‘କେଟିବି- ଭାରତ ହୈ ହମ୍‌’ର ଟ୍ରେଲର ରିଲିଜ୍‌

ଭୁବନେଶ୍ୱର,୧୨।୧୦(ଅନୁରାଧା ମହାରଣା)କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ଏକ ଆନିମେଟେଡ୍‌ ସିରିଜ୍‌ କ୍ରିସ୍‌, ତ୍ରିସ୍‌ ଆଣ୍ଡ ବାଲ୍ଟିବୟ (କେଟିବି) – ଭାରତ ହୈ ହମ୍‌ର ଟ୍ରେଲର୍‌ ଲଞ୍ଚ କରିଛନ୍ତି। କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, କେନ୍ଦ୍ରୀୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଗ୍ରାଫିଟି ଷ୍ଟୁଡିଓ ଦ୍ୱାରା ପ୍ରସ୍ତୁତ ଏହି ସିରିଜ୍‌ରେ ୨ଟି ସିଜନ୍‌ ରହିଛି। ଏହି ସିରିଜରେ ମୋଟ୍‌ ୫୨ଟି ଏପିସୋଡ୍‌ ରହିଥିବାବେଳେ ପ୍ରତି ଏପିସୋଡର ସମୟ ଅବଧି ୧୧ ମିନିଟ୍‌ ରହିଛି। ୧୫୦୦ରୁ ୧୯୪୭ ମସିହା ମଧ୍ୟରେ ଭାରତର ସ୍ବାଧୀନତା ସଂଗ୍ରାମ ସମ୍ପର୍କରେ ଏହି ସିରିଜରେ ବର୍ଣ୍ଣନା କରାଯାଇଛି। ୩ ଆନିମେଟେଡ ଚରିତ୍ର କ୍ରିସ୍‌, ତ୍ରିସ୍‌ ଏବଂ ବାଲ୍ଟିବୟ ଦ୍ୱାରା ସିରିଜ୍‌ ହୋଷ୍ଟ କରାଯାଇଛି। ମୁଞ୍ଜାଲ ଶ୍ରଫ୍‌ ଏବଂ ତିଳକରାଜ୍‌ ସେଟ୍ଟୀଙ୍କ ଦ୍ୱାରା ସିରିଜଟି ପ୍ରସ୍ତୁତ। ଦୂରଦର୍ଶନରେ ଅକ୍ଟୋବର ୧୫ ରୁ ୨୦୨୪ ଜାନୁୟାରୀ ୭ରେ ପ୍ରଥମ ସିଜନ୍‌ ପ୍ରସାରିତ ହେବ। ସେହିପରି ଜାନୁୟାରୀ ୨୮ରୁ ଏପ୍ରିଲ ୨୧ରେ ଦ୍ୱିତୀୟ ସିଜନ୍‌ ପ୍ରସାରିତ ହେବ। ନେଟ୍‌ଫ୍ଲିକ୍ସ ଓ ଆମାଜନ ପ୍ରାଇମ୍‌ ଭିଡିଓରେ ଅକ୍ଟୋବର ୧୫ରେ ପ୍ରଥମ ସିଜିନ୍‌ ଏବଂ ୨୦୨୪ ଜାନୁୟାରୀ ୨୮ରେ ଦ୍ୱିତୀୟ ସିଜନ୍‌ ପ୍ରସାରିତ ହେବ। ମୂଳ ସ୍କ୍ରିପ୍ଟ ହିନ୍ଦୀ ହୋଇଥିବାବେଳେ ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ୍‌, ମରାଠୀ, ଗୁଜରାଟୀ, ପଞ୍ଜାବୀ, ବଙ୍ଗାଳି, ଅହମୀୟା, ଓଡ଼ିଆ ଓ ଇଂରାଜୀ ଆଦି ୧୨ଟି ଭାଷାରେ ଏହା ପ୍ରସ୍ତୁତ କରାଯାଇଛି। ଅନ୍ୟପଟେ ଅନ୍ତର୍ଜାତୀୟ ଭାଷା ଫ୍ରେଞ୍ଚ, ସ୍ପାନିସ୍‌୍‌, ରୁଷିଆନ୍‌, ଆରାବିକ, ଚାଇନିଜ୍‌, ଜାପାନିଜ୍‌ ଓ କୋରିଆନ୍‌ ଭାଷାରେ ମଧ୍ୟ ଏହା ଉପଲବ୍ଧ ହେବ। ଏହିପରି ମୋଟ୍‌ ୧୯ ଭାଷାରେ ସିରିଜ ମୁକ୍ତିଲାଭ କରିବ।
ସିରିଜ୍‌ର ଟ୍ରେଲର ଲଞ୍ଚ କାର୍ଯ୍ୟକ୍ରମରେ ମନ୍ତ୍ରୀ ଠାକୁର କହିଛନ୍ତି, ସ୍ବାଧୀନତା ସଂଗ୍ରାମରେ ଅନେକ ବୀରଙ୍କ ଅବଦାନ ବିଷୟରେ ଯୁବପିଢ଼ି ଜାଣନ୍ତି ନାହିଁ। ଶିକ୍ଷା ବ୍ୟବସ୍ଥାରେ ମଧ୍ୟ ଅନେକଙ୍କ ବିଷୟରେ ସବିଶେଷ ତଥ୍ୟ ନାହିଁ। ତେଣୁ ସେମାନଙ୍କ ସମ୍ପର୍କରେ ଜାଣିବା ପାଇଁ ଏହା ଯୁବପିଢ଼ିଙ୍କ ନିମନ୍ତେ ସହାୟକ ହେବ ବୋଲି ସେ କହିଛନ୍ତି। ସେହିପରି ଆଧୁନିକ ଭାରତରେ ଲୋକଙ୍କ କ’ଣ ଭୂମିକା ରହିଥିଲା ସେ ସମ୍ପର୍କରେ ମଧ୍ୟ ଆଗାମୀ ପିଢ଼ି ଜାଣିପାରିବେ। ସେହିପରି ବିଦେଶୀ ଶାସକଙ୍କ ବିରୋଧରେ ଆଦିବାସୀ ମହିଳାଙ୍କ ଅବଦାନ କ’ଣ ରହିଥିଲା ସେ ସମ୍ପର୍କରେ ପୂର୍ବରୁ ଏତେ ଆଲୋଚନା ହୋଇ ନ ଥିବାବେଳେ ଏହି ସିରିଜ୍‌ରେ ତାହା ଦେଖିବାକୁ ମିଳିବ। ଏକାଧିକ ଭାଷାରେ ମୁକ୍ତିଲାଭ କରୁଥିବାରୁ ସମଗ୍ର ବିଶ୍ୱବାସୀ ଏ ବିଷୟରେ ଜାଣିପାରିବେ ବୋଲି ଠାକୁର ଆଶା ପ୍ରକାଶ କରିଛନ୍ତି। ଅନ୍ୟପଟେ ଆଗାମୀ ଅଧିବେଶନରେ ସମସ୍ତ ସାଂସଦଙ୍କୁ ଏହି ସିରିଜ ପ୍ରଦର୍ଶିତ କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି। ପ୍ରଥମଥର ଏପରି ଆନିମେଟେଡ୍‌ ସିରିଜ ଲଞ୍ଚ କରାଯାଇଥିବା ବିଭାଗୀୟ ସଚିବ ଅପୂର୍ବ ଚନ୍ଦ୍ର ସୂଚନା ଦେଇଛନ୍ତି। ଆନିମେଟେଡ୍‌ ସିରିଜ ଗୁଡ଼ିକରେ ସାଧାରଣତଃ ୨୫ରୁ ୩୦ ଚରିତ୍ର ସହ ୪୦ ବ୍ୟାକଗ୍ରାଉଣ୍ଡ ରହିଥାଏ। ମାତ୍ର କେବିଟି- ଭାରତ ହେଁ ହମରେ ୧୦୦ ପାଖାପାଖି ଚରିତ୍ର ଏବଂ ପ୍ରାୟ ୫୦ଟି ବ୍ୟାକ୍‌ଗ୍ରାଉଣ୍ଡ ରହିଛି। ହିମାଚଳପ୍ରେଦେଶ, ପଶ୍ଚିମବଙ୍ଗ, ପଞ୍ଜାବ କେରଳଠାରୁ ଆରମ୍ଭ କରି ଦେଶର ଅନ୍ୟାନ୍ୟ ସ୍ଥାନର ଚିତ୍ରଣ କରାଯାଇଛି। ରାଣୀ ଆବାକ୍କା, ତିଲକା ମଞ୍ଝୀ, ତିରୋତ୍‌ ସିଂହ, ତାନ୍ତିଆ ଟୋପେ, କୋଟଓ୍ବାଲ ଧାନ୍‌ସିଂହ, କୁନ୍‌ଓ୍ବର ସିଂହ, ରାଣୀ ଚେନ୍ନାମା, ଟିକେନ୍ଦ୍ରଜିତ୍‌ ସିଂହଙ୍କ ଭଳି ସ୍ବାଧୀନତା ସଂଗ୍ରାମୀଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri