ମର୍ମନ୍ତୁଦ ବାଇକ ଦୁର୍ଘଟଣା: ଅକାଳରେ ଚାଲିଗଲା ୨ ଯୁବକଙ୍କ ଜୀବନ

ନୟାଗଡ, ୬।୩(ଲୋକନାଥ ମିଶ୍ର): ଖଣ୍ଡପଡ଼ା ଥାନା ଅଧୀନ ବୋଦସା ଗ୍ରାମ ଉପକଣ୍ଠରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣ ଯୁବକଙ୍କ ଅକାଳ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଯୁବକ ୨ ଜଣ ହେଲେ ଭାପୁର ବ୍ଲକର ଧାନଚେଙ୍ଗଡା ପଞ୍ଚାୟତ ଅଧୀନ କଳଟାଙ୍ଗୀ ଗ୍ରାମର ମଦନ ଧଳଙ୍କ ପୁଅ ବୀର କିଶୋର ଧଳ(୨୨) ଓ ତାରେଶର ବିଶାଳଙ୍କ ପୁଅ ଶଙ୍କର ବିଶାଳ(୨୭) ବୋଲି ସୂଚନା ମିଳିଛି। ଯୁବକ ୨ ଜଣ ଏକ ବାଇକ ଯୋଗେ ମର୍ଦ୍ଦରାଜପୁର ଗ୍ରାମରୁ ବୋଦସା ଦେଇ କଳଟାଙ୍ଗୀ ଗ୍ରାମକୁ ଯାଉଥିବା ବେଳେ ବେପରୁଆ ଭାବେ ଦ୍ରୁତ ଗତିରେ ବାଇକ ଚାଳନା ଯୋଗୁ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଉଭୟେ ଖସିପଡିଥିଲେ। ଫଳରେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଗ୍ରାମବାସୀ ଉଭୟଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଆଶୁ ଚିକିତ୍ସା ନିମନ୍ତେ ଖଣ୍ଡପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଉଭୟଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଘୋଷଣା କରିଥିଲେ। ଖବରପାଇ ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ଦୁର୍ଘଟଣାରେ ଭାଙ୍ଗି ଯାଇଥିବା ବାଇକଟିକୁ ଜବତ କରି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି। ଏହି ଦୁଃଖଦ ଘଟଣାକୁ ନେଇ ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସର ସମେତ କଳଟାଙ୍ଗୀ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ଇରାନ ଯୁଦ୍ଧର ପ୍ରଭାବ, ଫସି ରହିଛି ‘ଧଳା ସୁନା’! ଭାରତୀୟ ବଜାରରେ କମିବାରେ ଲାଗିଛି ଦାମ୍‌

ନୂଆଦିଲ୍ଲୀ,୬।୩: ଇସ୍ରାଏଲ-ଇରାନ ଯୁଦ୍ଧର ପ୍ରଭାବ ଏବେ ଭାରତୀୟ ବଜାର ଉପରେ ସ୍ପଷ୍ଟ ଭାବରେ ଦେଖାଯାଉଛି। ବାସୁମତୀ ଚାଉଳ ରପ୍ତାନି ବିଶେଷ ଭାବରେ ଗୁରୁତର ଭାବରେ ପ୍ରଭାବିତ ହୋଇଛି।…

ରାଜ୍ୟ ସଭା ଯିବା ପୂର୍ବରୁ ଭାଜପା ଆଗରେ ବଡ଼ ସର୍ତ୍ତ ରଖିଲେ ନୀତୀଶ କୁମାର: ଦିଲ୍ଲୀରେ ଥାଇ…

ପାଟନା,୬।୩: ବିହାର ମୁଖ୍ୟମନ୍ତ୍ରୀ ଏବେ ଦିଲ୍ଲୀ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ବିହାରରେ ଖୁବ ଶୀଘ୍ର ଜଣେ ନୂତନ ମୁଖ୍ୟମନ୍ତ୍ରୀ ହେବେ। ଏହା ଭାଜପାର ଏକ ଷଡ଼ଯନ୍ତ୍ର ବୋଲି…

ପ୍ରଥମ ଥର ଏହି ରାଜ୍ୟରେ ସୋସିଆଲ୍ ମିଡିଆ ବ୍ୟାନ୍, ଜାଣନ୍ତୁ କଣ ନିୟମ ଆଣିଲେ ସରକାର

ବେଙ୍ଗାଲୁରୁ,୬।୩: କର୍ଣ୍ଣାଟକରେ ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଯାଇଛି । ବଜେଟ ଅଧିବେଶନ ସମୟରେ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ବିଧାନସଭାରେ ସୋସିଆଲ ମିଡିଆ ଉପରେ…

୮ମ ଜିଲା ପରିଷଦ ବୈଠକ: ବିଧାୟକ ସିଦ୍ଧାନ୍ତ ମହାପାତ୍ର ଯୋଗ ଦେଇ ମନରେଗା ସହିତ…

ଛତ୍ରପୁର,୬ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ଗଞ୍ଜାମ ଜିଲାପରିଷଦର ୮ମ ବୈଠକ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନରେଗା ଗ୍ରାମୀଣ ଗୃହ…

‘ମୁଁ ବଡ଼ ଭୁଲ କରିଦେଲି,’ ଇଂଲଣ୍ଡର ବିଦାୟ ପାଇଁ ଦଳକୁ ସମାଲୋଚନା କରି ହ୍ୟାରି ବ୍ରୁକ କହିଲେ…

ନୂଆଦିଲ୍ଲୀ,୬।୩: ଗୁରୁବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ T20 ବିଶ୍ୱକପ ୨୦୨୬ର ସେମିଫାଇନାଲ ମ୍ୟାଚ ଏକ ବ୍ଲକବଷ୍ଟର ସିନେମା ପରି ଥିଲା। ଭାରତ ଏକ ରୋମାଞ୍ଚକର ମ୍ୟାଚରେ…

ବର୍ଷା ଯୋଗୁ ଧୋଇଯିବ କି ଫାଇନାଲ ମ୍ୟାଚ! ଏମିତି ହେଲେ ୨ ଦଳକୁ ଘୋଷଣା କରାଯିବ ବିଜେତା, ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୬।୩: ICC ଟି୨୦ ବିଶ୍ୱକପ ୨୦୨୬ ଏବେ ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ଏବଂ ନ୍ୟୁଜିଲାଣ୍ଡ ଫାଇନାଲରେ ପରସ୍ପରର ମୁହାଁମୁହିଁ ହେବେ। ଏହି ମହାମୁକାବିଲା ମ୍ୟାଚ…

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ ପାଇଁ ଟିକେଟ ଦାମ୍‌ କେତେ? ଅନଲାଇନ୍‌ଠୁ ଆରମ୍ଭ କରି ଅଫଲାଇନ୍‌…ଜାଣନ୍ତୁ

ନୂଆଦିଲ୍ଲୀ,୬।୩: ICC ଟି-୨୦ ବିଶ୍ୱକପ ୨୦୨୬ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏକ ରୋମାଞ୍ଚକର ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରିବା ପରେ, ଭାରତ ଲଗାତାର ଦ୍ୱିତୀୟ ଥର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri