Train Hijack: ୧୦୦ ଯବାନଙ୍କୁ ହତ୍ୟା, ଆହୁରି…

ଇସ୍‌ଲାମାବାଦ୍‌/କ୍ୱେଟା,୧୩ା୩: ପାକିସ୍ତାନ ଅନେକ ଦଶନ୍ଧି ଧରି ଦକ୍ଷିଣପଶ୍ଚିମ ବେଲୁଚିସ୍ତାନ ପ୍ରଦେଶକୁ ଉପେକ୍ଷା କରିଥିବାରୁ ଏହାର ପ୍ରତିଶୋଧ ସ୍ବରୂପ ବେଲୁଚିସ୍ତାନ ଲିବରେଶନ୍‌ ଆର୍ମି (ବିଏଲ୍‌ଏ) ବିଦ୍ରୋହୀ ମଙ୍ଗଳବାର ଜଫର ଏକ୍ସପ୍ରେସ୍‌କୁ ନାଟକୀୟ ଶୈଳୀରେ ହାଇଜାକ୍‌ କରିଥିବା ଜଣାପଡ଼ିଛି। ପାକିସ୍ତାନ ସେନାର ୧୦୦ ସୈନ୍ୟଙ୍କୁ ବିଏଲ୍‌ଏ ହତ୍ୟା କରିଥିବା ଦାବି କରିଛି। ସମ୍ପୃକ୍ତ ଅଞ୍ଚଳକୁ ପାକିସ୍ତାନ ସରକାର ୨୦୦ କଫିନ୍‌ ପଠାଇଥିବା ନେଇ କେତେକ ରିପୋର୍ଟ ପ୍ରକାଶ ପାଇଛି।

ଏହା ପୂର୍ବରୁ ବିଦ୍ରୋହୀମାନେ ପାକିସ୍ତାନ ସରକାର ବିରୋଧରେ ଅନେକ କାର୍ଯ୍ୟାନୁଷ୍ଠାନ ନେଇଥିଲେ ମଧ୍ୟ ଏତେ ବଡ଼ ଧରଣର ଆକ୍ରମଣ କରି ନ ଥିଲେ। ଏନେଇ ଇସ୍‌ଲାମାବାଦର ବିଶ୍ଳେଷକ ଅବ୍‌ଦୁଲ୍ଲା ଖାନ୍‌ କହିଛନ୍ତି, ଟ୍ରେନ୍‌ ଅପହରଣ ହେଉଛି ଅଦ୍ୟାବଧି ବିଏଲ୍‌ଏ ପକ୍ଷରୁ କରାଯାଇଥିବା ସବୁଠୁ ଘାତକ ଆକ୍ରମଣ। ମୃତାହତଙ୍କ ସଂଖ୍ୟା ସାମ୍ନାକୁ ଆସିଲେ ଦେଶ ଚକିତ ହୋଇଯିବ।

ବେଲୁଚିସ୍ତାନ ହେଉଛି ପାକିସ୍ତାନର ସର୍ବବୃହତ୍‌ ପ୍ରଦେଶ, ଯେଉଁଠି ଦେଶର ସବୁଠୁ କମ୍‌ ଜନସଂଖ୍ୟା ରହିଛି। ଏହି ପ୍ରଦେଶରେ ପ୍ରଚୁର ପ୍ରାକୃତିକ ବାଷ୍ପ, ତୈଳ ଓ ଖଣିଜ ସମ୍ପଦ ରହିଥିଲେ ମଧ୍ୟ ଏହା ଅନ୍ୟ ଅଞ୍ଚଳ ତୁଳନାରେ ଅନୁନ୍ନତ। ପାକିସ୍ତାନ ସରକାର ସେମାନଙ୍କ ପ୍ରତି କରିଆସିଥିବା ଭେଦଭାବପୂର୍ଣ୍ଣ ଆଚରଣ ପ୍ରତିବାଦରେ ୨୦୦୦ ଦଶକରୁ ଆନ୍ଦୋଳନ ଜାରି ରହିଛି। ବିଚ୍ଛିନ୍ନତାବାଦୀମାନେ ବେଲୁଚିସ୍ତାନକୁ ଭିନ୍ନ ଦେଶର ମାନ୍ୟତା ଦାବିରେ ସଶସ୍ତ୍ର ଆନ୍ଦୋଳନ କରିଆସୁଛନ୍ତି।

ମୃତ୍ୟୁସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ
ଅପହୃତ ଟ୍ରେନ୍‌ରେ ଥିବା କେତେଜଣ ପଣବନ୍ଦୀଙ୍କୁ ବିଏଲ୍‌ଏ ବିଦ୍ରୋହୀ ହତ୍ୟା କରିଛନ୍ତି, ସେନେଇ ପ୍ରକୃତ ତଥ୍ୟ ଆସିପାରି ନାହିଁ। ବିଏଲ୍‌ଏ ବୁଧବାର ୫୦ ପଣବନ୍ଦୀଙ୍କୁ ହତ୍ୟା କରିଥିବା ଦାବି କରୁଥବାବେଳେ ପାକିସ୍ତାନୀ ସେନା ଏହି ସଂଖ୍ୟା ୨୧ରେ ସୀମିତ ବୋଲି କହୁଛି। ବିଏଲ୍‌ଏ କହିଛି, ବେଲୁଚିସ୍ତାନ ନ୍ୟାଶନାଲ କୋର୍ଟରେ ଯୁଦ୍ଧ ଅପରାଧ ଅଭିଯୋଗରେ ଏମାନଙ୍କୁ ଦଣ୍ଡିତ କରାଯାଇଛି। ମୃତ୍ୟୁଦଣ୍ଡ ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୧୦୦ ପାକିସ୍ତାନୀ ସୈନ୍ୟ ରହିଛନ୍ତି। ଇତିମଧ୍ୟରେ ବିଏଲ୍‌ଏ ହାଇଜାକ୍‌ କରିଥିବା ଟ୍ରେନ୍‌ରେ ବିସ୍ଫୋରଣ ବେଳର ଭିଡିଓ ଜାରି କରିଛି। ଅନ୍ୟପକ୍ଷେ ପାକିସ୍ତାନୀ ସେନା ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ବିଏଲ୍‌ଏ ବିଦ୍ରୋହୀଙ୍କ କବଳରୁ ପାକିସ୍ତାନୀ ସେନା ୩୪୬ରୁ ଊର୍ଦ୍ଧ୍ୱ ପଣବନ୍ଦୀଙ୍କୁ ଉଦ୍ଧାର କରିଛି। ତେବେ ଅନେକ ପଣବନ୍ଦୀଙ୍କୁ ବିଦ୍ରୋହୀମାନେ ହତ୍ୟା କରିଛନ୍ତି। ଏବେ ବି ଅପରେଶନ୍‌ ଜାରି ରହିଛି ବୋଲି ବୁଧବାର ପାକିସ୍ତାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପଣବନ୍ଦୀଙ୍କୁ ମୁକ୍ତ କରିବା ପାଇଁ ଚାଲିଥିବା ଅଭିଯାନ ବେଳେ ଅପହରଣକାରୀ ୩୩ ଉଗ୍ରପନ୍ଥୀ ନିହତ ହୋଇଥିବା ସେନା କହିଛି।

ପ୍ରାୟ ୪୫୦ ଯାତ୍ରୀଙ୍କୁ ନେଇ କ୍ୱେଟାରୁ ପେଶାଓ୍ବର ଅଭିମୁଖେ ଯାତ୍ରା କରୁଥିବା ଜଫର ଏକ୍ସପ୍ରେସ୍‌କୁ ମଙ୍ଗଳବାର ବେଲୁଚିସ୍ତାନ ପ୍ରଦେଶର ଏକ ଟନେଲ୍‌ରେ ବିଏଲ୍‌ଏ ବିଦ୍ରୋହୀ ହାଇଜାକ୍‌ କରିନେଇଥିଲେ। ବିଏଲ୍‌ଏ ଉଗ୍ରପନ୍ଥୀମାନଙ୍କୁ ଜେଲରୁ ମୁକ୍ତକଲେ ପଣବନ୍ଦୀଙ୍କୁ ଛାଡ଼ିବେ ବୋଲି ସର୍ତ୍ତ ରଖିଥିଲେ। ତେବେ ପାକିସ୍ତାନୀ ସେନା ସେମାନଙ୍କ ଦାବିକୁ ଅଗ୍ରାହ୍ୟ କରିଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ପୁଟିନଙ୍କ ବାସଭବନକୁ ୟୁକ୍ରେନର ଡ୍ରୋନ୍ ମାଡ଼; ଏପରି ପ୍ରତିକ୍ରିୟା ଦେଲେ ଜେଲେନସ୍କି

ନୂଆଦିଲ୍ଲୀ,୨୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ୟୁକ୍ରେନ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିବା ରୁଷିଆ ଦାବି କରିଛି। ତେବେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏହିଦିନ ହେବ ପଞ୍ଜୀକରଣ

ଭୁବନେଶ୍ୱର,୨୯।୧୨: ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri