ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି କୃଷି ଜିଲା କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସଭାଗୃହଠାରେ ଦିଗପହଣ୍ଡି, ସାନଖେମୁଣ୍ଡି ଓ କୁକୁଡ଼ାଖଣ୍ଡି ବ୍ଲକର କୃଷକ ସାଥୀ, ଗ୍ରାମ୍ୟ କୃଷି କର୍ମଚାରୀ ଓ ଉଦ୍ୟାନ କୃଷି ପାରା କର୍ମଚାରୀମାନଙ୍କୁ ନେଇ କୃଷିରେ ସଘନ ଚାଷ ସମ୍ପ୍ରସାରଣ ଅଭିଯାନ ସମ୍ପର୍କିତ କୃଷି ସୂଚନା, ଶିକ୍ଷା ଓ ଯୋଗାଯୋଗ ଯୋଜନା ୨୦୨୪-୨୫ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି କୃଷି ଜିଲା ଅଧିକାରୀ ପ୍ରଶାନ୍ତ କୁମାର ନାଥ ଏହି କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଆସିକା କୃଷି ଜିଲା ଅଧିକାରୀ ପ୍ରମୋଦ କୁମାର ମହାପାତ୍ର, ବ୍ରହ୍ମପୁର କୃଷି ସହାୟକ ଯନ୍ତ୍ରୀ ଇଂ.ଶଙ୍କର୍ଷଣ ମଲ୍ଲିକ, ବରିଷ୍ଠ କୃଷି ବୈଜ୍ଞାନିକ ସୁଜିତ କୁମାର ନାଥ, ସନ୍ଦୀପ କୁମାର ମହାନ୍ତି, ସହକାରୀ ଉଦ୍ୟାନ ବିଭାଗ ଅଧିକାରୀ ପ୍ରଭାତ କୁମାର ପାତ୍ର ମଞ୍ଚାସୀନ ଥିଲେ। ବ୍ଲକ ସହକାରୀ କୃଷି ବିଭାଗ ଅଧିକାରୀ ସାଗରିକା ଗୌଡ଼ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଶିବିରରେ କୃଷି ବିଭାଗ ଓ ଉଦ୍ୟାନ କୃଷି ବିଭାଗ ଅର୍ନ୍ତଭୁକ୍ତ ସମସ୍ତ ଯୋଜନା ଗୁଡିକ କିପରି ଚାଷୀଙ୍କ ନିକଟରେ ପହଞ୍ଚି ପାରିବ ସେନେଇ ସବିଶେଷ ଆଲୋଚନା କରାଯିବା ସହ ଫସଲରେ ସମନ୍ବିତ ଖାଦ୍ୟ ସାର ପରିଚାଳନା ଏବଂ ରୋଗ ପୋକ ନିୟନ୍ତ୍ରଣ ନିମନ୍ତେ କୃଷି କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା।


