ସଚେତନତା ସୃଷ୍ଟି ପାଇଁ କର୍ମଚାରୀଙ୍କୁ ଦିଆଯିବ ତାଲିମ

ଭୁବନେଶ୍ୱର,୨।୮: (ସତ୍ୟଜିତ୍‌ ରାଉତ): ହୋଟେଲ ନାଁରେ ସାଇବର ଠକମାନେ ଫେକ୍‌ ୱେବ୍‌ସାଇଟ୍‌ ଖୋଲି ପର୍ଯ୍ୟଟକଙ୍କୁ ଜାଲରେ ଫଶାଉଛନ୍ତି। ଫେକ୍‌ ଓ୍ବେବ୍‌ସାଇଟ୍‌ରେ ପର୍ଯ୍ୟଟକମାନେ ବୁକିଙ୍ଗ କରି ଟଙ୍କା ହରାଉଛନ୍ତି। ଫଳରେ ହୋଟେଲ ମାଲିକ ଓ ପର୍ଯ୍ୟଟକ ସମସ୍ୟାରେ ପଡ଼ୁଛନ୍ତି। ଏଭଳିସ୍ଥିରେ ଏହି ଠକେଇ ରୋକିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ମଙ୍ଗଳବାର ଭୁବନେଶ୍ୱରସ୍ଥିତ ସାଇବର କମ୍ପ୍ଲେକ୍ସରେ ହୋଟେଲ ଆଣ୍ଡ୍‌ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ୍‌ ଓଡ଼ିଶା (ହାରୋ) ସହ କ୍ରାଇମବ୍ରାଞ୍ଜ ପକ୍ଷରୁ ବୈଠକ ହୋଇଥିଲା। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ କ୍ରାଇମବ୍ରାଞ୍ଜ ପକ୍ଷରୁ ହୋଟେଲ ଶିଳ୍ପ ନାଁରେ ହେଉଥିବା ସାଇବର ଠକେଇ ରୋକିବାକୁ ବିଭିନ୍ନ ଦିଗ ପ୍ରତି ପରାମର୍ଶ ଦିଆଯାଇଛି। ଠକେଇ ରୋକିବାକୁ ଦୁଇ ପକ୍ଷରୁ ନୋଡାଲ ଅଫିସର ନିଯୁକ୍ତ କରାଯିବ। ହାରୋ ପକ୍ଷରୁ ଦୁଇରୁ ୩ଜଣ ଆଇଟି ବିଶେଷଜ୍ଞ ଓ କ୍ରାଇମବ୍ରାଞ୍ଚର ସାଇବର ଉଇଙ୍ଗ୍‌ ପକ୍ଷରୁ ଜଣେ ନୋଡାଲ ଅଫିସର ରହିବେ। ଏଥିସହ ଏହି ଠକେଇ ଘଟଣାକୁ ପରିଚାଳନା ଓ ପର୍ଯ୍ୟଟକଙ୍କୁ ସହଯୋଗ କରିବାକୁ ହୋଟେଲ କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ତାଲିମ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।
କ୍ରାଇମବ୍ରାଞ୍ଚର ସୂଚନା ଅନୁଯାୟୀ, ଜୁଲାଇ ୨୭ ଏବଂ ୩୧ରେ ଓଡ଼ିଶାର ଦୁଇ ଅଗ୍ରଣୀ ହୋଟେଲ ନାଁରେ ସାଇବର ଠକେଇ ଘଟଣାକୁ କେନ୍ଦ୍ର କରି ପୃଥକ ମାମଲା ରୁଜୁ କରାଯାଇଛି। ଏଭଳି ଏକାଧିକ ଠକେଇ ଘଟଣା ମଧ୍ୟ ନଜରକୁ ଆସିଛି। ଅଧିକାଂଶ ପର୍ଯ୍ୟଟକ ଏବେ ଅନିଲାଇନ ଦ୍ୱାରା ହୋଟେଲ ବୁକିଂ କରୁଛନ୍ତି। ସାଇବର ଠକମାନେ ଓଡ଼ିଶାର ହୋଟେଲଗୁଡ଼ିକ ନାଁରେ ଫେକ୍‌ ୱେବ୍‌ସାଇଟ୍‌ ଖୋଲିଛନ୍ତି। ବିଶେଷକରି ଅଧିକ ପର୍ଯ୍ୟଟକ ଆସୁଥିବା ପୁରୀସ୍ଥିତ ହୋଟେଲଗୁଡ଼ିକୁ ସାଇବର ଠକମାନେ ଟାର୍ଗେଟ୍‌ କରୁଛନ୍ତି। ପର୍ଯ୍ୟଟକମାନେ ଉକ୍ତ ୱେବ୍‌ସାଇଟ୍‌କୁ ସତ ବୋଲି ଭାବି ବୁକିଙ୍ଗ୍‌ କରିବା ପରେ ଟଙ୍କା ଜମା କରୁଛନ୍ତି। ପରେ ବୁକିଂ ଭାଉଚର୍‌କୁ ନେଇ ଉକ୍ତ ହୋଟେଲ୍‌କୁ ଯିବା ପରେ ସେମାନେ ଠକେଇର ଶିକାର ହେଉଥିବା ଜାଣିବାକୁ ପାଉଛନ୍ତି। ତେବେ ଅଧିକାଂଶ ଘଟଣାରେ ପର୍ଯ୍ୟଟକମାନେ ଏନେଇ ଥାନାରେ ଏତଲା ଦେଉନାହାନ୍ତି ଫଳରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କଷ୍ଟକର ହେଉଛି। ତେଣୁ ଏନେଇ ହୋଟେଲ ମାଲିକ ଓ କର୍ମଚାରୀମାନେ ସଚେତନ ହେବା ସହ ପର୍ଯ୍ୟଟକମାନଙ୍କୁ ସେମାନେ କିପରି ସାହାଯ୍ୟ କରିପାରିବେ ସେନେଇ ବୈଠକରେ ପରାମର୍ଶ ଦିଆଯାଇଥିଲା। ଏହି ଠକେଇ ଘଟଣା ସଂକ୍ରାନ୍ତରେ ପୋଲିସକୁ ଜଣାଇବା ପାଇଁ ମାଲିକମାନଙ୍କୁ ଅନୁରୋଧ କରାଯାଇଛି। ଏହି ବୈଠକରେ ‘ହାରୋ’ର ଅଧ୍ୟକ୍ଷ ଜେ.କେ. ମହାନ୍ତି, ଉପ ଅଧ୍ୟକ୍ଷ ଜୋୱାଥନ୍‌ ରାଉଲ, କାର୍ଯ୍ୟକାରୀ ସଭାପତି ଶ୍ରୀନିବାସ ସୁବୁଧି, କାର୍ଯ୍ୟକାରୀ ସମ୍ପାଦକ କେ.କେ ରାଓ, କୋଷାଧ୍ୟକ୍ଷ ସୁଜିତ କୁମାର ମହାପାତ୍ର, ସଦସ୍ୟ ରବି ନାରାୟଣ ସାହୁ ଓ ସୋମନାଥ ବାନାର୍ଜୀ ଉପସ୍ଥିତ ଥିଲେ। ସେହିପରି କ୍ରାଇମବ୍ରାଞ୍ଚ ଆଇଜିପି ସେଫିନ୍‌ ଅହମ୍ମଦ କେ, ଅତିରିକ୍ତ ଏସ୍‌ପି ଶିସିର ମିଶ୍ର, ଇନ୍‌ସ୍ପେକ୍ଟର ଅନିଲା ଆନନ୍ଦ ମଧ୍ୟ ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ଏହି ସାଇବର ଠକେଇ ରୋକିବାକୁ ସରକାର ସହଯୋଗ କରିବାକୁ ଆସୋସିଏଶନର ଅଧ୍ୟକ୍ଷ ଗତ ଜୁଲାଇ ୨୪ରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ଚିଠି ଲେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri