ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତଙ୍କ ବିବୃତ୍ତି ପରେ ଭାଜପା ନେତା ତଥା ବିଧାୟକ ନୀତେଶ ରାଣେ ଦାବି କରିଛନ୍ତି ମନ୍ଦିର ପ୍ରବେଶ ଦ୍ୱାରରେ ଚନ୍ଦନ ଉତ୍ସବ ପରେ ସଦସ୍ୟମାନେ ଧୂପ ପ୍ରଥା କରିବା ପରମ୍ପରା ନୁହେଁ। ମନ୍ଦିରରେ ଭଗବାନ ଶିବଙ୍କ ଦର୍ଶନ ଏବଂ ମହା ଆରତୀ ଦର୍ଶନ ପରେ ରାଣେ ଏହି ବିବୃତ୍ତି ଦେଇଛନ୍ତି। ଏହି ପ୍ରସଙ୍ଗରେ ତାଙ୍କର ବିବୃତ୍ତି ସଞ୍ଜ୍ଜୟ ରାଉତଙ୍କ ବିବୃତ୍ତିରେ ପ୍ରତିକ୍ରିୟା ଭାବେ ଆସିଛି ।

ମେ ୧୩ ରେ, ଅନ୍ୟ ଧର୍ମର ଜଣେ ବ୍ୟକ୍ତି ମନ୍ଦିରରେ ଜବରଦସ୍ତ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଏହା ପରେ ପୋଲିସ ଏ ବାବଦରେ ଏଫଆଇଆର୍‌ ପଞ୍ଜୀକୃତ କରିଥିଲା। ଶିବସେନା ୟୁବିଟି ନେତା ସଞ୍ଜୟ ରାଉତ ଏହି ପ୍ରସଙ୍ଗରେ ଏକ ବିବୃତ୍ତି ଦେଇଥିଲେ। ସେ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ପକ୍ଷ ନେଇ କହିଥିଲେ ମନ୍ଦିରରେ କେହି ଜବରଦସ୍ତ ପ୍ରବେଶ କରିନାହାଁନ୍ତି। ମନ୍ଦିରରେ କିଛି ଭୁଲ ହୋଇନାହିଁ, ମୁଁ ଏ ବିଷୟରେ ପଚାରି ବୁଝିଛି। ମନ୍ଦିର ପରିସରରେ ଚନ୍ଦନ ଶୋଭାଯାତ୍ରାରେ ଭଗବାନଙ୍କୁ ଧୂପକାଠି ଦେଖାଇବାର ଏକ ପୁରୁଣା ପରମ୍ପରା ଅଛି। ଏହି ପରମ୍ପରାକୁ ଅନୁସରଣ କରି ଏହି ଶୋଭାଯାତ୍ରାରେ ଜଡିତ ଲୋକମାନେ ମନ୍ଦିର ଦ୍ୱାରରେ ଭଗବାନଙ୍କୁ ଧୂପକାଠି ଦେଖାଇ ଆଗକୁ ଯାଇଥିଲେ।

ମାତ୍ର ନୀତେଶ ସଞ୍ଜୟଙ୍କ ବିବୃତ୍ତିର ବିରୋଧ କରିଛନ୍ତି। ସେ କହିଛନ୍ତି ମୁଁ ମନ୍ଦିରର ଟ୍ରଷ୍ଟିମାନଙ୍କ ସହିତ କଥା ହୋଇଛି। ଏପରିକି ବିଶେଷଜ୍ଞ ଏବଂ ସ୍ଥାନୀୟ ଲୋକ କହିଛନ୍ତି ଏପରି ପରମ୍ପରା ନାହିଁ।

ସେ କହିଛନ୍ତି ୧୩ ମେ ଘଟଣା ପରେ ହିନ୍ଦୁମାନଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଛି। କିଛି ଲୋକ ଭୁଲ ବୁଝାମଣା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ମନ୍ଦିରକୁ ଆସୁଥିବା ବ୍ୟକ୍ତିଙ୍କୁ ନେଇ ଆମର କୌଣସି ଆପତ୍ତି ନାହିଁ। ଯେକୌଣସି ବ୍ୟକ୍ତି ଏକ ଧାଡିରେ ଠିଆ ହୋଇ ଦେବତାଙ୍କର ଦର୍ଶନ ପାଇପାରିବେ, କିନ୍ତୁ ମେ ୧୩ ରେ ଆସିଥିବା ଯୁବକମାନେ ସବୁଜ ପତାକା ଧରି ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଏହା ଦର୍ଶାଉଛି ତାଙ୍କର ଉଦ୍ଦେଶ୍ୟ ଭଲ ନ ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

T20 World Cup: ଆରମ୍ଭରୁ ଆଣ୍ଠେଇଲାଣି ଟିମ୍‌ ଇଣ୍ଡିଆ, ବଡ଼ ସ୍କୋର କରିବା ମୁସ୍କିଲ; ବାଜି ମାରି ନେଇପାରେ USA 

ମୁମ୍ବାଇ,୭।୨ଁ: ଆରମ୍ଭ ହୋଇଛି ୨୦୨୬ ଟି୨୦ ବିଶ୍ୱକପ । ଟିମ ଇଣ୍ଡିଆ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଖେଳୁଛି। ଏଥିରେ ଆମେରିକା…

ଚାଲିଥିଲା ବାର୍ଷିକୋତ୍ସବ: ଅଣଛାତ୍ର ପଶି କଲେଜ ଛାତ୍ରଙ୍କୁ କଲେ ଲହୁଲୁହାଣ

ବଲାଙ୍ଗୀର,୭ା୨(ସୁନିଲ କୁମାର ମହାନ୍ତି): ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ଅଣଛାତ୍ରଙ୍କ ମାଡ଼ରେ ଦୁଇ କଲେଜ ଛାତ୍ର ଗୁରୁତର ହୋଇପଡ଼ିଛନ୍ତି। ବଲାଙ୍ଗୀର ସହର ଉପକଣ୍ଠରେ ଥିବା…

Post Office FD vs RD: କେଉଁ ସ୍କିମ୍‌ ଦେଉଛି ସବୁଠାରୁ ଅଧିକ ରିଟର୍ନ? ନିବେଶ ପୂର୍ବରୁ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୭।୨:  ଛୋଟ ନିବେଶକଙ୍କ ମଧ୍ୟରେ ପୋଷ୍ଟ ଅଫିସ ଫିକ୍ସଡ୍ ଡିପୋଜିଟ୍ (FD) ଏବଂ ରିକରିଂ ଡିପୋଜିଟ୍ (RD) ବହୁତ ଲୋକପ୍ରିୟ। ଏହି ଦୁଇଟି ସ୍କିମ୍ ଭାରତ ସରକାରଙ୍କ…

ନବୀନଙ୍କ ନାଁରେ ସାଂଘାତିକ ଅଭିଯୋଗ: ନିଦରୁ ଉଠି ପ୍ରଳାପ କରୁଛନ୍ତି…

ଭୁବନେଶ୍ୱର,୭।୨: ବିରୋଧୀଦଳ ନେତା ନବୀନଙ୍କୁ AG ପୀତାମ୍ବର ଆଚାର୍ଯ୍ୟ କଡ଼ା କାଉଣ୍ଟର କରିଛନ୍ତି। ‘ଏକ୍ସ’ରେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ନବୀନଙ୍କ ମନ୍ତବ୍ୟକୁ ନେଇ କଡ଼ା ଜବାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri