ଟାଟା ଦ୍ୱାରା ଜମି ହରା ତାଲିମ ପ୍ରାପ୍ତ ଯୁବତୀଯୁବକଙ୍କୁ ସ୍ଥାୟୀ ନିଯୁକ୍ତି ନ ମିଳିଲେ ଗଣଧାରଣା ଧମକ

ଛତ୍ରପୁର,୨୦।୪,(ଦିଲ୍ଲୀପ ସାମଲ): ଟାଟା ଦ୍ୱାରା ଜମି ହରା ଓ ତାଲିମ ପ୍ରାପ୍ତ ଯୁବତୀଯୁବକଙ୍କୁ ଦୀପକ ଫଟିଲାଇଜର ଓ ପେଟ୍ରୋକେମିକାଲ୍ସ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ଦାବୀ ଜୋର ଧରିଛି, ଏନେଇ ଟାଟା ଷ୍ଟିଲ (ସ୍ବତନ୍ତ୍ର ଅର୍ଥନୈତିକ ଜୋନ ) ଶ୍ରମିକ ସଂଘ ପକ୍ଷରୁ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଯାଇଛ। ଏହା ସହିତ ଜିଲାପ୍ରଶାସନ ଏବଂ କମ୍ପାନୀ କର୍ତ୍ତୁପକ୍ଷଙ୍କୁ ଜଣାଇ ଦିଆଯିବ ବୋଲି ମଧ୍ୟ ଶ୍ରମିକ ସଂଘ ପକ୍ଷରୁ କୁହାଯାଇଛି। ନଚେତ ଆସନ୍ତା ୩୦ ତାରିଖରେ ଦୀପକ ଫଟିଲାଇଜର ଓ ପେଟ୍ରୋକେମିକାଲ୍ସ କମ୍ପାନୀ ସମ୍ମୁଖରେ ଗଣ ଧାରଣା ଦିଆଯିବ ବୋଲି ଶ୍ରମିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଟାଟା ଆମକୁ ଧୋକା ଦେଇଛି ଜମି ଦେଲୁ ଓ ବିସ୍ଥାପିତ ହେଲୁ ଶେଷରେ ଆମକୁ ନିଯୁକ୍ତି ବଦଳରେ ଧୋକା ଦେବାରେ ଲାଗିଛି। ଏହାକୁ ବରଦାସ୍ତ କରାଯିବ ନାହିଁ। ଲଢେଇ ଜାରି ରହିବ ବୋଲି ଶ୍ରମିକ ସଂଘର ସଭାପତି ଏନ. ମୋହନ ରେଡ୍ଡୀ ଓ ସାଧାରଣ ସମ୍ପାଦକ ଏନ. ଗଣେଶ ରେଡ୍ଡୀ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାଗଣ ସୂଚନା ଦେଇଛନ୍ତି। ସେମାନେ କହିଛନ୍ତି କିଛି ଦିନ ତଳେ ଦୀପକ ଫଟିଲାଇଜର ଓ ପେଟ୍ରୋକେମିକାଲ୍ସ କମ୍ପାନୀରେ ନିଯୁକ୍ତି ନିମନ୍ତେ ଭୁବନେଶ୍ୱର ଓ ବିଶାଖାପାଟଣାଠାରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ଦେଇଛି। ବଡ଼ ଦୁଃଖର କଥା ଆମ ଜମିହରା ଯୁବତୀଯୁବକ ସେଠାକୁ ଯାଇ ନିଯୁକ୍ତି ପ୍ରକ୍ରିୟାରେ ଭାଗ ନେଇ ନ ପାରି ଘରକୁ ଫେରି ଆସୁଛନ୍ତି। କାରଣ ପଚାରିଲେ ସେମାନଙ୍କ ପାଖରେ ଅଭିଜ୍ଞତା ନାହିଁ ବୋଲି ଦର୍ଶାଯାଉଛି। ତାହା ହେଲେ ସେମାନେ ଦୀର୍ଘ ୫ବର୍ଷ ହେଲା ଫେରୋକ୍ରୋମ, ଟାଟା ଚା କାରଖାନାରେ ଯେଉଁ ଅଭିଜ୍ଞତା ନେଇଛନ୍ତି ତାହା ବୃଥା ବୋଲି ସେମାନେ ଅଭିଯୋଗ କରିଛନ୍ତ। ଆଗରୁ ଗୋପାଳପୁର ଶିଳ୍ପ ପାର୍କରେ ଯେ କୌଣସି କମ୍ପାନୀ ଆରମ୍ଭ ହେଉଥିଲା, ଜମିହରା ଯୁବତୀଯୁବକଙ୍କୁ ଏନ ଟି ଟି ଏଫରେ ନିଯୁକ୍ତି ପ୍ରକ୍ରିୟା ହେଉଥିଲା। ଏଣୁ ସ୍ଥାନୀୟ ଜମିହରା ଓ ବିସ୍ଥାପିତଙ୍କ ପାଇଁ ଅତିଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଉ ବୋଲି ଶ୍ରମିକ ସଂଘ ପକ୍ଷରୁ କମ୍ପାନୀର ମୁଖ୍ୟଙ୍କୁ ଅନୁରୋଧ କରାଯାଇଛି। ଏହା ସହିତ ଗତ ଅଗଷ୍ଟ ୩୦ ୨୦୧୯ ଆରଡ଼ିସି ଅଫିସରେ ହୋଇଥିବା ଆର ପି ଡ଼ି ଏ ସି ବୈଠକ ନିୟମକୁ କାର୍ଯ୍ୟକାରୀ କରାଯାଉ। ନଚେତ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri