ଟାଟା ଦ୍ୱାରା ଜମି ହରା ତାଲିମ ପ୍ରାପ୍ତ ଯୁବତୀଯୁବକଙ୍କୁ ସ୍ଥାୟୀ ନିଯୁକ୍ତି ନ ମିଳିଲେ ଗଣଧାରଣା ଧମକ

ଛତ୍ରପୁର,୨୦।୪,(ଦିଲ୍ଲୀପ ସାମଲ): ଟାଟା ଦ୍ୱାରା ଜମି ହରା ଓ ତାଲିମ ପ୍ରାପ୍ତ ଯୁବତୀଯୁବକଙ୍କୁ ଦୀପକ ଫଟିଲାଇଜର ଓ ପେଟ୍ରୋକେମିକାଲ୍ସ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ଦାବୀ ଜୋର ଧରିଛି, ଏନେଇ ଟାଟା ଷ୍ଟିଲ (ସ୍ବତନ୍ତ୍ର ଅର୍ଥନୈତିକ ଜୋନ ) ଶ୍ରମିକ ସଂଘ ପକ୍ଷରୁ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଯାଇଛ। ଏହା ସହିତ ଜିଲାପ୍ରଶାସନ ଏବଂ କମ୍ପାନୀ କର୍ତ୍ତୁପକ୍ଷଙ୍କୁ ଜଣାଇ ଦିଆଯିବ ବୋଲି ମଧ୍ୟ ଶ୍ରମିକ ସଂଘ ପକ୍ଷରୁ କୁହାଯାଇଛି। ନଚେତ ଆସନ୍ତା ୩୦ ତାରିଖରେ ଦୀପକ ଫଟିଲାଇଜର ଓ ପେଟ୍ରୋକେମିକାଲ୍ସ କମ୍ପାନୀ ସମ୍ମୁଖରେ ଗଣ ଧାରଣା ଦିଆଯିବ ବୋଲି ଶ୍ରମିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଟାଟା ଆମକୁ ଧୋକା ଦେଇଛି ଜମି ଦେଲୁ ଓ ବିସ୍ଥାପିତ ହେଲୁ ଶେଷରେ ଆମକୁ ନିଯୁକ୍ତି ବଦଳରେ ଧୋକା ଦେବାରେ ଲାଗିଛି। ଏହାକୁ ବରଦାସ୍ତ କରାଯିବ ନାହିଁ। ଲଢେଇ ଜାରି ରହିବ ବୋଲି ଶ୍ରମିକ ସଂଘର ସଭାପତି ଏନ. ମୋହନ ରେଡ୍ଡୀ ଓ ସାଧାରଣ ସମ୍ପାଦକ ଏନ. ଗଣେଶ ରେଡ୍ଡୀ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାଗଣ ସୂଚନା ଦେଇଛନ୍ତି। ସେମାନେ କହିଛନ୍ତି କିଛି ଦିନ ତଳେ ଦୀପକ ଫଟିଲାଇଜର ଓ ପେଟ୍ରୋକେମିକାଲ୍ସ କମ୍ପାନୀରେ ନିଯୁକ୍ତି ନିମନ୍ତେ ଭୁବନେଶ୍ୱର ଓ ବିଶାଖାପାଟଣାଠାରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ଦେଇଛି। ବଡ଼ ଦୁଃଖର କଥା ଆମ ଜମିହରା ଯୁବତୀଯୁବକ ସେଠାକୁ ଯାଇ ନିଯୁକ୍ତି ପ୍ରକ୍ରିୟାରେ ଭାଗ ନେଇ ନ ପାରି ଘରକୁ ଫେରି ଆସୁଛନ୍ତି। କାରଣ ପଚାରିଲେ ସେମାନଙ୍କ ପାଖରେ ଅଭିଜ୍ଞତା ନାହିଁ ବୋଲି ଦର୍ଶାଯାଉଛି। ତାହା ହେଲେ ସେମାନେ ଦୀର୍ଘ ୫ବର୍ଷ ହେଲା ଫେରୋକ୍ରୋମ, ଟାଟା ଚା କାରଖାନାରେ ଯେଉଁ ଅଭିଜ୍ଞତା ନେଇଛନ୍ତି ତାହା ବୃଥା ବୋଲି ସେମାନେ ଅଭିଯୋଗ କରିଛନ୍ତ। ଆଗରୁ ଗୋପାଳପୁର ଶିଳ୍ପ ପାର୍କରେ ଯେ କୌଣସି କମ୍ପାନୀ ଆରମ୍ଭ ହେଉଥିଲା, ଜମିହରା ଯୁବତୀଯୁବକଙ୍କୁ ଏନ ଟି ଟି ଏଫରେ ନିଯୁକ୍ତି ପ୍ରକ୍ରିୟା ହେଉଥିଲା। ଏଣୁ ସ୍ଥାନୀୟ ଜମିହରା ଓ ବିସ୍ଥାପିତଙ୍କ ପାଇଁ ଅତିଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଉ ବୋଲି ଶ୍ରମିକ ସଂଘ ପକ୍ଷରୁ କମ୍ପାନୀର ମୁଖ୍ୟଙ୍କୁ ଅନୁରୋଧ କରାଯାଇଛି। ଏହା ସହିତ ଗତ ଅଗଷ୍ଟ ୩୦ ୨୦୧୯ ଆରଡ଼ିସି ଅଫିସରେ ହୋଇଥିବା ଆର ପି ଡ଼ି ଏ ସି ବୈଠକ ନିୟମକୁ କାର୍ଯ୍ୟକାରୀ କରାଯାଉ। ନଚେତ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍‌: ପୁରୁଷୋତ୍ତମପୁର ଏସ୍‌ଡିପିଓ, ଗଞ୍ଜାମ ଥାନା ପ୍ରଥମ

ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍‌ ନେଟ୍‌ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍‌ଏସ୍‌) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍‌...

ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତରଙ୍କ ମରୁଡି, କାମରେ ଆସୁନି …

ମୋହନା,୧। ୧(ମନ୍ମଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ...

ଗଞ୍ଜାମ ଜିଲା ଭାଜପା  ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍‌ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...

ନୂଆବର୍ଷର ପ୍ରଥମ ଦିନରେ ଦୁର୍ଘଟଣା, ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ

ପଟ୍ଟାଙ୍ଗି୧/୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଦେଓଫଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମା ସ୍ଥିତ ଚିଲିଗୁଡା ସଲପଗୁଡା ଛକ ନିକଟରେ ଦୁଇ ମୋଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri