ଟ୍ରେନ୍‌ ଦୁର୍ଘଟଣା: ନିଜ ଲୋକଙ୍କୁ ଝୁରୁଛନ୍ତି ପରିବାର ଲୋକେ

ମୋରଡ଼ା,୩ା୬(ଡି.ଏନ୍‌.ଏ.): ଆଖିରୁ ଲୁହ ଶୁଖୁନି। ମା’, ବାପା, ସ୍ତ୍ରୀ ଓ ପରିବାର ଲୋକେ ନିଜ ଲୋକଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି। ପରିବାର ପୋଷଣ ପାଇଁ କାମ କରିବାକୁ ଚେନ୍ନାଇ ଯାଉଥିଲେ। କିନ୍ତୁ ସବୁ ଅଟକି ଯାଇଥିଲା ଶୁକ୍ରବାର ସନ୍ଧ୍ୟାରେ। ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନରୁ ମାତ୍ର ଅଳ୍ପ କିଛି ଦୂରରେ ଗତକାଲି ଘଟିଥିବା ମମନ୍ତୁଦ କରମଣ୍ଡଳ ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୬୧ ଛୁଇଁଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଏବେବି ଚାଲିଛି ଉଦ୍ଧାର କାର୍ଯ୍ୟ। ତେବେ ଉକ୍ତ ଦୁର୍ଘଟଣାଗ୍ରସ୍ତ ଟ୍ରେନ୍‌ରେ ଥିଲେ ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ଗଡ଼ିଆ ପଞ୍ଚାୟତର ପୁଟକିଶୋଳ ଗ୍ରାମର ୪ଜଣ ଯୁବକ। ଉକ୍ତ ଗ୍ରାମର ଅକ୍ଷୟ ସିଂଙ୍କ ପୁଅ କୀର୍ତ୍ତନ, ଦାଶରଥି ଦାସଙ୍କ ପୁଅ ବ୍ରହ୍ମାକାନ୍ତ, ଭାଗିରଥି ଦାସଙ୍କ ପୁଅ ଭରତ ଓ ତାରାକାନ୍ତ ପାଟବନ୍ଧାଙ୍କ ପୁଅ ସତ୍ୟନାଥ ଥିଲେ ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି। ଗତକାଲି ୪ଜଣ ଘରୁ ବାହାରି ସନ୍ଧ୍ୟା ୬ଟାରେ ଟ୍ରେନରେ ଚଢ଼ିବା ପରେ ଫୋନରେ ଯୋଗାଯୋଗ କରିଥିଲେ କିନ୍ତୁ ତା’ପରେ ଆଉ ଯୋଗାଯୋଗ ସମ୍ଭବ ହୋଇପାରୁନାହଁ ବୋଲି ଦୁଃଖଭରା କଣ୍ଠରେ କହିଛନ୍ତି ପରିବାର ଲୋକେ। କୀର୍ତ୍ତନଙ୍କ ସ୍ତ୍ରୀ ଟୁନି, ତାଙ୍କର ଗୋଟିଏ ପୁଅ ଏବଂ ଝିଅ,ବ୍ରହ୍ମାକାନ୍ତଙ୍କ ସ୍ତ୍ରୀ ମିନା ଏବଂ ତାଙ୍କର ଦୁଇ ପୁଅ,ଭରତଙ୍କ ସ୍ତ୍ରୀ,ଗୋଟିଏ ପୁଅ ଏବଂ ଝିଅ ଏବଂ ସତ୍ୟନାଥ ପାଟବନ୍ଧା ପରିବାର ଲୋକଙ୍କୁ ଛାଡ଼ି ପରିବାରର ପେଟପୋଷଣ ପାଇଁ ଯାଉଥିଲେ ଚେନ୍ନାଇକୁ।
କିନ୍ତୁ ଅଞ୍ଚଳରୁ ଯାଉଥିବା କିଛି ଲୋକଙ୍କ ସୂଚନା ଅନୁଯାୟୀ, ଭରତଙ୍କର ଉକ୍ତ ଦୁର୍ଘଟଣାରେ ମୃତ୍ୟୁ ଘଟିଛି ଏବଂ ଅନ୍ୟ ୩ ଜଣଙ୍କ ବିଷୟରେ ବର୍ତ୍ତମାନ ସୁଦ୍ଧା କୌଣସି ଖବର ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

ଶୈବପୀଠ ନିକଟରେ ଅଘଟଣ, ବଜ୍ରପାତରେ ଚାଲିଗଲା ଯୁବତୀଙ୍କ ଜୀବନ, ହଠାତ ଘରୁ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚାଞ୍ଚଡାପଲ୍ଲୀ ଗ୍ରାମର ଜଣେ ଯୁବତୀଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବତୀଜଣକ ହେଲେ…

ସରିଲା ଛତ୍ରପୁର ଓକିଲ ସଂଘର ନିର୍ବାଚନ: ଏଲ. ଗୋପାଳ ସଭାପତି ଏବଂ ସମ୍ପାଦକ ହେଲେ…

ଛତ୍ରପୁର,୨୮।୩(ଦିଲ୍ଲୀପ ସାମଲ): ଛତ୍ରପୁର ଓକିଲ ସଂଘର ବିଭିନ୍ନ କର୍ମକର୍ତ୍ତା ନିମନ୍ତେ ଶନିବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଂଘର ବିଭିନ୍ନ ପଦ ପଦବୀ ନିମନ୍ତେ ନିର୍ବାଚନ ନିମନ୍ତେ…

ଆନନ୍ଦପୁର ଓକିଲ ସଂଘ ନିର୍ବାଚନ: ଦୟାନିଧି ଦାଶ ସଭାପତି, ସମ୍ପାଦକ ଭାବେ…

ବଞ୍ଚୋ, ୨୮।୩(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ଓକିଲ ସଂଘର ବାର୍ଷିକ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏହି ନିର୍ବାଚନରେ ଦୟାନିଧି ଦାଶ ସଭାପତି ପଦବୀ ପାଇଁ…

ବେଆଇନ ଭାବେ ଚାଲିଥିଲା ଚିକିତ୍ସା-ଅପରେସନ: ସାହାରା ନର୍ସିଂ ହୋମ ସିଲ, ପୁଣି ଜେଲ ଗଲେ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର):ବିନା ଲାଇସେନ୍ସରେ ବେଆଇନ ଭାବେ ନର୍ସିଂ ହୋମ ଚଳାଇ ରୋଗୀଙ୍କ ଜୀବନ ସହ ଖେଳୁଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଏକ ବଡ଼…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

କଳାହାଣ୍ଡି ଓକିଲ ସଂଘ ନିର୍ବାଚନ: ସନ୍ତୋଷ ପଣ୍ଡା ସଭାପତି, ସମ୍ପାଦକ ଭାବେ ନିର୍ବାଚିତ ହେଲେ…

ଭବାନୀପାଟଣା,୨୮।୩ (ଉତ୍ତମ କୁମାର ଦାଶ)- କଳାହାଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଭବାନୀପାଟଣା ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବରେ ସନ୍ତୋଷ କୁମାର ପଣ୍ଡା, ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri