ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜ୍ୱିଗାଟୋ’ର ଟ୍ରେଲର ରିଲିଜ୍‌

କମେଡି କିଙ୍ଗ କପିଲ ଶର୍ମାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜ୍ୱିଗାଟୋ’ର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଫିଲ୍ମରେ କପିଲ ମୁଖ୍ୟ ଚରିତ୍ରରେ ଅଭିନୟ କରିବେ। ସବୁବେଳେ କମେଡି କରୁଥିବା କପିଲଙ୍କୁ ଫିଲ୍ମ ତାଙ୍କ ଭାବମୂର୍ତ୍ତିର ବିପରୀତ ଭୂମିକାରେ ଦେଖିବାକୁ ମିଳିବ। ତାଙ୍କୁ ଏହି ଫିଲ୍ମରେ ଡେଲିଭରି ବୟ ଭୂମିକାରେ ନଜର ଆସିବେ। ଏଥିରେ ଡେଲିଭରି ବୟର ସଂଘର୍ଷ ଦେଖାଯାଇଛି।
ଆଜି ଏହି ଫିଲ୍ମର ଟ୍ରେଲରକୁ କପିଲ ଶର୍ମା, ଫିଲ୍ମରେ ତାଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରୁଥିବା ଶାହାନା ଗୋସ୍ବାମୀ ଏବଂ ମୁମ୍ବାଇର ଏକ ସିନେମା ହଲରେ ଫିଲ୍ମର ନିର୍ଦ୍ଦେଶକ ନନ୍ଦିତା ଦାସ ମିଳିତ ଭାବେ ଲଞ୍ଚ କରିଥିଲେ। ଟ୍ରେଲରକୁ ପ୍ରଶଂସକମାନେ ବେଶ୍‌ ପ୍ରଶଂସା କରୁଛନ୍ତି। ସମସ୍ତେ କପିଲଙ୍କ ଅଭିନୟକୁ ପସନ୍ଦ କରିଛନ୍ତି। କପିଲଙ୍କ ଏହି ଫିଲ୍ମ ସାରା ବିଶ୍ୱରେ ଅନେକ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇଛି। ମାର୍ଚ୍ଚ ୧୭ରେ ଭାରତର ବଡ ପରଦାରେ ଫିଲ୍ମଟି ମୁକ୍ତିଲାଭ କରିବ।

 

Share